ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ ନେଲେ ଦୀନେଶ ମୋଙ୍ଗିଆ


ଗତ କାଲି ଭାରତୀୟ ଦଳର ପୂର୍ବତ୍ତନ କ୍ରିକେଟର ଦୀନେଶ ମୋଙ୍ଗିଆ କ୍ରିକେଟର ସମସ୍ତ ପ୍ଲାଟଫର୍ମରୁ ସନ୍ୟାସ ନେଇଛନ୍ତି । ୨୦୦୧ରେ ଭାରତୀୟ ଦଳରେ ପାଦଥାପିଥିବା ଏହି ଖେଳାଳୀ ନିଜ ଶେଷ ମ୍ୟାଚ ବାଙ୍ଗଲାଦେଶ ବିପକ୍ଷରେ ୨୦୦୭, ୧୨ମେଇରେ ଖେଳିଥିଲେ । ମୋଙ୍ଗିଆ ନିଜ ଶେଷ ଆନ୍ତର୍ଜାତିକ ମ୍ୟାଚ ଖେଳିବାର ୧୨ ବର୍ଷ ପରେ ବର୍ତ୍ତମାନ ସେ କ୍ରିକେଟର ସମସ୍ତ ପ୍ଲାଟଫର୍ମରୁ ସନ୍ୟାସ ନେଇଛନ୍ତି । ମୋଙ୍ଗିଆଙ୍କ କ୍ରିକେଟ କ୍ୟାରିୟରରେ ସେହି ସମୟରେ ବିରାମ ଲାଗିଥିଲା ଯେଉଁ ସମୟରେ ସେ ବୋର୍ଡ ପକ୍ଷରୁ ଆୟୋଜିତ ହୋଇଥିବା ଆସିଏଲ ଲିଗ ଖେଳିଥିଲେ । ମୋଙ୍ଗିଆ ୧୯୯୫-୯୬ରେ ଘରୋଇ କ୍ରିକେଟରରୁ ଭାରତୀୟ ଦଳରେ ପାଦ ଥାପିଥିବାବେଳେ ସେ ଦଳ ପକ୍ଷରୁ ୨୦୦୩ ବିଶ୍ୱକପ ମଧ୍ୟ ଖେଳିସାରିଛନ୍ତି । କେବଳ ଏତିକି ନୁହେଁ, ବାମ ହାତୀର ଏହି ଖେଳାଳୀ ଇଂଲିସ କାଉଣ୍ଟିରେ ନିଜ ସ୍ପିନର ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟ ଦେଖାଇ ସାରିଛନ୍ତି । ସେ ନିଜ କ୍ୟାରିୟରେ ୫୭ଟି ଦିନିକିଆ ଖେଳି ୨୭.୯୫ ହାରରେ ୧୨୩୦ ରନ ସଂଗ୍ରହ କରିଥିବାବେଳେ ୧୪ଟି ୱିକେଟ ମଧ୍ୟ ସଂଗ୍ରହ କରିଛନ୍ତି । ସେ ଟେଷ୍ଟ କ୍ରିକେଟରେ ନିଜ ପାଦ ଥାପି ପାରିନଥିବାବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ମାତ୍ର ଟି-୨୦ ମ୍ୟାଚ ଖେଳି ୩୮ ରନ ସଂଗ୍ରହ କରିଛନ୍ତି ।


Share It

Comments are closed.