ବନ୍ଧନ ବ୍ୟାଙ୍କ ପକ୍ଷରୁ ୮ ବର୍ଷରୁ କମ୍ ସମୟରେ ଶାଖାରେ ତିନି ଗୁଣା ବୃଦ୍ଧି

Share It

ବ୍ୟାଙ୍କର ଏବେ ୧୫୦୦ରୁ ଅଧିକ ଶାଖା
ମୋଟ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍ ସଂଖ୍ୟା ୬୦୦୦ରୁ ଅଧିକ
ସାରା ଦେଶରେ ଏହା ତିନି କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି
ଭୁବନେଶ୍ୱର: ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ୟାଙ୍କ ବନ୍ଧନ ବ୍ୟାଙ୍କ ପକ୍ଷରୁ କାରବାର ଆରମ୍ଭ କରିବାର ଆଠ ବର୍ଷରୁ କମ୍ ସମୟ ଭିତରେ ଶାଖା ସଂଖ୍ୟାରେ ତିନି ଗୁଣା ବୃଦ୍ଧି ମାରଇଲଖୁଂଟ ହାସଲ କରାଯାଇଛି । ବ୍ୟାଙ୍କର ଏବେ ମୋଟ ଉପରେ ୧୫୦୦ରୁ ଅଧିକ ଶାଖା ରହିଛି । ଅନ୍ୟ ୪୫୦୦ ବ୍ୟାଙ୍କିଙ୍ଗ ୟୁନିଟ୍‌କୁ ନେଇ ବ୍ୟାଙ୍କର ମୋଟ ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍ ସଂଖ୍ୟା ଏବେ ସାରା ଦେଶରେ ୬୦୦୦ରୁ ଅଧିକ ହୋଇଛି । ୨୦୧୫ ଅଗଷ୍ଟ ୨୩ରେ ୫୦୧ ଶାଖା ସହ ବ୍ୟାଙ୍କ ଏହାର ଯାତ୍ରା ଆରମ୍ଭ କରିଥିଲା ।
ବ୍ୟାଙ୍କ ଏବେ ସାରା ଦେଶର ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ବ୍ୟାପୀଥିବା ୬୦୦୦ରୁ ଅଧିକ ବ୍ୟାଙ୍କିଙ୍ଗ୍ ଆଉଟ୍‌ଲେଟ୍‌ର ଦୃଢ଼ ନେଟ୍‌ୱର୍କ ଜରିଆରେ ୩ କୋଟିରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ଭାରତୀୟମାନେ ଯେଉଁଠାରେ ବାସ କରୁଥାଆନ୍ତୁ, ସେମାନଙ୍କ ଆର୍ଥିକ ଆବଶ୍ୟକତା ଯାହା ରହିଥାଉ କିମ୍ବା ପ୍ରତ୍ୟକ୍ଷ ଓ ଡିଜିଟାଲ୍‌ରୁ ଯେଉଁ ବ୍ୟାଙ୍କିଙ୍ଗ ମାଧ୍ୟମ ସେମାନଙ୍କର ପସନ୍ଦ ସେହି ଅନୁସାରେ ପ୍ରତି ଭାରତୀୟଙ୍କ ବିବିଧ ଆର୍ଥିକ ଆବଶ୍ୟକତା ପୂରଣ କରିବା ଲାଗି ଏହା ପ୍ରତିବଦ୍ଧ ରହିଛି ।
ବନ୍ଧନ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଚନ୍ଦ୍ରଶେଖର ଘୋଷ କହିଛନ୍ତି ଯେ, “ବନ୍ଧନ ବ୍ୟାଙ୍କ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି । ଆମ ଉପରେ ସାରା ଭାରତର କୋଣ ଅନୁକୋଣରୁ ଗ୍ରାହକମାନେ ପ୍ରକଟ କରିଥିବା ବିଶ୍ୱାସ ଓ ଭରସାର ଫଳ ସ୍ୱରୂପ ଗତ ଆଠ ବର୍ଷ ଭିତରେ ବ୍ୟାଙ୍କ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି । ସମସ୍ତଙ୍କ ପାଖରେ ବ୍ୟାଙ୍କ ସେବା ପହଂଚାଇବା ଲାଗି ଭାରତରେ ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍‌କୁ ଅଧିକ ସ୍ଥାନରେ ପହଂଚାଇବାର ଆବଶ୍ୟକତା ରହିଛି । ଆମର ଦ୍ରୁତ ଅଭିବୃଦ୍ଧିଶୀଳ ବ୍ୟାଙ୍କ ନେଟ୍‌ୱର୍କ ଓ ଡିଜିଟାଲ୍ ସେବା ସହିତ ଆମ ମୂଲ୍ୟବାନ ଗ୍ରାହକମାନଙ୍କ ଲାଗି ସୁବିଧା, ସୁରକ୍ଷାରେ ଆହୁରି ଉନ୍ନତି ଆଣିବା ଲାଗି ବନ୍ଧନ ବ୍ୟାଙ୍କ ପ୍ରତିବଦ୍ଧ ରହିଛି ।’’
ସଂପତି ବୁକ୍ ଓ ଭୌଗୋଳିକ ଉପସ୍ଥିତିରେ ବିବିଧତା ଆଣିବା ଯାତ୍ରାରେ ବ୍ୟାଙ୍କ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ନିଜର ପାରମ୍ପରିକ କ୍ଷେତ୍ର ପୂର୍ବ ଏବଂ ଉତର ପୂର୍ବାଚଂଳଠାରୁ ଆଗକୁ ବଢ଼ି ଗ୍ରାମୀଣ ଓ ସହରାଚଂଳ ବଜାରର ମିଶ୍ରଣରେ ବ୍ୟାଙ୍କ ଏହାର ଉପସ୍ଥିତିର ସମ୍ପ୍ରସାରଣ ଜାରି ରଖିଛି । ବ୍ୟାଙ୍କ ଏହାର ସିକ୍ୟୁରଡ୍ ଋଣ ଭାଗ ମଧ୍ୟ ବଢ଼ାଉଛି । ବ୍ୟାଙ୍କ ପକ୍ଷରୁ ଆକର୍ଷଣୀୟ ସୁଧ ହାରରେ ଗୃହ ଋଣ, ବ୍ୟକ୍ତିଗତ ଋଣ, ଗାଡ଼ି ଋଣ ଏବଂ ଦୁଇ ଚକିଆ ଋଣ ଭଳି ଖୁଚୁରା ଉତ୍ପାଦ ପ୍ରଦାନ କରାଯାଉଛି । ଗ୍ରାହକମାନଙ୍କ ସୁବିଧା ଲାଗି ବ୍ୟାଙ୍କ ପକ୍ଷରୁ ନିକଟରେ ନିଓ ପ୍ଲସ୍ ଡିଜିଟାଲ୍ ସେଭିଂ ବ୍ୟାଙ୍କ ଖାତା ନାମରେ ସମ୍ପୂର୍ଣ୍ଣ ଡିଜିଟାଲ୍ ସଂଚୟ ଖାତାର ଶୁଭାରମ୍ଭ କରାଯାଇଛି ।


Share It

Comments are closed.