ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ପକ୍ଷରୁ ସିଏମ୍‌ଇ କାର୍ଯ୍ୟକ୍ରମ ଆୟୋଜିତ


ଭୁବନେଶ୍ୱର : ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍ ପକ୍ଷରୁ ଭୁବନେଶ୍ୱର ଅବ୍‌ଷ୍ଟେଟ୍ରିକ୍ ଗାଇନାକୋଲୋଜିକାଲ ସୋସାଇଟି ସହ ସହଭାଗିତାରେ ଆଜି ଭୁବନେଶ୍ୱରଠାରେ ‘ବନ୍ଧ୍ୟାତ୍ୱ ପ୍ରଥା କ୍ଷେତ୍ରରେ ସୀମାକୁ ବିସ୍ତାର କରିବା’ ପ୍ରସଙ୍ଗ ଉପରେ ଏକ ସିଏମ୍‌ଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫର ଡାକ୍ତର, କନ୍ସଲ୍ଟାଂଟ୍ ଓ ସେଂଟର ହେଡ୍ ଡଃ ଲିପ୍ସା ମିଶ୍ର ଓ କନ୍ସଲଟାଂଟ ଡଃ ରୋହଣି ନାୟକ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଏହି ଅବସରରେ ଖୋର୍ଦ୍ଧା ସିଡିଏମ୍‌ଓ ଡଃ ଆର୍ତ ବନ୍ଧୁ ନାୟକ, ଭୁବନେଶ୍ୱର ଶାଖାର ପୂର୍ବତନ ଆଇଏମଏ ଅଧ୍ୟକ୍ଷ ଡା.ସରୋଜ ସାହୁ, ଭିଏସ୍‌ଏମ୍ ଅଧ୍ୟକ୍ଷ (ନିର୍ବାଚିତ) ଆଇଏଫ୍‌ଏସ୍‌, ପ୍ରଫେସର (କଲୋନେଲ୍‌) ଡଃ ପଙ୍କଜ ତଲୱାର, ଆଇଏମ୍‌ଏ ଓ ବିଓଜିଏସ୍ ଅଧ୍ୟକ୍ଷ ଡଃ ଜେ କେ ପଣ୍ଡା ଏବଂ ବିଓଜିଏସ୍ ସଚିବ ଡଃ ସଞ୍ଜିବ ଆର୍ ନାୟକଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବା ସହ ଆଇଭିଏଫ୍ ଓ ରିପ୍ରଡକ୍ଟିଭ୍ ମେଡିସିନ କ୍ଷେତ୍ର ଉପରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ । ଭୁବନେଶ୍ୱରରୁ ପ୍ରାୟ ୮୦ରୁ ଅଧିକ ମେଡିକାଲ ପ୍ରାକ୍ଟିସନର ଇନ୍ ଭିଟ୍ରୋ ଫର୍ଟିଲାଇଜେଶନ (ଆଇଭିଏଫ୍‌), ପ୍ରିଇମ୍ପ୍ଲାନଟେସନ ଜେନେଟିକ୍ ଟେଷ୍ଟିଂ (ପିଜିଟି) ଓ କ୍ରାୟୋପ୍ରିଜର୍ଭେଶନ ଟେକ୍ନିକ୍ ଭଳି ଆସିଷ୍ଟେଡ୍ ରିପ୍ରଡକ୍ଟିଭ୍ ଟେକ୍ନୋଲୋଜି (ଏଆର୍ଟି)ଗୁଡିକ କ୍ଷେତ୍ରରେ ଅଗ୍ରଗତି ଓ ବ୍ୟାପକ ସମ୍ଭାବନା ସମ୍ପର୍କରେ ଜାଣିବା ପାଇଁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହି ଅବସରରେ ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫର କନ୍ସଲଟାଂଟ ଡଃ ଲିପ୍ସା ମିଶ୍ର କହିଛନ୍ତି, “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡ଼ବ୍ଲୁଏଚଓ) ଅନୁଯାୟୀ, ବିଶ୍ୱରେ ପ୍ରତି ଛଅ ଜଣ ଦମ୍ପତିଙ୍କ ମଧ୍ୟରୁ ଜଣେ ପ୍ରାକୃତିକ ଉପାୟରେ ଗର୍ଭଧାରଣ କରିବାକୁ ଅସମର୍ଥ ଏବଂ ସହାୟକ ପ୍ରଜନନ ପ୍ରଯୁକ୍ତି(ଏଆରଟି) ସେମାନଙ୍କ ପାଇଁ ଏକ ବୈପ୍ଳବିକ ବରଦାନ ଭାବେ ଉଭା ହୋଇଛି । ମେଡିକାଲ ସାଇନ୍ସର ଏହି ପରିବର୍ତନଶୀଳ କ୍ଷେତ୍ରରେ ଗର୍ଭଧାରଣ ହାସଲ କରିବାରେ ସହଯୋଗ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏକାଧିକ ପଦ୍ଧତି ସାମିଲ ରହିଛି ଯାହା ବନ୍ଧ୍ୟାତ୍ୱର ଜଟିଳତାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କ ପାଇଁ ଆଶା ଓ ସୁଯୋଗ ପ୍ରଦାନ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି, ଏଆରଟି କେବଳ ମହିଳାଙ୍କ ବନ୍ଧ୍ୟାତ୍ୱର ସମାଧାନରେ ସୀମିତ ନାହିଁ ବରଂ ଏହା ପୁରୁଷଙ୍କଠାରେ ବନ୍ଧ୍ୟାତ୍ୱ ସମସ୍ୟା ପାଇଁ ମଧ୍ୟ ସମାଧାନ ପ୍ରଦାନ କରୁଛି । ଆଇସିଏସ୍‌ଆଇ ଭଳି ପଦ୍ଧତିଗୁଡିକ ପୁରୁଷ ବନ୍ଧ୍ୟାତ୍ୱ ସମସ୍ୟାକୁ ଦୂର କରିବା କ୍ଷେତ୍ରରେ ପ୍ରଭାବୀ ପ୍ରମାଣିତ ହୋଇଛି, ଯାହା ଉକ୍ତ ଦମ୍ପତିମାନଙ୍କୁ ନୂଆ ଆଶା ପ୍ରଦାନ କରୁଛି ଯେଉଁଠାରେ ପୁରୁଷ କାରକ ବନ୍ଧ୍ୟାତ୍ୱ ଚିନ୍ତାଜନକ ଅଟେ ।”

ଭିଏସ୍‌ଏମ୍ ଅଧ୍ୟକ୍ଷ (ନିର୍ବାଚିତ) ଆଇଏଫ୍‌ଏସ୍‌, ପ୍ରଫେସର (କୋଲୋନେଲ୍‌), ଡଃ ପଙ୍କଜ ତଲୱାର, କହିଛନ୍ତି, ‘ଇନ୍ ଭିଟ୍ରୋ ଫର୍ଟିଲାଇଜେଶନ (ଆଇଭିଏଫ୍‌), ଏଗ୍ ଫ୍ରିଜିଂ ଓ ଜେନେଟିକ୍ ସ୍କ୍ରିନିଙ୍ଗ ଭଳି ପ୍ରଜନନ ଚିକିତ୍ସା କ୍ଷେତ୍ରର ଅଗ୍ରଗତିଗୁଡିକ ଗର୍ଭଧାରଣ ଓ ପରିବାର ଯୋଜନାର ସମ୍ଭାବନାଗୁଡିକୁ ବୃଦ୍ଧି କରିବାରେ ଯୋଗଦାନ ଦେଉଛନ୍ତି । ପ୍ରଜନନ କ୍ଷେତ୍ରରେ ଜୀବନର ସୀମାକୁ ଆଗକୁ ବୃଦ୍ଧି କରିବାର ବିଷୟବସ୍ତୁରେ ରିପ୍ରଡକ୍ଟିଭ୍ ସେଲର ପ୍ରିଜର୍ଭେଶନ ଉପରେ ଆଲୋଚନା ସାମିଲ ରହିଛି ଯାହା ବ୍ୟକ୍ତିମାନଙ୍କୁ ପ୍ରାକୃତିକ ପ୍ରଜନନ ସମୟର ସୀମା ବାହାରେ ପିତାମାତା ହେବା ବା ଗର୍ଭଧାରଣ କରିବା ପାଇଁ ଅନୁମତି ଦେଉଛି ।’ ଏଭଳି ପ୍ରୋଗ୍ରାମଗୁଡିକ ଭାରତ ପାଇଁ ଏକ ମୂଲ୍ୟବାନ ସୁଯୋଗ ଅଟେ କାରଣ ସେଗୁଡିକ ଆଇଭିଏଫ୍ ଟେକ୍ନୋଲୋଜି ଓ ମେଡିକାଲ ଡିଭାଇସ୍ଗୁଡିକ କ୍ଷେତ୍ରରେ ସଦ୍ୟତମ ବିକାଶଗୁଡିକ ଉପରେ ସହଭାଗିତା କରିବା ଓ ନିଜର ଦୃଷ୍ଟିକୋଣ ବାଂଟିବା ପାଇଁ ଡାକ୍ତର, ଚିକିତ୍ସା ସମୁଦାୟକୁ ଏକତ୍ରିତ କରୁଛି ।


Share It

Comments are closed.