‘ବନ୍ଧୁ’ ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ


ଜଗତସିଂହପୁର : ‘ବନ୍ଧୁ’ ସଂଗଠନ ତରଫରୁ ଏହାର ସାଧାରଣ ପରିଷଦ ବୈଠକ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଲଙ୍କାପଡ଼ା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁ ପକ୍ଷରୁ ସଭାପତି ମାନସ ରଞ୍ଜନ ଦାସ କାର୍ଯ୍ୟକ୍ରମର ଉଦଘାଟନ କରିବା ସହିତ ବନ୍ଧୁର ଉଦ୍ଦେଶ୍ୟ ଓ ଲକ୍ଷ ବିଷୟରେ ବକ୍ତବ୍ୟ ରଖିଥିଲେ। ସାଧାରଣ ପରିଷଦ ବୈଠକର ସଂଯୋଜନା କରିଥିଲେ ବିଭୁସେନ ପତି ।
ଏହି ଅବସରରେ ସଂଗଠନର ପ୍ରାୟ ୬୦ ଜଣ ସଦସ୍ୟଙ୍କ ଉପସ୍ଥିତି ଥିଲେ । ବୈଠକ ପ୍ରାରମ୍ଭରେ ସଂଗଠନ ପକ୍ଷରୁ ସଞ୍ଜୟ କୁମାର ସ୍ୱାଇଁ, ରାଧାଗୋବିନ୍ଦ ଲେଙ୍କା ଓ ସୁଶାନ୍ତ କୁମାର ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ବନ୍ଧୁର ତ୍ରୀସୂତ୍ରୀ ଆଭିମୁଖ୍ୟ ସଂସ୍କାର, ସ୍ୱରାଜ ଓ ସ୍ୱାବଲମ୍ବନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଶେଷରେ ସାଧାରଣ ପରିଷଦ ଦ୍ୱାରା ୧୮ ଜଣିଆ କାର୍ଯ୍ୟନିର୍ବାହୀ ପରିଷଦ ଗଠନ ହୋଇଥିଲା ଏବଂ ସଭାପତି ରୂପେ ସୁଧାଶୁଂ ମୋହନ ରାଉତ, ଉପ ସଭାପତି ସ୍ୱାଗତିକା ମହାପାତ୍ର, ସଂପାଦକ ସୁଶାନ୍ତ କୁମାର ମଲ୍ଲିକ, ସହ ସଂପାଦକ ବିଭୁସେନ ପତି, କୋଷାଧ୍ୟକ୍ଷ ଟୁଲୁ ମଲ୍ଲିକ ଆଦି ଦାୟିତ୍ୱ ଗ୍ରହଣ କରିଥିଲେ । ଶେଷରେ ଦିଲ୍ଲୀପ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।


Share It

Comments are closed.