ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୟୁପିଆଇରେ ରୁପେ କ୍ରେଡିଟ୍ କାର୍ଡ ସୁବିଧା


ଭୁବନେଶ୍ୱର: ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହା ସଫଳତାର ସହ ୟୁପିଆଇର ରୁପେ କ୍ରେଡିଟ୍ କାର୍ଡ ସହାୟତା ସୁବିଧା ପ୍ରଦାନ କରୁଛି । ଗ୍ରାହକମାନେ ଏବେ ୟୁପିଆଇ କ୍ୟୁଆର୍ କୋଡ୍ ସ୍କାନ୍ କରିବା ବେଳେ କିମ୍ବା ମର୍ଚାଂଟ୍‌ଙ୍କ ନିକଟରେ ୟୁପିଆଇରେ ପେମେଂଟ୍ କରିବା ବେଳେ ରୁପେ କ୍ରେଡିଟ୍ କାର୍ଡକୁ ପେମେଂଟ୍‌ର ମାଧ୍ୟମ ଭାବେ ଗ୍ରହଣ କରିପାରିବେ । ଏହା ଦ୍ୱାରା ଗ୍ରାହକମାନେ କ୍ରେଡିଟ୍ କାର୍ଡ ରିୱାର୍ଡର ଲାଭ ପାଇବା ସହିତ ୟୁପିଆଇରେ ତୁରନ୍ତ ପେମେଂଟ୍ କରିବାର ସୁବିଧା ପାଇପାରିବେ । ଏହି ସୁବିଧାକୁ ବ୍ୟାଙ୍କ ପର୍ଯ୍ୟାୟକ୍ରମେ ପ୍ରଦାନ କରିବ ।
ଗ୍ରାହକମାନେ ୟୁପିଆଇରେ ନିଜ ବ୍ୟାଙ୍କ ଖାତାକୁ ଯେଉଁଭଳି ଭାବେ ଯୋଡ଼ୁଛନ୍ତି ଏହି କାର୍ଯ୍ୟ ସେହିଭଳି ହେବ । ୟୁପିଆଇ ଆପ୍‌ରେ କ୍ରେଡିଟ୍ କାର୍ଡ ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଥିବା ବ୍ୟାଙ୍କଗୁଡ଼ିକର ତାଲିକାରୁ “ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡକୁ ଚୟନ କରିବାକୁ ପଡ଼ିବ । ଗ୍ରାହକଙ୍କ ମୋବାଇଲ୍ ନମ୍ବର ଯେଉଁ କାର୍ଡରେ ଲିଙ୍କ୍ ହୋଇରହିଛି ତାହା ପ୍ରଦର୍ଶିତ ହେବ । ଏହା ପରେ ୟୁପିଆଇ ପିନ୍ ସୃଷ୍ଟି କରିବାକୁ ପଡ଼ିବ । କ୍ରେଡିଟ୍ କାର୍ଡ ପିନ୍‌ଠାରୁ ୟୁପିଆଇ ପିନ୍ ଭିନ୍ନ ରହିବ । ୟୁପିଆଇ ଆପ୍‌ରେ ଏହି ସୁବିଧା ସବୁ ବେଳେ କାମ କରିବ ।
ଏହି ସୁବିଧାର ଶୁଭାରମ୍ଭ ଅବସରରେ ଆକ୍ସିସ୍ ବ୍ୟାଙ୍କର ସଭାପତି ଓ କାର୍ଡସ୍ ଆଣ୍ଡ୍ ପେମେଂଟ୍‌ସ ମୁଖ୍ୟ ସଂଜୀବ ମୋଘେ କହିଛନ୍ତି ଯେ, “ୟୁପିଆଇକୁ ବ୍ୟବହାର କରି ପ୍ରାୟ ୨୫ କୋଟି ଗ୍ରାହକ ମର୍ଚାଂଟ୍‌ରେ ପେମେଂଟ୍ କରୁଥିବା ବେଳେ ୟୁପିଆଇ ସହିତ ରୁପେ କ୍ରେଡିଟ୍ କାର୍ଡକୁ ଲିଙ୍କ୍ କରାଯିବା ଦ୍ୱାରା ପାଂଚ କୋଟି ଭଳି ବ୍ୟାପକ ୟୁପିଆଇ ପେମେଂଟ୍ ନେଟ୍‌ୱର୍କ ଜରିଆରେ ତାହାର ଗ୍ରହଣୀୟତା ବଢ଼ିବ ଏବଂ ତାହା ଗ୍ରାହକମାନଙ୍କୁ କ୍ରେଡିଟ୍ କାର୍ଡ ଗ୍ରହଣ କରିବାରେ ଅଧିକ ସୁବିଧା ପ୍ରଦାନ କରିବ । ବର୍ତମାନ ଗ୍ରାହକମାନେ ସବୁ ପ୍ରକାର ସ୍କାନ୍ ଆଣ୍ଡ୍ ପେ ଓ ୟୁପିଆଇ ମର୍ଚାଂଟ୍ ପେମେଂଟ୍ ଲାଗି ନିଜର ବ୍ୟାଙ୍କ ଖାତାକୁ କେବଳ ବ୍ୟବହାର କରୁଛନ୍ତି । ଭବିଷ୍ୟତରେ ୟୁପିଆଇ ଏକ ସ୍ୱତନ୍ତ୍ର ପେମେଂଟ୍ ଗେଟ୍‌ୱେରେ ପରିଣତ ହେବ ଯେଉଁଠାରେ ବ୍ୟାଙ୍କ ଖାତା, କ୍ରେଡିଟ୍ କାର୍ଡ, ପିପିଆଇ ୱାଲେଟ୍ ଆଦି ଲିଙ୍କ୍ ହୋଇଥିବା ଖାତାରେ ପେମେଂଟ୍ କରିହେବ । ଏହା ମର୍ଚାଂଟ୍‌ମାନଙ୍କୁ ବିଶେଷ କରି ଅର୍ଧ ସହରାଚଂଳରେ ଥିବା ମର୍ଚାଂଟ୍‌ମାନଙ୍କ ପାଇଁ ସହାୟକ ହେବ ଯେଉଁଠାରେ ପଏଂଟ୍ ଅଫ୍ ସେଲ୍ ଟର୍ମିନାଲ୍ ବ୍ୟାପକ ଭାବେ ଉପଲବ୍ଧ ହେଉନାହିଁ ଏବଂ ୟୁପିଆଇ ହେଉଛି ସବୁଠୁ ସୁଲଭ ପେମେଂଟ୍ ଗ୍ରହଣ କରିବା ସମାଧାନ । ଗ୍ରାହକମାନଙ୍କୁ ୟୁପିଆଇ ପେମେଂଟ୍‌ର ବିବିଧ ମାଧ୍ୟମ ପ୍ରଦାନ କରିବାରେ ଆକ୍ସିସ୍ ବ୍ୟାଙ୍କ ଆଗରେ ରହିଛି ଏବଂ ନବସୃଜନ ଜରିଆରେ ଏହା ୟୁପିଆଇ ଅଭିବୃଦ୍ଧିକୁ ଜାରି ରଖିବ ଏବଂ ଅଣ୍ଡରରାଇଟିଂ ଭାରତର ସ୍ୱପ୍ନ ପୂରଣ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବ ।’’


ଏହି ଅବସରରେ ଏନ୍‌ପିସିଆଇର ସିଓଓ ପ୍ରବୀଣା ରାଏ କହିଛନ୍ତି ଯେ, “ସମ୍ଭାବନାର ଦୁନିଆକୁ ଉଜାଗର କରି ୟୁପିଆଇରେ ରୁପେ କ୍ରେଡିଟ୍ କାର୍ଡ ଉନ୍ନତ ପ୍ରଯୁକ୍ତି ଓ ୟୁପିଆଇର ସୁବିଧା ଜରିଆରେ ଆମେ ଯେଉଁଭଳି ପେମେଂଟ୍ କରୁଛନ୍ତି ତାହାକୁ ପରିମାର୍ଜିତ କରିବ । ବ୍ୟାପକ ଭାବେ ପହଂଚିପାରିଥିବା ୟୁପିଆଇକୁ ବ୍ୟବହାର କରି ୟୁପିଆଇରେ ରୁପେ କ୍ରେଡିଟ୍ କାର୍ଡ କ୍ରେଡିଟ୍ ସମାଧାନ ଚାହୁଥିବା ଗ୍ରାହକଙ୍କୁ ପାଇଁ ନୂତନ ସୁଯୋଗର ଦ୍ୱାର ଖୋଲିବ । ଏହି ସ୍ୱତନ୍ତ୍ର ଉତ୍ପାଦ ୟୁପିଆଇ ଅନୁଭୂତିର ସୁବିଧା ଓ ନିରବଚ୍ଛିନ୍ନତା ଏବଂ ରିୱାର୍ଡ ଓ କ୍ରେଡିଟ୍ ଲାଇନ୍ ଭଳି କ୍ରେଡିଟ୍ କାର୍ଡର ଲାଭକୁ ଏକତ୍ର କରିଛି । ସମସ୍ତଙ୍କ ପାଖରେ କ୍ରେଡିଟ୍ କାର୍ଡ ପହଂଚାଇବା, ଅର୍ଥନୈତିକ ଅଭିବୃଦ୍ଧି ଓ ସାମାଜିକ ପ୍ରଗତିକୁ ବଢ଼ାଇବା ଲାଗି ଆମର ରହିଥିବା ଲକ୍ଷ୍ୟର ପ୍ରତିଫଳନ ହେଉଛି ୟୁପିଆଇରେ ରୁପେ କ୍ରେଡିଟ୍ କାର୍ଡ । ୟୁପିଆଇରେ ରୁପେ କ୍ରେଡିଟ୍ କାର୍ଡରେ ଆକ୍ସିସ୍ ବ୍ୟାଙ୍କ ଲାଇଭ୍ ହୋଇଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ।’’


Share It

Comments are closed.