ଚୀନର ଆଉ ଏକ ମିଛର ପର୍ଦ୍ଦାଫାସ, ବୁହାନରେ ପ୍ରକୃତ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଆମେରିକା ବୈଜ୍ଞାନିକଙ୍କ ବଡ଼ ଖୁଲାସା


ଏବେ ଚୀନର ଆଉ ଏକ ମିଛ ସାମ୍ନାକୁ ଆସିଛି । ୱାଶିଂଟନ ୟୁନିଭର୍ସିଟି ଏବଂ ଓହିଓ ଷ୍ଟେଟ ୟୁନିର୍ଭିଟିର ବୈଜ୍ଞାନିକଙ୍କ ଅନୁଯାୟୀ ଗବେଷଣା ଅନୁସାରେ ୨୪ ମାର୍ଚ୍ଚ ପର୍ଯ୍ୟନ୍ତ ବୁହାନରେ ୩୬ ହଜାର ଲୋକଙ୍କର ମୃତ୍ୟୁ ହୋଇସାରିଥିଲା । ଅନ୍ୟପଟେ ଚୀନ ଅନୁଯାୟୀ ସେପର୍ଯ୍ୟନ୍ତ ଦେଶରେ କେବଳ ୭୦୦ଜଣଙ୍କର ମୃତ୍ୟୁ ହୋଇଥଲା । ଅଧ୍ୟୟନ ଅନୁଯାୟୀ ବୁହାନରେ ଫ୍ରେବୃଆରୀର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନ ୮୦୦ରୁ ୨୦୦୦ ଲୋକଙ୍କର ଶବ ସତ୍କର କରାଯାଇଥିବା ଜଣାପଡ଼ିଛି ।
ବୁହାନରେ ମୃତ୍ୟୁର ପ୍ରକୃତ ସଂଖ୍ୟା ୧୪ ଗୁଣରୁ ମଧ୍ୟ ଉର୍ଦ୍ଧ୍ୱ ରହିଛି । ବୁହାନର ୮୬ଟି ଶ୍ମସାନରେ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ ସଂକ୍ରମଣ ସମୟରେ ୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଏଠାରେ ଲଗାତର ୨୪ ଘଂଟା କାମ ଚାଲୁ ରହିଥିଲା । ୨୪ ମାର୍ଚ୍ଚ ପର୍ଯ୍ୟନ୍ତ ଚୀନର ସଂଖ୍ୟା ସେତେବେଳେ କେବଳ ୨,୫୨୪ ଥିଲା । ଏହା ଅନୁସାରେ ୪, ୬୩୪ ଜଣଙ୍କର ମୃତ୍ୟୁ ହୋଇଥିଲା । ବୈଜ୍ଞାନିକମାନେ କହିଛନ୍ତି ଯେ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଗୋଟିଏ ଦାହ ସଂସ୍କାର ସ୍ଥଳ ପାଂଚ ହଜାର ଅସ୍ଥି କଳସ କିଣିଥିଲା ଯାହାକି ୨୫୨୪ ମୃତ୍ୟୁ ସଂଖ୍ୟାରୁ ଦୁଇଗୁଣ ଥିଲା । ଏତେ ବଡ଼ ସଂଖ୍ୟାରେ କଳସ କ୍ରୟ କରିବା ଚୀନର ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଗବେଷଣାର ସଂଖ୍ୟା ଉପର ତଳ ହୋଇପାରେ କିନ୍ତୁ ସରକାରୀ ସଂଖ୍ୟା ଆଦୌ ସଠିକ ନୁହେଁ ।


Share It

Comments are closed.