ଏସିଆ କପରେ ପାକିସ୍ତାନକୁ ଧରାଶୟୀ କଲେ ଏହି ଭାରତୀୟ ଖେଳାଳୀ


ବୁଧବାର ଏସିଆ କପରେ ଭାରତ ପାକିସ୍ତାନକୁ ୮ଟି ୱିକେଟରେ ପରାସ୍ତ କରିଛି । ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ୧୬୩ର ରନର ଟାର୍ଗେଟକୁ ଭାରତ ଅତି ସହଜରେ ହାସଲ କରିନେଇଥିଲେ । ତେବେ ଆସନ୍ତୁ ଜାଣିବା ଭାରତର ଏହି ବିଜୟ ପାଇଁ କେଉଁମାନଙ୍କ ଭୂମିକା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଥିଲା ।

ଭୁବନେଶ୍ୱର କୁମାର –

ଭୁବନେଶ୍ୱର କୁମାର ନିଜର ସ୍ୱିଙ୍ଗ ବୋଲିଂ ଦ୍ୱାରା ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କୁ ଧରାଶୟୀ କରିଦେଇଥିଲେ । ଭୁବନେଶ୍ୱର ୭ ଓଭରରେ୧୫ ରନ ଦେଇ ୩ ୱିକେଟ ହାସଲ କରିଥିଲେ । ତାଙ୍କର ଏହି ପ୍ରଦର୍ଶନ ଯୋଗୁଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ସମ୍ମାନୀତ କରାଯାଇଥିଲା ।

ରୋହିତ ଶର୍ମା –

ପାକିସ୍ତାନ ଦେଇଥିବା ଲକ୍ଷ୍ୟକୁ ହାସଲ କରିବା ପାଇଁ ପଡିଆକୁ ଓହ୍ଲାଇଥିବା ଭାରତାର ଦୁଇଟି ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ଶିଖର ଧଓନ ଉନ୍ନତ ପ୍ରଦର୍ଶନ କରିଥିଲେ । ରୋହିତ ଶର୍ମା ୩୯ଟି ବଲରେ ୬ଟି ଛକା ଏବଂ ୩ଟି ଚୌକା ମାରି ୫୨ରନର ପାରି ଖେଳିଥିଲେ ।

ଶିଖର ଧଓନ –

ହଂକଂ ବିପକ୍ଷରେ ୧୨୭ର ପାରିଖେଳିଥିବା ଶିଖର ଧଓନ ପାକିସ୍ତାନ ବିପକ୍ଷରେ ୪୬ ରନ କରି ଆଉଟ ହୋଇଯାଇଥିଲା । ଧଓନ ୫୪ଟି ବଲ ଖେଳି ୬ଟି ଚୌକା ଏବଂ ଗୋଟେ ଛକା ମାରି ୪୬ ରନ ହାସଲ କରିଥିଲେ ।

କେଦାର ଯାଦବ –

ସେହିଭଳି କେଦାର ଯାଦବ ପାକିସ୍ତାନ ବିପକ୍ଷରେ ୯ଓଭର ବୋଲିଂ କରି ୨୩ ରନ ବିନିମୟରେ ୩ଟି ୱିକେଟ ହାସଲ କରିଥିଲେ । କେଦାର ପାକିସ୍ତାନର ବାବର ଆଜମ (୪୭), ଅଧିନାୟକ ସରଫରାଜ ଅହମ୍ମଦ (୬) ଏବଂ ସାଦବ ଖାନ(୮)ଙ୍କ ଭଳି ତିନୋଟି ମହତ୍ତ୍ୱପୂର୍ଣ୍ଣ ୱିକେଟ ହାସଲ କରିଥିଲେ ।

ଯସପ୍ରିତ ବୁମରା –

ଏସିଆ କପରେ ପାକିସ୍ତାନ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳୁଥିବା ଯସପ୍ରିତ ବିମରା ୭.୧ ଓଭରରେ ୨୩ ରନ ଦେଇ ୨ଟି ୱିକେଟ ହାସଲ କରିଛନ୍ତି ।


Share It

Comments are closed.