ଭୂପେନ୍ଦ୍ର ପଟେଲଙ୍କ ଦ୍ୱିତୀୟ ପାଳି ଆରମ୍ଭ


ଭୁପେନ୍ଦ୍ର ପଟେଲ ଦ୍ୱିତୀୟଥର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଗାନ୍ଧୀନଗରର ହେଲିପେଡ ଗ୍ରାଉଣ୍ଡରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ମନ୍ତ୍ରୀ ମଧ୍ୟ କ୍ୟାବିନେଟ ପଦର ଶପଥ ନେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।
ସୂଚନଯୋଗ୍ୟ, ଭୂପେନ୍ଦ୍ର ପଟେଲ ଅହମ୍ମଦାବାଦ ଜିଲ୍ଲାର ଘାଟଲୋଡ଼ିୟା ସିଟର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଭୂପେନ୍ଦ୍ରଙ୍କ ନେତୃତ୍ୱରେ ବିଜେପି ଏଥର ୧୫୬ ସିଟ୍ ସହ ରେକର୍ଡ ବିଜୟ ହାସଲ କରିଛି । ସେ ୨୦୧୭ ଓ ୨୦୨୨ରେ ଗୁଜରାଟରେ ସର୍ବାଧିକ ଭୋଟରେ ନିର୍ବାଚନ ଜିତିଛନ୍ତି ।


Share It

Comments are closed.