ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେଲେ ବାବା ରାମ ଦେବ


ଏଲୋପାଥି ଚିକିତ୍ସା ଓ ଏଲୋପାଥି ଡାକ୍ତରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗଗୁରୁ ବାବା ରାମଦେବଙ୍କ ଅଡ଼ୁଆ ବଢ଼ିଛି। ଦେଶବ୍ୟାପୀ ତାଙ୍କ ବିରୋଧରେ ଏତଲା ଦିଆଯିବା ପରେ ବିବ୍ରତ ରାମଦେବ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ବୁଧବାର ଏକ ଯାଚିକା ମାଧ୍ୟମରେ ତାଙ୍କ ବିରୋଧରେ ରୁଜୁ ହେଉଥିବା ସମସ୍ତ ଏତଲା ଉପରେ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା ପାଇଁ ନିର୍ଦେଶ ଦେବାକୁ ନିବେଦନ କରିଛନ୍ତି। ପାଟନା ଓ ରାୟପୁରଠାରେ ଆଇଏମ୍‌ଏ (ଭାରତୀୟ ଚିକିତ୍ସକ ସଂଘ) ପକ୍ଷରୁ ଦାୟର ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ଉପରେ ରହିତାଦେଶ ଜାରି ସହ ସମସ୍ତ ଏତଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ଯାଚିକାରେ ସେ ନିବେଦନ କରିଛନ୍ତି। ଜୟପୁର ପୁଲିସ ମଧ୍ୟ ଗତ ସପ୍ତାହରେ ରାମଦେବଙ୍କ ବିରୋଧରେ ଦାୟର ହୋଇଥିବା ଏତଲା ପଞ୍ଜିକୃତ କରିଛି। ରାୟପୁରରେ ରାମକୃଷ୍ଣ ଯାଦବ ଓରଫ ରାମଦେବଙ୍କ ନାମରେ ଏତଲା ଦାୟର ହୋଇଥିବା ସ୍ଥାନୀୟ ପୁଲିସ ସୂତ୍ରରୁ ପ୍ରକାଶ।


Share It

Comments are closed.