ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଆମେରିକାନ୍ ଏକ୍ସପ୍ରେସ୍ ସହ ସହଯୋଗିତାରେ ଆକ୍ସିସ୍ ବ୍ୟାଙ୍କ ପ୍ରିଭିଲେଜ୍ କ୍ରେଡିଟ୍ କାର୍ଡର ଶୁଭାରମ୍ଭ


ଭୁବନେଶ୍ୱର: ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଆମେରିକାନ୍ ଏକ୍ସପ୍ରେସ୍ ସହ ସହଯୋଗିତାରେ ଆମେରିକାନ ଏକ୍ସପ୍ରେସ୍ ନେଟ୍‌ୱର୍କରେ ଆକ୍ସିସ୍ ବ୍ୟାଙ୍କ ପ୍ରିଭିଲେଜ୍ କ୍ରେଡିଟ୍ କାର୍ଡର ଶୁଭାରମ୍ଭ କରାଯାଇଛି । ଏହି ସହଯୋଗିତା ଯୋଗୁଁ ଆକ୍ସିସ୍ ବ୍ୟାଙ୍କ ଗ୍ରାହକମାନେ ଆମେରିକାନ୍ ଏକ୍ସପ୍ରେସ୍ ନେଟ୍‌ୱର୍କରେ ସ୍ଥାନୀୟ ଓ ବିଶ୍ୱସ୍ତରୀୟ ଲାଭଗୁଡ଼ିକ ପାଇପାରିବେ ।
ଆମେରିକାନ୍ ଏକ୍ସପ୍ରେସ୍ ନେଟୱାର୍କରେ ଆକ୍ସିସ୍ ବ୍ୟାଙ୍କ ପ୍ରିଭିଲେଜ୍ କ୍ରେଡିଟ୍ କାର୍ଡରେ ୫୦୦୦ ଟଙ୍କା ମୂଲ୍ୟର ଆକ୍ଟିଭେସନ୍ ଲାଭ ଏବଂ ପ୍ରତି କ୍ୟାଲେଣ୍ଡର ତ୍ରୈମାସରେ ଦୁଇଟି ପ୍ରଶଂସନୀୟ ଘରୋଇ ଲାଉଞ୍ଜ ଆକସେସ୍ ଭଳି ଅନେକ ଆକର୍ଷଣୀୟ ସୁବିଧା ରହିଛି । କାର୍ଡ ସଦସ୍ୟମାନେ କାର୍ଡରେ ନିର୍ଦ୍ଦିଷ୍ଟ ବ୍ୟୟ ସୀମା ଉପରେ ମର୍ଚାଂଟ୍‌ଙ୍କ ଆକ୍ଟିଭେସନ୍ ଭାଉଚର, ସ୍ୱିଗି, ବ୍ଲିଙ୍କିଟ୍ ଏବଂ ଜୋମାଟୋ ସମେତ ଅନଲାଇନ୍‌ରେ ସାରା ବିଶ୍ୱର ହୋଟେଲ ଏବଂ ରିଟେଲ ଆଉଟଲେଟରେ ତୁରନ୍ତ ରିହାତି, ଡାଇନିଂ ରିହାତି, ସୁବିଧା ପାଇବା ଭଳି ଅନେକ ସ୍ଥାନୀୟ ଏବଂ ବିଶ୍ୱସ୍ତରୀୟ ସୁବିଧା ପାଇପାରିବେ ।
ଆକ୍ସିସ୍ ବ୍ୟାଙ୍କର ଅଧ୍ୟକ୍ଷ ତଥା କାର୍ଡସ୍ ଓ ପେମଂଟ୍‌ସ୍ ମୁଖ୍ୟ ସଞ୍ଜୀବ ମୋଘେ କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କରେ ଆମେ ଗ୍ରାହକଙ୍କୁ ଅଧିକ ମୂଲ୍ୟ ପ୍ରଦାନ କରିବା ପାଇଁ ନିରନ୍ତର ଅଭିନବ କାର୍ଯ୍ୟ କରୁଛୁ । ବ୍ୟାଙ୍କର ପ୍ରିମିୟମକରଣ ରଣନୀତି ଅନୁଯାୟୀ, ଆମର ଗ୍ରାହକମାନଙ୍କ ପାଇଁ ଏକ ଅତ୍ୟନ୍ତ ଆକର୍ଷଣୀୟ ପ୍ରସ୍ତାବ ବଜାରକୁ ଆଣିବା ପାଇଁ ଆମେ ଆମେରିକାନ୍ ଏକ୍ସପ୍ରେସ ସହିତ ଭାଗିଦାରୀ କରି ଆନନ୍ଦିତ । ଏହି ଭାଗିଦାରୀ ସମୃଦ୍ଧ ଏବଂ ପ୍ରିମିୟମ ଗ୍ରାହକ ବର୍ଗଙ୍କୁ ସେବା ଯୋଗାଇବା ଦିଗରେ ଆମର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବ ।’’
ଆମେରିକାନ୍ ଏକ୍ସପ୍ରେସରେ ଭାରତର ଉପାଧ୍ୟକ୍ଷ ତଥା ଗ୍ଲୋବାଲ ମର୍ଚାଂଟ୍ ଆଣ୍ଡ ନେଟୱାର୍କ ସର୍ଭିସେସ୍ ମୁଖ୍ୟ ଅନୁରାଗ ଗୁପ୍ତା କହିଛନ୍ତି ଯେ, “କାର୍ଡ ପ୍ରଦାନ ଦିଗରେ ଆକ୍ସିସ୍ ବ୍ୟାଙ୍କ ସହିତ ଆମର ଭାଗିଦାରୀକୁ ଆହୁରି ବିସ୍ତାର କରିବାକୁ ଆମେ ଉତ୍ସାହିତ । ଏହି ସମ୍ପ୍ରସାରଣ ସହିତ, ଆକ୍ସିସ୍ ବ୍ୟାଙ୍କ ବର୍ତମାନ ଆମର ଅଂଶୀଦାର ହାସଲ କରୁଛି ଏବଂ ଏହି ଭାଗିଦାରୀ ଆହୁରି ଅନେକ କାର୍ଡ ସଦସ୍ୟଙ୍କୁ ଅନେକ ସ୍ଥାନରେ ଖର୍ଚ୍ଚ କରିବାକୁ ସକ୍ଷମ କରିବ! ମିଳିତ ଭାବେ, ଆମେ କାର୍ଡ ସଦସ୍ୟମାନଙ୍କ ପାଇଁ ଉତ୍କୃଷ୍ଟ ମର୍ଚାଂଟ୍ ଅଫର ଏବଂ ଉନ୍ନତ ମୂଲ୍ୟ ପ୍ରସ୍ତାବ ଦ୍ୱାରା ସମର୍ôଥତ ଭିନ୍ନ ଭିନ୍ନ ଉତ୍ପାଦ ପ୍ରଦାନ କରିବୁ ।’’


Share It

Comments are closed.