‘ତାଜମହଲ , କୁତୁବମୀନାରକୁ ଭାଙ୍ଗି ମନ୍ଦିର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କଲେ ବିଜେପି ବିଧାୟକ


NCERT ଦ୍ୱାଦଶ ଇତିହାସ ପାଠ୍ୟକ୍ରମରୁ ମୋଗଲ ଶାସନ ସମ୍ପର୍କିତ ବିଷୟକୁ ହଟାଯିବା ପ୍ରସଙ୍ଗକୁ ନେଇ ଆସିଛି ବିଜେପି ବିଧାୟକଙ୍କ ଅଜବ ମନ୍ତବ୍ୟ । ଆସାମର ବିଜେପି ବିଧାୟକ ରୂପଜ୍ୟୋତି କୁର୍ମୀ କହିଛନ୍ତି ଯେ, ‘ତାଜମହଲ ଆଦୌ ପ୍ରେମର ପ୍ରତୀକ ନୁହେଁ । ଯଦି ମମତାଜଙ୍କ ପ୍ରତି ଶାହାଜାହାନଙ୍କର ଅହେତୁକ ପ୍ରେମ ଥିଲା ତାହାଲେ ତାଙ୍କ ଦେହାନ୍ତ ପରେ ବି ଶାହାଜାହାନ୍ ୩ ଥର ବିବାହ କିପରି କରିପାରିଲେ? ତେଣୁ ମୋଗଲ ସମୟର ଏସବୁ ସ୍ଥାପତ୍ୟଗୁଡିକୁ ହଟାଇ ସେଠାରେ ହିନ୍ଦୁ ମନ୍ଦିର ଗଢାଯିବା ଉଚିତ’ ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପିଲ କରିଛନ୍ତି ।

ବିଧାୟକ ରୂପଜ୍ୟୋତି ଅହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱର ଏହି ସପ୍ତାଶ୍ଚର୍ଯ୍ୟ ମୋଗଲ ଶାସକ ଶାହାଜାହାନ ନିଜ ସମ୍ପତ୍ତିରେ ନୁହେଁ ବରଂ ହିନ୍ଦୁ ରାଜପରିବାରର ସମ୍ପତ୍ତିରେ ନିର୍ମାଣ କରିଛନ୍ତି । ୧୫୨୬ରେ ମୋଗଲ ଭାରତ ଆସିଲେ ।ଏହାପରେ ତାଜମହଲ ବନାଇଲେ । ଶହାଜାହାନ୍ ହିନ୍ଦୁ ରାଜାଙ୍କ ଠାରୁ ପାଇଥିବା ଧନରେ ଏହାକୁ ନିର୍ମାଣ କରାଇଛନ୍ତି । ସେ ୭ଥର ବିବାହ କରିଥିଲେ । ମମତାଜ ତାଙ୍କର ଚତୁର୍ଥ ପତ୍ନୀ ଥିଲେ । ଯଦି ସେ ମମତାଜଙ୍କୁ ଏତେ ଭଲ ପାଉଥିଲେ , ତାଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କଲେ ତାହାଲେ ତାଙ୍କ ମୃତ୍ୟୁ ପରେ ଆଉ ୩ଥର କାହିଁକି ବିବାହ କରୁଥିଲେ ତେଣୁ ଯେଉଁ ତାଜମହଲକୁ ପ୍ରେମର ପ୍ରତୀକ ବୋଲି କୁହାଯାଉଛି ତାହା ପ୍ରକୃତରେ ପ୍ରେମର ପ୍ରତୀକ ନୁହେଁ । ତେଣୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରୁଛି ଯେ କୁତୁବମୀନାର ଓ ତାଜମହଲକୁ ତୁରନ୍ତ ଧ୍ୱଂସ କରାଯାଉ । ଏସବୁ ସ୍ଥାନରେ ସୁନ୍ଦର ହିନ୍ଦୁ ମନ୍ଦିର ନିର୍ମାଣ କରାଯାଉ । ଯଦି ଏପରି ହୁଏ ତେବେ ମୁଁ ମୋର ଦେଢ ମାସର ଦରମାକୁ ଦାନ କରିଦେବି’ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଧାୟକ ରୂପଜ୍ୟୋତି କୁର୍ମୀ ।


Share It

Comments are closed.