ଅମ୍ବୁଜା ସିମେଂଟ୍‌ସ ଏହାର ଉତ୍ପାଦନରେ ୬୦% ସବୁଜ ଶକ୍ତି ବ୍ୟବହାର କରିବ


୬୦୦୦ କୋଟି ଟଙ୍କା ନିବେଶରେ ୧,୦୦୦ ମେଗାୱାଟ୍ ସବୁଜ ଶକ୍ତି ପ୍ରକଳ୍ପ ସ୍ଥାପନ କରିବ
ଭୁବନେଶ୍ୱର: ଆଦାନି ଗ୍ରୁପ୍‌ର ଅଂଶ ଅମ୍ବୁଜା ସିମେଂଟ୍‌ସ ଲିମିଟେଡ୍ ସ୍ଥାୟୀ ସିମେଂଟ୍ ଉତ୍ପାଦନରେ ଅଗ୍ରଣୀ ରହିବା ଲାଗି ଏହାର ସ୍ଥିତିକୁ ମଜଭୁତ କରିବାକୁ ଚାହୁଛି । ଏକ ସବୁଜ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବା ଲାଗି କଂପାନି ୧୦୦୦ ମେଗାୱାଟ୍‌ର ସବୁଜ ଶକ୍ତି ପ୍ରକଳ୍ପରେ ୬,୦୦୦ କୋଟି ଟଙ୍କା ନିବେଶ କରିବାକୁ ପ୍ରତିବଦ୍ଧତା ଘୋଷଣା କରିଛି ।
କଂପାନି ଗୁଜରାଟ ଓ ରାଜସ୍ଥାନର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୌର ଓ ପବନ ଶକ୍ତି ପ୍ରକଳ୍ପରେ ନିବେଶ କରିବ । କଂପାନି ଗୁଜରାଟରେ ଏକ ୬୦୦ ମେଗାୱାଟ ସୌର ଶକ୍ତି ପ୍ରକଳ୍ପ ଏବଂ ୧୫୦ ମେଗାୱାଟ୍ ପବନ ଶକ୍ତି ପ୍ରକଳ୍ପ ଏବଂ ରାଜସ୍ଥାନରେ ୨୫୦ ମେଗାୱାଟ୍‌ର ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରାଯିବ । ୨୦୨୫-୨୬ ସୁଦ୍ଧା ଏହି ଲକ୍ଷ୍ୟ ହାସଲ ହେବ । ୨୦୨୪ ମାର୍ଚ୍ଚ ସୁଦ୍ଧା କଂପାନି ୨୦୦ ମେଗାୱାଟ୍ ଲକ୍ଷ୍ୟ ହାସଲ କରିବ ।
ଏହି ନିବେଶ ପରିବେଶ ସ୍ଥାୟିତ୍ୱ ପ୍ରତି ଆମ ପ୍ରତିବଦ୍ଧତା ଏବଂ ବାର୍ଷିକ ୧୪୦ ନିୟୁତ ଟନ୍‌ର ବୃହତ ଲକ୍ଷ୍ୟ ହାସଲ କରିବାର ଅର୍ଥନୈତିକ ଲାଭକୁ ଦର୍ଶାଉଛି । ସବୁଜ ଶକ୍ତିରୁ ବିଦ୍ୟୁତ ଶକ୍ତି ଉତ୍ପାଦନ ହେବା ଦ୍ୱାରା କଂପାନିର ଶକ୍ତି ଖର୍ଚ୍ଚ କିଲୋୱାଟ୍ ପିଛା ୬ ଟଙ୍କା ୪୬ ପଇସାରୁ ହ୍ରାସ ପାଇ ୫.୧୬ ଟଙ୍କାକୁ ହ୍ରାସ ପାଇଛି । କିଲୋୱାଟ୍ ପିଛା ୧ ଟଙ୍କା ୩୦ ପଇସା ହ୍ରାସ ହେଲେ ୨୦୨୮ ସୁଦ୍ଧା ୧୪୦ ଏମଟିପିଏ ସିମେଂଟ୍ ଉତ୍ପାଦନ ଲକ୍ଷ୍ୟରେ ୯୦ ପିଏମ୍‌ଟି ସିମେଂଟ୍ ଯୋଡ଼ିବ ଏବଂ କଂପାନିର ଇଏସ୍‌ଜି ଲକ୍ଷ୍ୟ ପ୍ରତି ସମର୍ଥନ ପ୍ରଦାନ କରିବ ।
କଂପାନିର ଏହାର ୱେଷ୍ଟ୍ ହିଟ୍ ରିକଭରି ସିଷ୍ଟମ୍‌ର ଦକ୍ଷତାକୁ ପାଂଚ ବର୍ଷ ଅବଧିରେ ୧୦୩ ମେଗାୱାଟ୍‌ରୁ ବଢ଼ାଇ ୩୯୭ ମେଗାୱାଟ୍ କରିବ ଯାହା ବିଦ୍ୟୁତ ଖର୍ଚ୍ଚକୁ ଆହୁରି ହ୍ରାସ କରିବ । ବର୍ତମାନ କଂପାନି ଏହାର ଉତ୍ପାଦନରେ ୧୯ ପ୍ରତିଶତ ସବୁଜ ଶକ୍ତି ବ୍ୟବହାର କରୁଛି । ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରେ ସେହି ଭାଗ ୬୦ ପ୍ରତିଶତକୁ ବୃଦ୍ଧି ପାଇବ ଏବଂ କଂପାନି ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ରହିବ ।
ଅମ୍ବୁଜା ସିମେଂଟ୍‌ସର ସିଇଓ ଶ୍ରୀ ଅଜୟ କପୁର କହିଛନ୍ତି ଯେ, “ଏହି ଗୁରୁତ୍ୱପୂର୍ଣ୍ଣ ନିବେଶ ସ୍ଥାୟୀ ଅଭ୍ୟାସ ପ୍ରତି ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି ।ଆମେ କେବଳ ସବୁଜ ଶକ୍ତି କ୍ଷମତାରେ ସ୍ଥାୟୀ ବୃଦ୍ଧି ଲାଗି ଲକ୍ଷ୍ୟ ରଖିନାହୁଁ, ବରଂ ସିମେଂଟ୍ ଶିଳ୍ପରେ ଏକ ରୂପାନ୍ତରୀତ ପରିବର୍ତନ ଆଣିବା ଲାଗି ମଂଚ ପ୍ରସ୍ତୁତ କରିଛୁ । ତାହା କେବଳ ଆମ ଅଭିବୃଦ୍ଧି ଲାଗି ନୁହେଁ ବରଂ ସବୁଜ ଭବିଷ୍ୟତ ଓ ଡିକାର୍ବନାଇଜେସନ ପାଇଁ ଜାତୀୟ ଲକ୍ଷ୍ୟ ପ୍ରତି ଯୋଗଦନ ପ୍ରଦାନ କରିବ ଏବଂ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଓ ସ୍ଥାୟୀ ହେବାରେ ସହାୟକ ହେବ । ଏହା ଗ୍ରୁପ୍‌କୁ ଆହୁରି ଲାଭ ପ୍ରଦାନ କରିବ । ସମସ୍ତ ମଂଜୁରି ମିଳିସାରିଥିବାରୁ ଆମେ ଇଏସ୍‌ଜି ଲକ୍ଷ୍ୟ ପ୍ରତିବଦ୍ଧତାକୁ ଆଗୁଆ ହାସଲ କରିବା ଆଗକୁ ବଢ଼ୁଛୁ ।’’


Share It

Comments are closed.