ବଜାଜ ହାଉସିଂ ଫାଇନାନ୍ସ ଲିମିଟେଡ୍ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ


ଭୁବନେଶ୍ୱର: ବଜାଜ ଗ୍ରୁପ୍‌ର ଅଂଶ ବଜାଜ ହାଉସିଂ ଫାଇନାନ୍ସ ଲିମିଟେଡ୍ ପକ୍ଷରୁ ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । ବଜାଜ ହାଉସିଂ ଫାଇନାନ୍ସ ଲିମିଟେଡ୍ ହେଉଛି ଏକ ନନ୍‌-ଡିପୋଜିଟ୍ ହାଉସିଂ ଫାଇନାନ୍ସ କମ୍ପାନି ଯାହା ଜାତୀୟ ହାଉସିଂ ବ୍ୟାଙ୍କରେ ୨୦୧୫ ସେପ୍ଟେମ୍ବର ୨୪ରୁ ପଞ୍ଜୀକୃତ ହୋଇଛି ଏବଂ ୨୦୧୮ ଆର୍ଥିକ ବର୍ଷରୁ ବନ୍ଧକ ଋଣ ପ୍ରଦାନ କରୁଛି ।
ଏହି ଆଇପିଓରେ ୭୦୦୦ କୋଟି ଟଙ୍କା ସଂଗ୍ରହ କରିବାର ପ୍ରସ୍ତାବ ରହିଛି । ନୂଆ ସେୟାର ଜାରି କରି ୪୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଏବଂ ଅଫର ଫର୍ ସେଲ୍‌ରେ ଅଂଶଧନକାରୀମାନେ ୩୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସେୟାର ବିକ୍ରି କରିବା ପ୍ରସ୍ତାବ ରହିଛି ।
ଏହି ପବ୍ଲିକ୍ ଅଫରରେ ଯୋଗ୍ୟ କର୍ମଚାରୀ ଏବଂ ଯୋଗ୍ୟ ପ୍ରତିଷ୍ଠାତା ଅଂଶଧନକାରୀମାନଙ୍କ ଲାଗି ଇକ୍ୱିଟି ସେୟାର ସବ୍‌ସ୍କ୍ରିପ୍‌ସନ୍ ପାଇଁ ସଂରକ୍ଷିତ ରହିବ । ଏଥିରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ବଜାଜ ହାଉସିଂ ଫାଇନାନ୍ସ ତାହାକୁ ଋଣ ଦେବା ଲାଗି ଭବିଷ୍ୟତ ବ୍ୟବସାୟ ଆବଶ୍ୟକତା ପୂରଣ କରିବା ଲାଗି କମ୍ପାନିର ପୁ୍‌ଞ୍ଜି ଆଧାରକୁ ବଢ଼ାଇବା ।
ଇକ୍ୱିଟି ସେୟାରଗୁଡ଼ିକୁ ବମ୍ବେ ଷ୍ଟକ୍ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରିବାର ଯୋଜନା ରହିଛି । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ନିୟମ ଅନୁସାରେ ଅଫରର ୫୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ମାନଙ୍କ ଲାଗି ଉପଲବ୍ଧ ରହିବ ଏବଂ ତାହାର ୬୦ ପ୍ରତିଶତ ଇକ୍ୱିଟି ସେୟାର ପାଇଁ ଆଙ୍କର ନିବେଶକମାନେ ବିଡ୍ ଦାଖଲ କରିପାରିବେ । ସେହିପରି ଏକ ତୃତୀୟାଂଶ ସେୟାର ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କ ପାଇଁ ରହିବ । ୧୫ ପ୍ରତିଶତ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରଖାଯିବ । ନିଟ୍ ଅଫରର ୩୫% ପର୍ଯ୍ୟନ୍ତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍‌, ବିଓଏଫ୍‌ଏ ସିକ୍ୟୁରିଟିଜ୍ ଇଣ୍ଡିଆ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଗୋଲ୍ଡମ୍ୟାନ୍ ସଚ୍‌ସ (ଇଣ୍ଡିଆ) ସିକ୍ୟୁରିଟିଜ୍ ପ୍ରାଇଭେଟ୍ ଲିମିଟେଡ୍‌, ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟସ୍ ଲିମିଡେ୍‌, ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍ ଓ ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍ ।


Share It

Comments are closed.