ଆଜି ବିଜେପିର ନୂଆ ଅଧ୍ୟକ୍ଷ ଋପେ ଦାୟିତ୍ୱ ସମ୍ଭାଳିବେ ନଡ୍ଡା


ଭାରତୀୟ ଜନତା ପାର୍ଟି ତଥା ବିଜେପିକୁ ଆଜି ନୂଆ ରାଷ୍ଟ୍ରିୟ ଅଧ୍ୟକ୍ଷ ମିଳିବାକୁ ଯାଉଛନ୍ତି । ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ସ୍ଥାନରେ ଆଜି (୨୦ ଜାନୁଆରୀ) ଦଳର ବରିଷ୍ଟ ନେତା ଜେପି ନଡ୍ଡା ରାଷ୍ଟ୍ରିୟ ଅଧ୍ୟକ୍ଷ ଋପେ ନିଯୁକ୍ତି ପାଇ ପାରନ୍ତି । ଆଶା କରାଯାଉଛି କି, ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଅଧ୍ୟକ୍ଷ ପଦବୀ ପାଇଁ ଅପ୍ରତିଦ୍ୱନ୍ଦୀରେ ମନୋନୀତ ହୋଇପାରନ୍ତି ।
ଅନେକ ବିଜେପି ନେତା ଏବଂ ଦଳର ବରିଷ୍ଠ ଶୀର୍ଷକ ନେତା ନଡ୍ଡାଙ୍କ ସମର୍ଥନରେ ନାମାଙ୍କାନ ପତ୍ର ଦାଖଲ କରିବା ପାଇଁ ଦିଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ôଚ ପାରନ୍ତି । ନାଡ୍ଡା, ବିଜେପି ଅଧ୍ୟକ୍ଷ ପଦବା ପାଇଁ ଦୀର୍ଘଦିନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମିତ ଶାହାଙ୍କ ପ୍ରିୟ ପାତ୍ର ଥିଲେ । ଛାତ୍ର ଜୀବନରୁ ନଡ୍ଡା ନିଜ ରାଜନୈତିକ କ୍ୟାରିୟରର ଆରମ୍ଭ କରିଥିଲେ । ପ୍ରକାଶ ଥାଉକି, ଅମିତ ଶାହା ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି ଦଳର ରାଷ୍ଟ୍ରିୟ ଅଧ୍ୟକ୍ଷ ରୂପେ ଦାୟିତ୍ୱ ସମ୍ଭାଳି ସାରିଛନ୍ତି । ଏହି ଐତିହାସିକ ମୂହୂର୍ତ୍ତରେ ସାଖି ରହିବା ପାଇଁ ଶହ ଶହ ଦଳୀୟ କର୍ମକର୍ତ୍ତା ଆଜି ଦିଲ୍ଲୀ ପହଞ୍ôଚ ସାରିଛନ୍ତି ।


Share It

Comments are closed.