ରଶ୍ମିକା ମନ୍ଦାନା ବିସ୍କ ଫାର୍ମର ନୂଆ ବ୍ରାଣ୍ଡ୍ ଆମ୍ବାସାଡର; ରସ୍କିଟ୍ ବ୍ରାଣ୍ଡ୍‌ର ପ୍ରଚାର କରିବେ


ଭୁବନେଶ୍ୱର: ଦେଶର ଅଗ୍ରଣୀ ବିସ୍କୁଟ ଓ ବେକରି ବ୍ରାଣ୍ଡ୍ ବିସ୍କ ଫାର୍ମ ପକ୍ଷରୁ ରଶ୍ମିକା ମନ୍ଦାନାଙ୍କୁ ନୂଆ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି । କଂପାନିର “ରସ୍‌କିଟ୍‌’ ବ୍ରାଣ୍ଡ୍‌ର ପ୍ରଚାର ଅଭିଯାନରେ ରଶ୍ମିକାଙ୍କୁ ଦେଖିବାକୁ ମିଳିବ । ଚାରିଟି ଭାରିଆଂଟ୍‌ରେ ଉପଲବ୍ଧ ହେଉଥିବା ରସ୍‌କିଟ୍ ହେଉଛି ଚା’ ଜଳଖିଆ ସମୟର ଏକ ଶ୍ରେଷ୍ଠ ସହଯୋଗୀ । ନବସୃଜନ, ଗୁଣାତ୍ମକ ମାନ ଓ ସ୍ୱାଦ ଲାଗି ପରିିଚିତ ବିସ୍କ ଫାର୍ମ ରଶ୍ମିକାଙ୍କ ସହ ମିଶି ବଜାରରେ ଏକ ଭିନ୍ନ ଧରଣର ଉତ୍ସାହ ସୃଷ୍‌ଟି କରିବ ଏବଂ ସାରା ଭାରତର ଘରେ ଘରେ ପରିଚିତ ହେବ ।
ସ୍ୱାଦ ଜରିଆରେ ଗ୍ରାହକମାନଙ୍କ ଠାରେ ଖୁସି ଓ ଉଲ୍ଲାସ ଆଣିବା ଲାଗି ବିସ୍କ ଫାର୍ମ ପ୍ରତିବଦ୍ଧ ଥିବା ବେଳେ ନିଜର ଶକ୍ତି ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ଜରିଆରେ ରଶ୍ମିକା ତାହାର ପ୍ରଚାର କରିବ । ରସ୍କ ବର୍ଗ କଂପାନିର ରାଜସ୍ୱରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁ ବୋଲି କଂପାନି ଚାହୁଛି । ଆଗୁଆ ବଜାରକୁ ଆସିଥିବାରୁ ବିସ୍କ ଫାର୍ମ ରସ୍‌କିଟ୍ ବେଶ ସଫଳ ହୋଇଛି ।
ଏହି ଅବସରରେ ବିସ୍କ ଫାର୍ମର ପରିଚାଳନା ନିର୍ଦ୍ଦେଶକ ବିଜୟ ସିଂହ କହିଛନ୍ତି ଯେ, “ରଶ୍ମିକା ମନ୍ଦାନାଙ୍କୁ ଆମର ବ୍ରାଣ୍ଡ ଆମ୍ବାସାଡର ଭାବେ ବିସ୍କ ଫାର୍ମ ପରିବାରରେ ସ୍ୱାଗତ କରି ଆମେ ଆନନ୍ଦିତ । ତାଙ୍କର ଅଦୃଶ୍ୟ ଏବଂ ବ୍ୟାପକ ଆକର୍ଷଣ ବିସ୍କ ଫାର୍ମର ଭାବନାକୁ ସମ୍ପୂର୍ଣ୍ଣ ଭାବରେ ପ୍ରତିଫଳିତ କରୁଛି ଯାହା ହେଉଛି ମଜା, ସତେଜତା ଏବଂ ଉଦାରତା ବ୍ରାଣ୍ଡ ସମକକ୍ଷ । ନୂଆ ପିଢ଼ିର ଗ୍ରାହକଙ୍କ ସହ ତାଙ୍କର ଦୃଢ଼ ସମ୍ପର୍କ ତାଙ୍କୁ ଆମ ବ୍ରାଣ୍ଡକୁ ପ୍ରତିନିଧିତ୍ୱ କରିବା ଏବଂ ପ୍ରମୁଖ ବଜାରରେ ଆମର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ ଉପଯୁକ୍ତ ବିକଳ୍ପ କରିପାରିଛି । ରଶ୍ମିକାଙ୍କ ସହ ଏକ ରୋମାଂଚକର ଯାତ୍ରା ପାଇଁ ଆମେ ଆଶା କରୁଛୁ ଯେଉଁଥିରେ କାହାଣୀକୁ ଆକାର ଦେବା ସହିତ ଯଥେଷ୍ଟ ରାଜସ୍ୱ ଅଭିବୃଦ୍ଧି ପାଇଁ ସମଗ୍ର ଦେଶରେ ଗ୍ରାହକଙ୍କ ସହ ଗଭୀର ସ୍ତରରେ ଯୋଗାଯୋଗ କରିବାରେ ଏକ ପ୍ରମୁଖ ଅଂଶୀଦାର ଭାବରେ ଆମେ ଅପେକ୍ଷା କରିଛୁ ।’’
ବ୍ରାଣ୍ଡ୍ ଆମ୍ବାସାଡର ରଶ୍ମିକା ମନ୍ଦାନା କହିଛନ୍ତି ଯେ, “ବିସ୍କ ଫାର୍ମ ହେଉଛି ଭାରତର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏଫଏମସିଜି ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ ଏବଂ ଅଭିବୃଦ୍ଧି ଓ ନବସୃଜନ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ମୋତେ ଗଭୀର ଭାବରେ ଅନୁପ୍ରାଣିତ କରିଛି । ମୁଁ ବିଶ୍ୱାସ କରେ ଯେ ଏହି ଭାଗିଦାରୀ ଫଳପ୍ରଦ ହେବ ଏବଂ ମୁଁ ବିସ୍କ ଫାର୍ମ ସ୍ୱାଦିଷ୍ଟ ଏବଂ ସୁସ୍ଥ ଉତ୍ପାଦ ମାଧ୍ୟମରେ ମୋ ପ୍ରଶଂସକଙ୍କ ସହ ଯୋଡ଼ି ହେବାକୁ ଅପେକ୍ଷା କରିଛି ।’’
ଭାରତର ଚତୁର୍ଥ ବଡ଼ ବିସ୍କୁଟ ଓ ବେକରୀ ବ୍ରାଣ୍ଡ୍ ସାଜ୍ ଫୁଡ୍ ପ୍ରଡକ୍ଟସ୍ ୨୦୨୮-୨୯ ଆର୍ଥିକ ବର୍ଷ ସୁଦ୍ଧା ୫୦୦୦ କୋଟି ଟଙ୍କାର ରାଜସ୍ୱ ମାଇଲଖୁଂଟ ହାସଲ କରିବାକୁ ଯୋଜନା ରଖିଛି । ବିସ୍କ ଫାର୍ମ ହେଉଛି ଏକ ଜାତୀୟ ବ୍ରାଣ୍ଡ୍ ।


Share It

Comments are closed.