ଓଡ଼ିଶାରେ ଫୁଟବଲଠୁ ବଡ ଆକାରର ଟ୍ୟୁମରର ସଫଳ ଅସ୍ତ୍ରୋପଚାର


୩୦ ବର୍ଷ ଧରି ଏକ ଫୁଟବଲଠୁ ବଡ ଆକାରର ଟ୍ୟୁମର ଯୋଗୁ ଅକଥନୀୟ ଯନ୍ତ୍ରଣା ଭୋଗୁଥିଲେ ଓଡ଼ିଶା ଆଠଗଡ଼ର, ୬୦ ବର୍ଷ ବୟସ୍କ ପ୍ରତାପ କୁମାର ଶତପଥି । ଏହି ଟ୍ୟୁମର ଯୋଗୁ ତାଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଏବଂ ଢୋକିବାରେ ମଧ୍ୟ ଅସୁବିଧା ହେଉଥିଲା । ତେବେ ଭୁବନେଶ୍ୱରର ଏକ ଅଗ୍ରଣୀ ହସ୍ପିଟାଲ, ବିଆର ଲାଇଫ କଳିଙ୍ଗ ହସ୍ପିଟାଲ ପକ୍ଷରୁ ନିକଟରେ ଏହି ଜଟିଳ ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି । ଯାହାକି ଏକ ଅତ୍ୟାଧୁନିକ ଅସ୍ତ୍ରୋପଚାର ଜ୍ଞାନକୌଶଳ ପ୍ରୟୋଗ କରାଯାଇ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଠାରୁ ୪ କି.ଗ୍ରା ଓଜନର ୩୦X୩୦X୩୦ ସେ.ମି ବିଶିଷ୍ଟ ଏକ ଟ୍ୟୁମରକୁ ସଫଳତାର ସହିତ କାଢିଦିଆଯାଇଛି । ଏହା ସର୍ଜିକାଲ ରିସେକସନରେ ସଫଳ ହୋଇଥିବାବେଳେ ଏକାଧିକ ଅଙ୍ଗ ଏବଂ ଟିସୁ ସହିତ ସଂପୃକ୍ତଥିବା ଟ୍ୟୁମରକୁ ସଫଳତାର ସହିତ କଢାଯାଇ ପାରିଛି ।

ଓଡ଼ିଶା ଆଠଗଡ଼ର, ୬୦ ବର୍ଷ ବୟସ୍କ ପ୍ରତାପ କୁମାର ଶତପଥିଙ୍କର ଏତେ ସମୟ ଧରି ଏହି ଟ୍ୟୁମର ଥିଲେ ମଧ୍ୟ ଗତ ଦୁଇ ମାସଧରି ଅତିଶୟ ପେଟ ଯନ୍ତ୍ରଣା ହେଉଥିବା ସହିତ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଏବଂ ଢୋକିବାରେ ମଧ୍ୟ ଅସୁବିଧା ହେଉଥିଲା । ତାଙ୍କୁ ବିଆର ଲାଇଫ କଳିଙ୍ଗ ହସ୍ପିଟାଲକୁ ଯିବାପାଇଁ ପରାମର୍ଶ ଦିଆଯାଇଥିଲା । ଏଠାରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଜଣାପଡ଼ିଥିଲାଯେ, ରୋଗୀଙ୍କ ପେଟରେ ଗତ ୩୦ ବର୍ଷଧରି ଏକ ୪ କେ.ଜି ଓଜନର ଫୁଟବଲ ଆକାର ବିଶିଷ୍ଟ ଟ୍ୟୁମର ରହିଛି । ଟ୍ୟୁମରଟି ପେଟରେ ରହିଥିବାବେଳେ ଏହା ସମ୍ମୁଖ ପେଟର ୧୦ ସେ.ମି ଦୂରତାରେ ଅବସ୍ଥିତ ଥିଲା । ଟ୍ୟୁମରଟି ତଳ ଛାତି, ଉପର ପେଟ, ହୃଦୟ, ହୃତପିଣ୍ଡ ଆବରଣକାରୀ ଝିଲ୍ଲୀ, ହୃଦୟ ସହିତ ସଂଯୋଗ କରୁଥିବା ମୁଖ୍ୟ ଧମନୀ, ପେଟ ସହିତ ସଂପୃକ୍ତ ଧମନୀରେ ଅତ୍ୟଧିକ ଚାପ ସୃଷ୍ଟି କରୁଥିଲା । ଟ୍ୟୁମରଟି ଆହୁରି ମଧ୍ୟ ପିଞ୍ଚରାର ବାମ ପାଶ୍ୱର୍, ଯକୃତର ବାମପାଶ୍ୱର୍, ପାଚନଯନ୍ତ୍ର, ପେଶୀପର୍ଦା, ଇସୋଫାଗସ୍ ଏବଂ ପାକସ୍ତଳୀରେ ମଧ୍ୟ ଚାପ ପକାଉଥିଲା ।

ଏପରି ଏକ କଠିନ ଅସ୍ତ୍ରୋପଚାର ସମ୍ପର୍କରେ ବିଆର ଲାଇଫ କଳିଙ୍ଗ ହସ୍ପିଟାଲର ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ, ଡ଼ା. ବୃନ୍ଦାବନ ନାହାକ କହିଛନ୍ତିଯେ, “ବିଆର ଲାଇଫ କଳିଙ୍ଗ ହସ୍ପିଟାଲରେ ଆମ୍ଭେମାନେ କରିଥିବା ଅନେକ ଜଟିଳ ଅସ୍ତ୍ରୋପଚାର ଗୁଡ଼ିକ ମଧ୍ୟରୁ ଏହା ହେଉଛି ଅନ୍ୟତ୍ତମ । ଯେଉଁଠାରେ ରୋଗୀ ଏକ ୩୦ ଙ୍ଘ ୩୦ଙ୍ଘ ୩୦ ସେ.ମି ବିଶିଷ୍ଟ ବୃହତ୍ତ କଠିନ ଟ୍ୟୁମରରେ ପିଡ଼ୀତ ଥିଲେ, ଯାହାକି ଏକାଧିକ ଅଙ୍ଗ ଏବଂ ଟିସୁ ସହିତ ସଂଯୋଗହୋଇ ରହିଥିଲା । ଆମ୍ଭେମାନେ ଏନ ବ୍ଲକ ରିସେକସନ (ସର୍ଜିକାଲ ଅଙ୍କୋଲୋଜିର ପ୍ରଣାଳୀ ଯାହାର ମୁଖ୍ୟ ଲକ୍ଷ୍ୟ ହେଉଛି ସମ୍ପୁର୍ଣ୍ଣ ରୂପେ ଟ୍ୟୁମରକୁ କାଢିବା)ମାଧ୍ୟମରେ ପେଟର ସମ୍ମୁଖ କାନ୍ଥ ସହିତ ସଂଶ୍ଳିଷ୍ଟ ଏବଂ ଏକାଧିକ ଅଙ୍ଗ ଏବଂ ଟିସୁ ସହିତ ସଂଯୁକ୍ତହୋଇଥିବା ଟ୍ୟୁମରକୁ କାଢିପାରିଥିଲୁ । ଏହିପରି ଅସ୍ତ୍ରୋପଚାର ସାଧାରଣତଃ ୭-୮ ଘଣ୍ଟା ସମୟ ଲାଗିଥାଏ କିନ୍ତୁ ଆମ୍ଭେମାନେ ଅତ୍ୟାଧୁନିକ ସର୍ଜିକାଲ ଏବଂ କ୍ଲିନିକାଲ ଜ୍ଞାନକୌଶଳ ପ୍ରୟୋଗକରି ଏବଂ ଆମର ପ୍ରଶିକ୍ଷିତ ମେଡ଼ିକାଲ ଟିମ୍ ସହିତ ଏହାକୁ ମାତ୍ର ୩ ଘଣ୍ଟା ମଧ୍ୟରେ ସମାପ୍ତ କରିବାରେ ସକ୍ଷମ ହୋଇଥିଲୁ । ଟ୍ୟୁମର କଢାଯିବାର ପରବର୍ତ୍ତି ସମୟରେ, ଆମ୍ଭେମାନେ ଟ୍ୟୁମର ସହିତ ସଂଯୋଗ ହୋଇଥିବା ଅନ୍ୟ ଅଙ୍ଗ ଗୁଡ଼ିକ ଠିକ୍ କରିପାରିଥିଲୁ ।”

ଉକ୍ତ ଘଟଣା ସମ୍ପର୍କରେ, ବିଆର ଲାଇଫ କଳିଙ୍ଗ ହସ୍ପିଟାଲର ବରିଷ୍ଟ କନସଲଟାଣ୍ଟ – ଜେନେରାଲ ସର୍ଜରୀ, ଡ଼ା ପ୍ରଦୀପ କୁମାର ମିଶ୍ର କହିଛନ୍ତିଯେ, “ରୋଗୀଟି ଗତ ୩୦ ବର୍ଷଧରି ଟ୍ୟୁମରରେ ଆକ୍ରାନ୍ତ ଥିଲେ । ଟ୍ୟୁମରର କ୍ରମାଗତ ବୃଦ୍ଧି ଶରୀରରେଥିବା ଅନ୍ୟ ଅଙ୍ଗ ଗୁଡ଼ିକପ୍ରତି ମଧ୍ୟ ଅଧିକ ବିପଦ ସୃଷ୍ଟି କରିଥିଲା । ଯଦି ଏହିପରି ପରିସ୍ଥିତି ଆଉ କିଛିଦିନ ଲାଗିରହିଥାଆନ୍ତା, ତେବେ ରୋଗୀକୁ ଆଗକୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଏବଂ ଖାଇବାରେ ଅନେକ ଅସୁବିଧା ଉପୁଜିଥାଆନ୍ତା । ପ୍ରତାପଙ୍କ କ୍ଷେତ୍ରରେ ସମୟାନୁଯାୟୀ ସ୍ୱାସ୍ଥ୍ୟ ପରାମର୍ଶରେ ଅବହେଳା ପାଇଁ ଉକ୍ତ ଘଟଣା ଆହୁରୀ ଜଟିଳ ହୋଇପଡ଼ିଥିଲା । ସ୍ୱାସ୍ଥ୍ୟଗତ ସମସ୍ୟାର ଜଟିଳତାକୁ ଏଡ଼ାଇବବା ପାଇଁ ସମୟାନୁଯାୟୀ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସମସ୍ତଙ୍କ ପାଇଁ ଗୁରୁତ୍ୱପୁର୍ଣ୍ଣ ହୋଇଥିବାବେଳେ ଏହିପରି ପ୍ରାଥମିକ ସ୍ୱାସ୍ଥ୍ୟଗତ ଜଟିଳତା କ୍ଷେତ୍ରରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ ।”

ଅସ୍ତ୍ରୋପଚାର ପରେ ଶ୍ରୀଯୁକ୍ତ ପ୍ରତାପ କୁମାର ଶତପଥି କହିଛନ୍ତିଯେ, “ଗତ ୩୦ ବର୍ଷଧରି ମୁଁ ଏହିପରି ଏକ ବୃହତ୍ତ ଟ୍ୟୁମରରେ ଆକ୍ରାନ୍ତଥିଲି ବୋଲି ମୁଁ ବିଶ୍ୱାସ କରିପାରୁ ନାହିଁ, ଯାହାକି ମୁଁ ମାତ୍ର ଗତ ୨ ମାସ ତଳେ ଜାଣିବାକୁ ପାଇଥିଲି । ଯେବେକି ମୁଁ ନିଃଶ୍ୱାସପ୍ରଶ୍ୱାସ ନେବାରେ ଏବଂ ଢୋକିବାରେ ଏବଂ ଏପରିକି ପାଣି ପିଇବାରେ ମଧ୍ୟ କଷ୍ଟ ଅନୁଭବ କରୁଥିଲି । ମୁଁ ଡ଼ା. ବୃନ୍ଦାବନ ନାହାକ ଏବଂ ଡ଼ା. ପ୍ରଦୀପ କୁମାର ମିଶ୍ରଙ୍କୁ କୃତଜ୍ଞତା ଜଣାଉଛି, ଯେଉଁମାନେକି ମୋର ଜୀବନ ରକ୍ଷା କରିବା ସହିତ ମୋତେ ଏକ ନୂତନ ଜୀବନ ଦାନ ଦେଇଛନ୍ତି । ମୋ ପରିସ୍ଥିତିକୁ ଦେଖି ମୋର ଆରୋଗ୍ୟ ହେବାନେଇ ମୁଁ ସମ୍ପୁର୍ଣ୍ଣ ଆଶା ଛାଡ଼ିଦେଇଥିଲି । ମୁଁ ବହୁତ ଭାଗ୍ୟାବାନଯେ, ସଠିକ୍ ସମୟରେ ମୁଁ ଏହି ହସ୍ପିଟାଲରେ ପହଞ୍ଚି, ସଫଳତାର ସହିତ ଅସ୍ତ୍ରୋପଚାର କରାଇପାରିଛି ।” ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆନେସ୍ଥେସିଆ ଟିମ୍ ଡା ଆଲୋକ ରଥ, ତାଙ୍କ ସହଯୋଗୀ ଡା. କରୁଣାକର ଦାସ, ଡା. ଭର୍ଗିସ ପି ଜନ, ସିଇଓ ବିଆରଲାଇଫ୍ କଳିଙ୍ଗ ହସ୍ପିଟାଲ, ଡା. ସିମନ୍ତା ଶର୍ମା, ଡା. ମଞ୍ଜିନ୍ଦର ଭାଟ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।


Share It

Comments are closed.