ଗୋପାଳପୁର ବନ୍ଦର ଓ ଆଭାଡା ଗ୍ରୁପ୍ ପକ୍ଷରୁ ଅତ୍ୟାଧୁନିକ ଗ୍ରିନ୍ ଆମୋନିଆ ସଂରକ୍ଷଣ ବ୍ୟବସ୍ଥା ଉନ୍ମୋଚିତ


ଭୁବନେଶ୍ୱର : ଗୋପାଳପୁର ବନ୍ଦର ଲିମିଟେଡ୍ ପକ୍ଷରୁ ଦେଶର ଅଗ୍ରଣୀ ଶକ୍ତି କଂପାନି ଆଭାଡା ଗ୍ରୁପ୍ ସହିତ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତାର ମାଧ୍ୟମରେ ଗୋପାଳପୁର ବନ୍ଦର ଠାରେ ଏକ ଗ୍ରିନ ଆମୋନିଆ ସଂରକ୍ଷଣ ବ୍ୟବସ୍ଥା ସ୍ଥାପନ କରାଯିବ, ଯାହା ସବୁଜ ଭବିଷ୍ୟତ ଆଡ଼କୁ ଯାତ୍ରା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମୂହୂର୍ତ ହେବ । ପରିବେଶ ମିତବ୍ୟୟୀ ସମାଧାନ ଗ୍ରିନ୍ ଆମୋନିଆ ନେଟ୍ ଜିରୋ ନିର୍ଗତ ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏହି ଏମ୍‌ଓୟୁ ହେଉଛି ସେ ଦିଗରେ ଏକ ବଡ଼ ପଦକ୍ଷେପ ଯାହା ଦ୍ୱାରା ଗ୍ରିନ୍ ଆମୋନିଆ ରପ୍ତାନି ହବ୍‌ରେ ପରିଣତ ହେବା ଲାଗି ତାହା ବନ୍ଦରକୁ ସକ୍ଷମ କରିବ ।
ଏହି ଅବସରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀ ସଂଜୟ କୁମାର ମିଶ୍ର, ଗୋପାଳପୁର ବନ୍ଦର ଲିମିଟେଡ୍‌ର ସିଇଓ ଶ୍ରୀ ଭି ଜନାର୍ଦ୍ଦନ ରାଓ ଉପସ୍ଥିତ ଥିଲେ । କେନ୍ଦ୍ର ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ଅଧୀନରେ ଆୟୋଜିତ ଗ୍ଲୋବାଲ୍ ମାରିଟାଇମ୍ ସମ୍ମିଳନୀରେ ଏହି ବୁଝାମଣା ସ୍ୱାକ୍ଷର ହୋଇଛି ।
ଓଡ଼ିଶାରେ ଗ୍ରିନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ବିକାଶ କରିବା ଲାଗି ଆଭାଡା ଗ୍ରୁପ୍ ପ୍ରତିବଦ୍ଧ ରହିଛି । ଗୋପାଳପୁରରେ ଥିବା ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନମି ଜୋନ୍‌ରେ ଏକ ଗ୍ରିନ୍ ଆମୋନିଆ ଉତ୍ପାଦନ କାରଖାନା ସ୍ଥାପନ କରିବା ଲାଗି ଗତ ମାସରେ କଂପାନି ପକ୍ଷରୁ ଟାଟା ଷ୍ଟିଲ୍ ଏସ୍‌ଇଜେଡ୍ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିଲା ।
ଏହି ଅବସରରେ ଆଭାଡା ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ବିନୀତ ମିତଲ କହିଛନ୍ତି ଯେ, “ଜଳବାୟୁ ପରିବର୍ତନର ମୁକାବିଲା କରିବା ଜରୁରୀ । ଅର୍ଥନୈତିକ ବିକାଶକୁ ସୁଦୃଢ଼ କରିବା ଏବଂ ସମସ୍ତଙ୍କ ସମୃଦ୍ଧି ପାଇଁ ବିଶ୍ୱବ୍ୟାପୀ ବ୍ୟବସାୟ ଓ ସରକାର ଅଧିକ ଦୀର୍ଘସ୍ଥାୟୀ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସମସ୍ତ କ୍ଷେତ୍ର ଓ ଭୌଗୋଳିକ ସ୍ଥାନରେ ଡିକାର୍ବନାଇଜେସନକୁ ତ୍ୱରାନ୍ୱିତ କରିବା ଲାଗି ଜୀବାଶ୍ମ ଇନ୍ଧନର ବିକଳ୍ପ ଭାବେ ଗ୍ରିନ୍ ହାଇଡ୍ରୋଜେନ୍ ଓ ଏହାର ଡେରିଭେଟିଭ୍ ଉଭା ହୋଇଛି । ଅକ୍ଷୟ ଶକ୍ତିରେ ବ୍ୟାପକ ସମ୍ଭାବନା ଓ ଦକ୍ଷ ଶ୍ରମ ଶକ୍ତିକୁ ନେଇ ବିଶ୍ୱ ଗ୍ରିନ ହାଇଡ୍ରୋଜେନ ଓ ଏହାର ଡେରିଭେଟିଭ୍‌୍ ଚାହିଦା ପୂରଣ କରିବାରେ ଭାରତ ପ୍ରମୁଖ ଭୂମିକା ନିର୍ବାହ କରିବ ।
ଏକ କାର୍ବନ ନିଉଟ୍ରାଲ ଦୁନିଆର ସନ୍ଧାନରେ ଗୋପାଳପୁର ବନ୍ଦର ସହିତ ଆଭାଡାର ସହଯୋଗିତା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଆମର ପ୍ରାଥମିକ ଲକ୍ଷ୍ୟ ହେଉଛି ଗ୍ରିନ ହାଇଡ୍ରୋଜେନ ଓ ତାହାର ଡେରିଭେଟିଭ୍ ପାଇଁ ଏକ ଉନ୍ନତ ସଂରକ୍ଷଣ ବ୍ୟବସ୍ଥା ସ୍ଥାପନ କରିବା । ଶିଳ୍ପ ଓ ପରିବହନ ପାଇଁ ଆମେ ଉତ୍ପାଦନ ଓ ଯୋଗାଣ କରିବାକୁ ଥିବା ଗ୍ରିନ ହାଇଡ୍ରୋଜେନ୍‌ର ପ୍ରତିଟି ଅଣୁ ଦୁନିଆର ରୂପାନ୍ତରଣରେ ଯୋଗଦାନ ପ୍ରଦାନ କରିବ ।’’


Share It

Comments are closed.