ଓଟିଡିସି ପେମେଂଟ୍ ସମାଧାନ ସୁଦୃଢ଼ କରିବାକୁ ବନ୍ଧନ ବ୍ୟାଙ୍କ ପକ୍ଷରୁ ଓଡ଼ିଶା ସରକାରଙ୍କ ସହ ସହଯୋଗିତା ସ୍ଥାପନ


ବ୍ୟାଙ୍କ ପକ୍ଷରୁ ଓଡ଼ିଶା ପର୍ଯ୍ୟଟନ ବିଭାଗକୁ ପିଓଏସ୍ ମେସିନ ପ୍ରଦାନ କରାଯିବ
ସହଯୋଗିତାର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୧୫ ପ୍ରମୁଖ ସ୍ଥାନ ସାମିଲ ହେବ
ଡେବିଟ୍ ଓ କ୍ରେଡିଟ୍ କାର୍ଡ ଜରିଆରେ ପେମେଂଟ୍ କରିବା ପାଇଁ ପର୍ଯ୍ୟଟକଙ୍କୁ ମେସିନ ସହାୟକ ହେବ
ନିକଟ ଭବିଷ୍ୟତରେ ୟୁପିଆଇ ସେବାର ଶୁଭାରମ୍ଭ କରିବାକୁ ବ୍ୟାଙ୍କ ଯୋଜନା ରଖିଛି
ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି)ର ପେମେଂଟ୍ ସମାଧାନକୁ ସୁଦୃଢ଼ କରିବାରେ ଓଡ଼ିଶା ସରକାରଙ୍କୁ ସହାୟତା ପ୍ରଦାନ କରିବା ଲାଗି ବନ୍ଧନ ବ୍ୟାଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ପର୍ଯ୍ୟଟକମାନଙ୍କୁ କାର୍ଡ ପେମେଂଟ୍ ସୁବିଧା ପ୍ରଦାନ କରିବା ଲାଗି ବ୍ୟାଙ୍କ ପକ୍ଷରୁ ପଏଂଟ୍ ଅଫ୍ ସେଲ୍ (ପିଓଏସ୍‌) ମେସିନ୍ ପ୍ରଦାନ କରାଯିବ । ପୁରୀ, ଭୁବନେଶ୍ୱର, କୋଣାର୍କ, ଚିଲିକା ଓ ଗୋପାଳପୁର ଭଳି ପ୍ରମୁଖ ଅଂଚଳ ଏହି ସହଯୋଗିତାରେ ସାମିଲ ହେବ ।
ଏହି ପିଓଏସ୍ ମେସିନ୍ ପର୍ଯ୍ୟଟକଙ୍କଠାରୁ ପେମେଂଟ୍ ସଂଗ୍ରହକୁ ତ୍ୱରାନ୍ୱିତ କରିବ, ଯାହା ଫଳରେ ଉଭୟ ପର୍ଯ୍ୟଟକ ଓ ଓଟିଡିସି ଅଧିକାରୀଙ୍କ ପାଇଁ ତାହା ସୁବିଧାଜନକ ହେବ । ପର୍ଯ୍ୟଟକଙ୍କ ପାଖରେ ନଗଦ ଟଙ୍କା ଅଭାବ କାରଣରୁ ଓଟିଡିସିର ଯେଉଁ ରାଜସ୍ୱ କ୍ଷତି ହେଉଥିଲା ତାହାକୁ ରୋକିବାରେ ଏହି ଇଡିସି ମେସିନ୍ ସହାୟକ ହୋଇପାରିବ । ଏକ କମ୍ ନଗଦ ବିଶିଷ୍ଟ ଅର୍ଥନୀତିରେ ପରିଣତ ହେବା ଲାଗି ଦେଶର ଯେଉଁ ଆଭିମୁଖ୍ୟ ରହିଛି ସେହି ଅନୁସାରେ ଏହି ଅଭିଯାନ ପ୍ରସ୍ତୁତ କରାଯାଇଛି ।
ଏହି ଅବସରରେ ବନ୍ଧନ ବ୍ୟାଙ୍କର ରିଟେଲ୍ ବ୍ୟାଙ୍କିଙ୍ଗ୍ ମୁଖ୍ୟ ଶାନ୍ତନୁ ସେନଗୁପ୍ତା କହିଛନ୍ତି ଯେ, “କିଛି ବର୍ଷ ମଧ୍ୟରେ ବନ୍ଧନ ବ୍ୟାଙ୍କ ପାଇଁ ଓଡ଼ିଶା ଏକ ପ୍ରମୁଖ ବଜାର ହୋଇପାରିଛି । ରାଜ୍ୟର ପର୍ଯ୍ୟଟକମାନଙ୍କ ପାଇଁ ସୁବିଧାଜନକ ପେମେଂଟ୍ ସମାଧାନ ଆଣିବାରେ ଓଡ଼ିଶା ସରକାରଙ୍କ ସହ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବହୁତ ଖୁସି । ବନ୍ଧନ ବ୍ୟାଙ୍କରେ ଆମେ ସମସ୍ତଙ୍କର ବ୍ୟାଙ୍କ ହେବା ଲାଗି ପ୍ରତିବଦ୍ଧ ଏବଂ ଏହି ଉଦ୍ୟମ ହେଉଛି ସେଦିଗରେ ଏକ ପଦକ୍ଷେପ ।’’
ବନ୍ଧନ ବ୍ୟାଙ୍କର ଏବେ ଓଡ଼ିଶା ରାଜ୍ୟରେ ପ୍ରାୟ ୧୫୦ ବ୍ୟାଙ୍କିଙ୍ଗ୍‌୍ ଆଉଟ୍‌ଲେଟ୍ ରହିଥିବା ବେଳେ ବ୍ୟାଙ୍କ ପକ୍ଷରୁ ସାରା ଦେଶର ୩୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ୬୧୦୦ରୁ ଅଧିକ ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍ ଜରିଆରେ ୩ କୋଟିରୁ ଅଧିକ ଗ୍ରାହକଙ୍କ ବ୍ୟାଙ୍କିଙ୍ଗ୍ ଆବଶ୍ୟକତା ପୂରଣ କରାଯାଉଛି ।


Share It

Comments are closed.