ବିଜେପିକୁ ଲାଗିଲା ଶକ୍ତ ଝଟକା, ଆପରେ ଯୋଗଦେଲେ ହରଷରଣ ସିଂହ


ଭାରତୀୟ ଜନତା ପାର୍ଟି ତଥା ବିଜେପିକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ଜୋରଦାର ଝଟକା ଲାଗିଛି । ୪ଥରର ବିଜେପି ବିଧାୟକ ହରଷରନ ସିଂହ ବିଜେପି ଛାଡି ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ଆପ ସଂଯୋଜକ ଅରବିନ୍ଦ କେଜରିୱାଲ ଏବଂ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିଶୋଡିଆଙ୍କ ଉପସ୍ଥିତିରେ ହରଷରନ ସିଂହ ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ହରଷରନ ସିଂହ ୧୯୯୩ରୁ ୨୦୧୩ ପର୍ଯ୍ୟନ୍ତ ବିଧାୟକ ଥିବାବେଳେ ସେ ମଦନ ଲାଲ ଖୁରାନାଙ୍କ ସରକାରରେ ମନ୍ତ୍ରୀ ଋପେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି । ବିଜେପି ଚଳିତ ବର୍ଷ ତାଙ୍କ ନିର୍ବାଚନ ମଣ୍ଡଳୀ ହରୀ ନଗର ଆସନରୁ ତେଜେନ୍ଦ୍ରର ପାଲ ବଗ୍‌ଗାଙ୍କୁ ଟିକେଟ ଦେଇଛି ।

ହରଷରନ ସିଂହ ଆପରେ ଯୋଗ ଦେବା ଅବସରରେ କହିଛନ୍ତି ଯେ, “ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି, ଚଳିତ ନିର୍ବାଚନରେ କେଜ୍ରିୱାଲଙ୍କୁ ସଫଳତା ମିଳୁ । ମୁଁ କେଜ୍ରିୱାଲଙ୍କ ବିକାଶପୂର୍ଣ୍ଣ କାର୍ଯ୍ୟ, ସଚ୍ଚୋଟତା ଏବଂ କାର୍ଯ୍ୟ ଆଧାରରେ ଭୋଟ ଭିକ୍ଷା କରିବାର ଅଂଶ ହେବାକୁ ଯାଉଛି । ”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ମୋ ସହ ମୋର ଅନେକ ଏଠାକୁ ଆସି ଆପରେ ଯୋଗ ଦେଇଛନ୍ତି ।”


Share It

Comments are closed.