ବାସୀ ରୁଟି ଖାଇବାର ଉପକାରିତା ସଂପର୍କରେ ଜାଣନ୍ତୁ


କୁହାଯାଏ ଯେ ବାସି ଖାଇବା ଦ୍ୱାରା ଏହା ଆମ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଖାଦ୍ୟ ତିଆରି କରିବାର ୧୨ ଘଣ୍ଟା ପରେ ଏହାକୁ ଖାଇବା ଦ୍ୱାରା ଏହା ଆମ ସ୍ୱାସ୍ଥ୍ୟ ଉପରେ କୂପ୍ରଭାବ ପକାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ଏମିତି କିଛି ଖାଦ୍ୟ ପଦାର୍ଥ ଅଛି ଯାହା ବାସି ହେବା ପରେ ଏହା ଗୁଣବତ୍ତା ଆହୁରି ବୃଦ୍ଧି ପାଇଥାଏ, ଯେପର , ପ୍ରତିଦିନ ଆମେ ବାସି ରୁଟି ଖାଇବା ଦ୍ୱାରା ଏହା ଆମ ହଜମ ପ୍ରକ୍ରିୟାକୁ(Digetion System) ମଜୁବୁତ କରିଥାଏ ବା ଖାଦ୍ୟକୁ ଭଲଭାବେ ହଜମ କରିବାରେ ସାହାଯ୍ୟ କରିଥାଏ। ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ ବାସି ରୁଟି ଖୁବ୍ ଉପକାରୀ ଅଟେ। ଏହା ଶରୀରରେ ବ୍ଲଡ ଓ ସୁଗାର(Blood and Sugar) ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ। କେବଳ ମଧୁମେହ ନୁହେଁ ଉଚ୍ଚ ରକ୍ତଚାପ(Blood Pressure) ଥିବା ରୋଗୀଙ୍କ ପାଇଁ ମଧ୍ୟ ଏହା ଖୁବ୍ ହୀତକର ଖାଦ୍ୟ ଅଟେ। ବାସି ରୁଟି ଖାଇବା ଦ୍ୱାରା ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଅନେକ ପୌଷ୍ଟିକ ତତ୍ତ୍ୱରେ(Nutrition) ଭରପୁର ବାସି-ରୁଟି ତେଣୁ ଏହାକୁ ପ୍ରତିଦିନ ଖାଇବା ଉଚିତ୍। ଏହା ଶରୀରର ଅନେକ ରୋଗକୁ ଏଡ଼ାଇବା ସହ ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଡାଏଟିଂ କରୁଥିବା ଲେକଙ୍କ ପାଇଁ ମଧ୍ୟ ଏହି ଖାଦ୍ୟ ଲାଭଦାୟକ ଅଟେ। କାରଣ ବାସି ରୁଟିରେ କମ୍ କ୍ୟାଲେରୀ ଥାଏ ଯାହା ଅତିରିକ୍ତ ଓଜନ ହ୍ରାସ ଓ ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।


Share It

Comments are closed.