ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ବେଳେ ଉପସ୍ଥିତ ରହିବ ବିଜେଡି, ନବୀନଙ୍କ ସହ ଆଲୋଚନା କଲେ ଜେପି ନଡ୍ଡା


ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କଲେ ବିଜେପି ସଭାପତି ଜେ.ପି ନଡ୍ଡା। ନାମାଙ୍କନ ପତ୍ରରେ ପ୍ରସ୍ତାବକ ରହିବେ ବିଜେଡିର ୨ ମନ୍ତ୍ରୀ। ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ବେଳେ ମନ୍ତ୍ରୀ ଜଗନ୍ନାଥ ସାରକା ଓ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ରହିବେ। ଏନେଇ ଟ୍ଵିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ନାମାଙ୍କନ ପତ୍ରରେ ସ୍ଵାକ୍ଷର କରିବା ସହ ୨ ମନ୍ତ୍ରୀ ଆସନ୍ତାକାଲି ଉପସ୍ଥିତ ରହିବେ।


Share It

Comments are closed.