ଶେଷରେ ଗିରଫ ହେଲେ ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ


କୋଣାର୍କ ସମ୍ବନ୍ଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ତଥା କୋଟି କୋଟି ଓଡିଆ ଲୋକଙ୍କ ଭାବନାକୁ କ୍ଷତି ପହଞ୍ଚାଇଥିବା ପୂର୍ବତ୍ତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆଭିଜିତ ଆୟର ମିତ୍ରଙ୍କୁ ଶେଷରେ ପୋଲିସ ଗିରଫ କରିଛି । ଅଭିଜିତ କୌଣାର୍କ, ପୁରୀ ଏବଂ ଓଡିଶାର ବିଧାୟକ ମାନଙ୍କ ସଂପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇପଡିଥିଲେ । କେବଳ ଏତିକି ନୁହେଁ , ଦମ ଅଛି ତ ତାଙ୍କୁ ଗିରଫ କରି ଦେଖାଓ ବୋଲି ଖୁଲମ ଖୁଲା ଚ୍ୟାଲେଞ୍ଜ ମଧ୍ୟ ଦେଇଥିଲେ ।
ମିଳିଥିବା ସୂଚନା ମୁତାବକ, ଅଭିଜିତ ଆୟରଙ୍କୁ ନିଜ୍ଜାମୁଦିନ ପୋଲିସ ସାହାର୍ଯ୍ୟରେ ଓଡିଶା ପୋଲିସ ତାଙ୍କୁ ବାସଭବନରୁ ଆଣି ଥାନାରେ ପଚାରଉଚାର କରିଥିଲା । ଏହା ପରେ ଓଡିଶା ପୋଲିସ ଅଧିକାରୀମାନେ ଅଭିଜିତଙ୍କୁ ଗିରଫ କରି ଓଡିଶା ଆଣିବା ପୂର୍ବରୁ ସାକେତ କୋର୍ଟରେ ହାଜର କରାଇଥିଲେ । ଆୟରଙ୍କୁ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଗିରଫ କରାଯାଇଛି ।

ଗତ ୧୫ ତାରିିଖ ଦିନ ସେ ବୈଜୟନ୍ତଙ୍କ ସହ ହେଲିକ୍ୟାପ୍ଟରରେ ଉଡି ବିବାଦ ଘେରକୁ ଆସିଥିଲେ । ସେ ବୈଜୟନ୍ତଙ୍କ ହେଲିକ୍ୟାପ୍ଟରରେ ଚିଲିକା, ପୁରୀ, କୌଣାର୍କ ଏବଂ ଅନ୍ୟାନ ସ୍ଥାନକୁ ମଧ୍ୟ ବୁଲିଥିଲେ । ସେ କୋଣାର୍କ ମନ୍ଦିରରେ ଖୋଦିତ ହୋଇଥିବା କାରୁକାର୍ଯ୍ୟକୁ ଅପମାନିତ କରିବା ସହ ଓଡିଶା ଏକ ଘଟିଆ ରାଜ୍ୟ ବୋଲି ସମ୍ବୋନ୍ଧିତ ମଧ୍ୟ କରିଥିଲେ ।
ଆୟାର କୋଣାର୍କ ମନ୍ଦିର ସଂପର୍କରେ ଇଂଙ୍ଗିତ କରି କହିଥିଲେ ଯେ, କୋଣାର୍କ ମନ୍ଦିର କିପରି ଏକ ପବିତ୍ର ସ୍ଥାନ ହୋଇପାରିବ, ଯେଉଁଥିରେ ଏପରି ଖରାପ ଚିତ୍ର ଖୋଦିତ ହୋଇଛି । ସେ ଏହା ମଧ୍ୟ କହିଥିଲେ ଯେ, କୋଣାର୍କ ମନ୍ଦିର ମୁସଲମାନ ଶାସକଙ୍କ ଏକ ଷଡଯନ୍ତ୍ର ବୋଲି ।
କେବଳ ଏତିକି ଓଡିଶାକୁ ନିଚା ଦେଖାଇବାକୁ ଯାଇ, ଓଡିଶାକୁ ବଙ୍ଗାଳୀମାନେ ଆବିଷ୍କାର ବୋଲି ମଧ୍ୟ କହିଥିଲେ । ପୂର୍ବରୁ ଓଡିଶା ବୋଲି କିଛି ନଥିଲା ଏହା ବଙ୍ଗଳାର ଏକ ଅଂଶ ବୋଲି ମଧ୍ୟ କହିଥିଲେ ।


Share It

Comments are closed.