ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ‘ଭୁଲ ଭୁଲାଏ’ ଫିଲ୍ମର ସିକ୍ୱେଲ


ଅକ୍ଷୟ କୁମାର ଏବଂ ବିଦ୍ୟା ବାଲନଙ୍କ ସୁପର ହିଟ ଫିଲ୍ମ ‘ଭୁଲ ଭୁଲାଏ’କୁ ନେଇ ବର୍ତ୍ତମାନ ଖୁବ ଜୋରସେ ଚର୍ଚ୍ଚା ହେବାରେ ଲାଗିଛି । କାରଣ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ୨୦୦୭ରେ ରିଲିଜ ହୋଇଥିବା ଏହି ସୁପରହିଟ ଫିଲ୍ମର ସିକ୍ୱେଲ ବର୍ତ୍ତମାନ ଖୁବ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି ।
ପ୍ରକାଶ ଥାଉକି, ଏହି ଫିଲ୍ମରେ ବିଦ୍ୟା ବାଲନ ଖୁବ ସୁନ୍ଦର ଅଭିନୟ କରିଥିଲେ । ଏହି ଫିଲ୍ମରେ ଅକ୍ଷୟ ଓ ବିଦ୍ୟାଙ୍କ ସମେତ ଅମିଶା ପଟେଲ ଏବଂ ସାଇନୀ ଆହୁଜାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ଏହା ଶୁଣିବାକୁ ମିଳୁଛି ଯେ, ପ୍ରସ୍ତୁତ ହେବାକୁ ଯାଉଥିବା ଏହି ଫିଲ୍ମର ସିକ୍ୱେଲରେ ପୂର୍ବରୁ ଥିବା କୌଣସି କଳାକାରଙ୍କୁ ଦେଖିବାକୁ ମିଳିନପାରେ କାରଣ ଏହି ଫିଲ୍ମର ସିକ୍ୱେଲରେ ନୂଆ କଳାକାରଙ୍କୁ ଦେଖିବାକୁ ମିଳିପାରେ ବୋଲି ଅଧିକ ସମ୍ଭାବନା ରହିଛି ।
ମିଳିଥିବା ସୂଚନା ମୁତାବକ ଏହି ଫିଲ୍ମର ନିର୍ଦ୍ଦେଶନା ‘ଫରହାଦ ସାମଜୀ’ ଦେଉଥିବାବେଳେ ଖୁବ ଶୀଘ୍ର ଏହାର କାସଟିଙ୍ଗ କାମ ଆରମ୍ଭ ହୋଇପାରେ । କେବଳ ଏତିକି ନୁହଁ, ନିର୍ମାତା ଭୂଷଣ କୁମାର ମଧ୍ୟ ଏହି ଫିଲ୍ମର ନାମ ‘ଭୁଲ ଭୁଲାଏ ୨’ ଦେବେ ବୋଲି ନିଷ୍ପତି ନେଇ ସାରିଛନ୍ତି ।


Share It

Comments are closed.