ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ମାମଲା, ଅଭିନେତ୍ରୀଙ୍କ ଘରେ ପହଞ୍ଚିଲା ପୋଲିସ, ମୋବାଇଲ୍ ଲାପଟପ୍ ଜବତ


ନିକଟରେ ଏନସିପି ସଭାପତି ଶରଦ ପାୱାରଙ୍କ ବିଷୟରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ସେୟାର କରାଯାଇଥିଲା। ଏହି ମାମଲାରେ ପୋଲିସ ମରାଠୀ ଅଭିନେତ୍ରୀ କେତକି ଚିତଲେଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ପୋଲିସ ଅଭିନେତ୍ରୀଙ୍କୁ ତାଙ୍କ ଘରକୁ ନେଇ ବୈଦ୍ୟୁତିକ ପ୍ରମାଣ ସଂଗ୍ରହ କରିଛି। ପୋଲିସ ତାଙ୍କ ଘରେ ପ୍ରାୟ ଏକ ଘଣ୍ଟା ରହି ଅଭିନେତ୍ରୀଙ୍କ ଫୋନ୍ ଏବଂ ଲାପଟପ୍ ଜବତ କରିଛି।

ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରେ ୨୯ ବର୍ଷ ବୟସ୍କା ଅଭିନେତ୍ରୀ କେତକି ଚିତଲେଙ୍କ ବିରୋଧରେ ଏପର୍ଯ୍ୟନ୍ତ ୬ ଟି ମାମଲା ରୁଜୁ ହୋଇଛି। ତାଙ୍କୁ ଦୁଇ ଦିନ ପୂର୍ବେ ଗିରଫ କରାଯାଇଥିଲା ଏବଂ କୋର୍ଟ ଅଭିନେତ୍ରୀଙ୍କୁ ମେ ୧୮ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇଥିଲେ। ଏବେ ଏହି ମାମଲାରେ ପ୍ରମାଣ ଦାଖଲ ସଂପର୍କରେ ଠାନେ କ୍ରାଇମ ବ୍ରାଞ୍ଚ ଏବଂ କାଲାମ୍ବୋଲି ପୋଲିସ ଟିମ୍ କେତକିଙ୍କ ଘର ‘ଏଭଲୋନ୍’ରେ ପହଞ୍ଚିଛି।

ଠାନେ ପୋଲିସର ହେପାଜତ ଅବଧି ଶେଷ ହେବା ପରେ ସେ ଅଭିନେତ୍ରୀଙ୍କ ହେପାଜତକ ଖୋଜିବ ବୋଲି ପୁନେ ସାଇବର ପୋଲିସ କହିଛି। ପୁନେ ସାଇବର ପୋଲିସ ମଧ୍ୟ ଚିତଲେଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୁନେ ସାଇବର ପୋଲିସ ଇନ୍ସପେକ୍ଟର ଦଗଡୁ ହେକ କହିଛନ୍ତି, ଆମେ ଚିତ୍ତଲେଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛୁ ଏବଂ ଠାନେ ପୋଲିସର ହେପାଜତ ଅବଧି ଶେଷ ହେବା ପରେ ଆମେ ତାଙ୍କ ହେପାଜତକୁ ଅନୁରୋଧ କରିବୁ।

ସୂଚନା ଅନୁଯାୟୀ, ଶରଦ ପାୱାରଙ୍କ ବିଷୟରେ ଆପତ୍ତିଜନକ ପୋଷ୍ଟ ସେୟାର କରି ଚିତଲେ ଏବଂ ୨୩ ବର୍ଷିୟ ଫାର୍ମାସି ଛାତ୍ର ନିଖିଲ ଭାମରେଙ୍କୁ ଶନିବାର ଗିରଫ କରାଯାଇଥିଲା। ଚିତଲେଙ୍କ ଦ୍ୱାରା ସେୟାର ହୋଇଥିବା ପୋଷ୍ଟରେ ‘ନର୍କ ଅପେକ୍ଷା କରିଛି’ ଏବଂ ‘ତୁମେ ବ୍ରାହ୍ମଣମାନଙ୍କୁ ଘୃଣା କର’ ଭଳି ମନ୍ତବ୍ୟ ଲେଖାଯାଇଥିଲା। ତେବେ ପୋଷ୍ଟରେ ସିଧାସଳଖ ଶରଦ ପାୱାରଙ୍କ ନାମ ଲେଖାଯାଇ ନାହିଁ, କିନ୍ତୁ ପାୱାର ଲେଖା ହୋଇଛି ଏବଂ ତାଙ୍କ ବୟସ ୮୦ ବର୍ଷ ହୋଇଥିବାବେଳେ ୮୧ ବର୍ଷ ଲେଖାହୋଇଛି।


Share It

Comments are closed.