ଏସିଆ କପରେ ବିରଳ ରେକର୍ଡର କୀର୍ତ୍ତି ହାସଲ କଲେ ଧାୱନ


ଭାରତୀୟ କ୍ରିକେଟ ଦଳର ଓପନର ଶିଖର ଧାୱନ ଇଂଲଣ୍ଡ ଗସ୍ତରୁ ଫେରିବା ପରେ ବର୍ତ୍ତମାନ ଏସିଆ କପରେ ରନର ବର୍ଷା କରୁଛନ୍ତି । ସେ ହଂକଂ ବିପକ୍ଷରେ ଏକ ସୁନ୍ଦର ଶତକ ହାସଲ କରିବା ସହିତ ପାକିସ୍ତାନ ଏବଂ ବାଙ୍ଗଲାଦେଶ ବିପକ୍ଷରେ ୪୬ ଓ ୪୦ ରନର ଆକର୍ଷଣୀୟ ଇଂନିସ ଖେଳି ଭାରତକୁ ବିଜୟର ରାସ୍ତା ଦେଖାଇଛନ୍ତି । କେବଳ ସେତେକି ନୁହେଁ ସେ ପଡିଆରେ ନିଜ ପିଲ୍ଡିଂର ପରକାଷ୍ଠା ଦେଖାଇ ଏସିଆ କପରେ ଏକ ବିରଳ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି ।
ସବୁଠାରୁ ମୂଖ୍ୟ କଥା ହେଲା ଯେ, ଶିଖର ଧାୱନ ଏସିଆ କପରେ ବାଙ୍ଗଳାଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ୪ କ୍ୟାଚ ଧରି ଗୋଟେ ମ୍ୟାଚରେ ସବୁଠାରୁ ଅଧିକ କ୍ୟାଚ ଧରିଥିବାର ରେକର୍ଡ ହାସଲ କରିଛନ୍ତି । ସେ ୩୪ ବର୍ଷ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଫିଲ୍ଡର ହେଉଛନ୍ତି, ଯିଏକି ଗୋଟେ ମ୍ୟାଚରେ ୪ଟି କ୍ୟାଚ ଧରିଛନ୍ତି ।
ବାଙ୍ଗଳାଦେଶ ବିପକ୍ଷରେ ଧାୱନ ତାଙ୍କର ପ୍ରଥମ କ୍ୟାଚ ସ୍ଲିପରେ ନଜମୁଲ ହୁସେନଙ୍କ ଧରିଥିବାବେଳେ ଦ୍ୱିତୀୟରେ ସାକିବ ଉଲ ହସନ, ମେହଦୀ ହସନ ଏବଂ ମସ୍ତାଫିକର ରେହାମାନଙ୍କର ଏଇ ଚାରୋଟି କ୍ୟାଚ ଧରି ଏହି ବିରଳ ରେକର୍ଡ ହାସଲ କରିଛନ୍ତି ।
ଏହା ସହ ୧୪ ବର୍ଷ ପରେ ୱାନ ଡେ ମ୍ୟାଚରେ ୪ଟି କ୍ୟାଚ ଧରିଥିବା ପ୍ରଥମ ଭାରତୀୟ ଖେଳାଳୀ ଅଟନ୍ତି ଧାୱନ । ତାଙ୍କ ପୂର୍ବରୁ ଭିଭିଏସ ଲକ୍ଷ୍ମଣ ଗୋଟେ ମ୍ୟାଚରେ ୪ଟି କ୍ୟାଚ ଧରି ଏହି କୀର୍ତ୍ତି ହାସଲ କରିଥିଲେ ।
ବର୍ତ୍ତମାନ ପର୍ଯ୍ୟନ୍ତ ଏସିଆ କପରେ ଏହିଭଳି ୯ ଜଣ ଖେଳାଳୀ ରହିଛନ୍ତି, ଯେଉଁମାନେ ପୂର୍ବରୁ ତିନୋଟି ଲେଖାଏଁ କ୍ୟାଚ ଧରିଥିଲେ । ସେମାନେ ହେଉଛନ୍ତି ଭାରତର ମହମ୍ମଦ କୈଫ ଏବଂ ପ୍ରଜ୍ଞାନ ଓଝା , ପାକିସ୍ତାନର ଇମ୍ରାନ ଖାନ, ଅମର ଅଖମଲ, ଏବଂ ୟ୍ୟୁନିସ ଖାନ ବାଙ୍ଗଲାଦେଶର ସାକିବ ଉଲ ହସନ ଏବଂ ଶ୍ରୀଲଙ୍କାର ମହିଲେ ଜୟବର୍ଦ୍ଧେନେ, ରୋସନ ମହାନାମା ଓ ରୁଆନ କଲ୍ପେଗ ।
ଆନ୍ତର୍ଜାତିକ ମ୍ୟାଚରେ ଶିଖର ଧାୱନ ହେଉଛି ସପ୍ତମ ଖେଳାଳୀ ଯିଏକି ଗୋଟେ ମ୍ୟାଚରେ ୪ଟି କ୍ୟାଚ ଧରିଛନ୍ତି । ଶିଖରଙ୍କ ପୂର୍ବରୁ ସୁନିଲ ଗାଭାଷ୍କାର, ସଚିନ ତେନ୍ଦୁଲକର, ମହମ୍ମଦ କୈଫ, ଆଜାରୁଦ୍ଦିନ, ରାହୁଲ ଦ୍ରାବିଦ ଏବଂ ଭିଭିଏସ ଲକ୍ଷ୍ମଣ ଏହିଭଳି କରି ସାରିଛନ୍ତି ।


Share It

Comments are closed.