ପୁଣିଥରେ ବଡ ପରଦାରେ ଏକାଠି ନଜର ଆସିବେ ‘ରଣବୀର ଏବଂ ଦୀପିକା’


ଦୀପିକା ପାଦୁକନ ଏବଂ ରଣବୀର ସିଂହଙ୍କ ଯୋଡି ପୁଣିଥରେ ସିନେମା ହଲ ମାନଙ୍କରେ ଧମାଲ ମଚେଇବାକୁ ଯାଉଛି । କାରଣ ମିଳିଥିବା ସୂଚନା ମୁତାବକ ରାମଲୀଲା, ପଦ୍ମାବତୀ ଏବଂ ବାଜିରାଓ ମସ୍ତାନୀ ପରେ ଏବେ ପୁଣି ଥରେ ଏହି ଯୋଡିଙ୍କୁ ବଡ ପରଦାରେ ଏକାଠି ଦେଖିବାକୁ ମିଳିପାରେ । କାହିଁକି ନାଁ ଉଭୟଙ୍କୁ କ୍ରିକେଟ କିମ୍ବଦନ୍ତୀ ତଥା ମହାନ କ୍ରିକେଟର ‘କପିଲ ଦେବ’ଙ୍କ ଜୀବନୀ ଉପରେ ପର୍ଯ୍ୟବେଷିତ ହେଉଥିବା ଫିଲ୍ମ ‘୮୩’ରେ ଏକାଠି ଦେଖିବାକୁ ମିଳିବ । ସବୁଠାରୁ ମୁଖ୍ୟ କଥା ଏହା ଯେ, ରିଏଲ ଲାଇଫ ଭଳି ରିଲ ଲାଇଫରେ ମଧ୍ୟ ଦୀପିକା, ରଣବୀରଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ।
ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ଉଭୟ ଏହି ଫିଲ୍ମ ପାଇଁ ସାଇନ କରିସାରିଥିବାବେଳେ ତେବେ ଏହା କେବେ ସିନେମା ହଲରେ ରିଲିଜ ହେଉଛି ତାହା କେବଳ ଦେଖିବାକୁ ବାକି ରହିଛି । ପ୍ରକାଶ ଥାଉକି, ପୂର୍ବରୁ ଉଭୟଙ୍କ ଅଭିନୀତରେ ନିର୍ମିତ ହୋଇଥିବା ଫିଲ୍ମ ଦର୍ଶନ ମନକୁ ବେଶ ଛୁଇଁ ପାରିଥିବେଳେ ଆଶା କରାଯାଉଛି ଏହା ବକ୍ସ ଅଫିସରେ ସଫଳତା ହାସଲ କରିବ ।


Share It

Comments are closed.