ଅନିଲ ଅଗ୍ରୱାଲଙ୍କ ବେଦାନ୍ତ ରିସୋର୍ସେସ ପକ୍ଷରୁ ବଣ୍ଡଧାରକଙ୍କୁ ସମ୍ପୂର୍ଣ୍ଣ ପରିଶୋଧ


ଭୁବନେଶ୍ୱର: ଧାତୁ ଓ ଖଣି କମ୍ପାନି ବେଦାନ୍ତ ରିସୋର୍ସେସ୍ ଲିମିଟେଡ୍ ଋଣ ପୁନର୍ଗଠନ ପ୍ରକ୍ରିୟାର ଏକ ଅଂଶ ଭାବେ ଏହାର ବଣ୍ଡଧାରକମାନଙ୍କୁ ୭୭୯ ନିୟୁତ ଡଲାର ଆଗୁଆ ପୈଠ କରିବା ସହ ସେମାନଙ୍କ ପ୍ରାପ୍ୟ ପରିଶୋଧ ସମ୍ପୂର୍ଣ୍ଣ କରିଛି ।
ବେଦାନ୍ତ ରିସୋର୍ସେସ୍ ଲିମିଟେଡ୍ (ଭିଆରଏଲ୍‌) ପକ୍ଷରୁ କୁହାଯାଇଛି ଯେ ବଣ୍ଡଧାରକମାନଙ୍କୁ ବୁଧବାର ଆଗୁଆ ଦେୟ ପ୍ରଦାନ କରାଯାଇଛି ।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ପ୍ରାରମ୍ଭରେ ମିଳିଥିବା ସମ୍ମତି ଅନୁଯାୟୀ ଭିଆରଏଲ ଏହାର ବଣ୍ଡଧାରକମାନଙ୍କୁ ୨୦୨୪ ଫେବ୍ରୁଆରି ୭ରେ ଋଣ ପରିଶୋଧ ସମ୍ପୂର୍ଣ୍ଣ କରିଛି । ଏଥି ସହିତ ୩.୨ ବିଲିୟନ ଡଲାରର ବଣ୍ଡର ପରିପକ୍ୱତାକୁ ସଫଳତାର ସହ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ବଣ୍ଡର କିଛି ଅଂଶକୁ ରିଡିମ କରିବା ଏବଂ ତାହାର ପରିପକ୍ୱତା ବଢ଼ାଇବା ପାଇଁ ବେଦାନ୍ତ ରିସୋର୍ସେସ ପକ୍ଷରୁ ବଣ୍ଡଧାରକଙ୍କୁ ୭୭୯ ନିୟୁତ ଡଲାର ନଗଦ ପ୍ରଦାନ କରାଯାଇଛି । ପୁନର୍ଗଠନ ପାଇଁ ରାଜି ହୋଇଥିବା ବଣ୍ଡଧରକମାନଙ୍କୁ କମ୍ପାନୀ ୬୮ ନିୟୁତ ଡଲାରର ସହମତି ଫି ପ୍ରଦାନ କରିଛି ।
ନିଜ ଋଣ ବୋଝ ହାଲୁକା କରିବା ଲାଗି ଚାରି ସିରିଜ୍ ବଣ୍ଡର ପୁନର୍ଗଠନ ପାଇଁ ଚଳିତ ବର୍ଷ ଜାନୁଆରୀରେ କମ୍ପାନୀ ବଣ୍ଡଧରକମାନଙ୍କ ଅନୁମତି ହାସଲ କରିଥିଲା ।
ଏହି ବଣ୍ଡ୍ ସିରିଜରେ ୨୦୨୪ରେ ପରିପକ୍ୱ ହେବାକୁ ଥିବା ୧ ବିଲିଅନ ଡଲାର ଲେଖାଏଁ ଦୁଇଟି ବଣ୍ଡ୍‌, ୨୦୨୫ରେ ୧.୨ ବିଲିଅନ ଡଲାର ଏବଂ ୨୦୨୬ରେ ପରିପକ୍ୱ ହେବାକୁ ଥିବା ୬୦୦ ନିୟୁତ ଡଲାର ବଣ୍ଡ୍ ରହିଛି ।
୨୦୨୪ ଓ ୨୦୨୫ରେ ପରିପକ୍ୱ ହେବାକୁ ଥିବା ୩.୨ ବିଲିଅନ ଡଲାର ବଣ୍ଡର ରିଫାଇନାନ୍ସ/ ଆଂଶିକ ପରିଶୋଧ ପାଇଁ ଭିଆର ଏଲ୍ ଘରୋଇ ଋଣ ପ୍ରଦାନକାରୀଙ୍କ ଠାରୁ ଡ଼ିସେମ୍ବରରେ ୧.୨ । ବିଲିଅନ ଡଲାର ଋଣ ହାସଲ କରିଥିଲା । ଗତ ବର୍ଷ ସେପ୍େଟମ୍ବରରେ ବେଦାନ୍ତ ଗ୍ରୁପ ପକ୍ଷରୁ ବିଭାଜନ ଓ ପୁନର୍ଗଠନ ଘୋଷଣା କରାଯାଇଥିଲା । ତାହା ବେଦାନ୍ତ ଗ୍ରୁପକୁ ୧୭ଟି ବ୍ୟବସାୟରେ ପୁନର୍ଗଠନ କରିଥିଲା ।
ପ୍ରତ୍ୟେକ ବ୍ୟବସାୟରେ ବିଶ୍ୱସ୍ତରୀୟ ପରିଚାଳନା ନେତୃତ୍ୱ ରହିଛି ଓ ସେଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି । ସେଥିରେ ଆମଦାନୀର ବିକଳ୍ପ ଏବଂ ଘରୋଇ ଚାହିଦା ପୂରଣ ଏକ ମୁଖ୍ୟ ପ୍ରସ୍ତାବ ଭାବରେ ରହିଛି । ସେମାନେ ସଂସ୍ଥାଗତ ଏବଂ ଖୁଚୁରା ନିବେଶକଙ୍କୁ ଉଚ୍ଚ ଗୁଣବତ୍ତା ଏବଂ ବିବିଧ ପୁଞ୍ଜିନିବେଶ ସୁଯୋଗ ମଧ୍ୟ ପ୍ରଦାନ କରୁଛନ୍ତି ।
ଜିଙ୍କ, ସିଲଭର, ସିସା, ଆଲୁମିନିୟମ, କ୍ରୋମିୟମ, ତମ୍ବା, ନିକେଲ ଭଳି ଧାତୁ ଓ ଖଣିଜ ପଦାର୍ଥ ସହିତ ଭାରତୀୟ ଏବଂ ବିଶ୍ୱସ୍ତରୀୟ କମ୍ପାନିମାନଙ୍କ ମଧ୍ୟରେ ବେଦାନ୍ତ ସମ୍ପତ୍ତିର ଏକ ଅନନ୍ୟ ପୋର୍ଟଫୋଲିଓ ରହିଛି । ତୈଳ ଏବଂ ଗ୍ୟାସ; ଲୁହାପଥର ଏବଂ ଇସ୍ପାତ ସମେତ ଏକ ପାରମ୍ପରିକ ଲଙ୍ଗ ଆଇରନ; ଏବଂ କୋଇଲା ଏବଂ ଅକ୍ଷୟ ଶକ୍ତି ସମେତ ଶକ୍ତି; ଏବଂ ବର୍ତ୍ତମାନ ସେମିକଣ୍ଡକ୍ଟର ଏବଂ ଡିସପ୍ଲେ ଗ୍ଲାସ୍ ଉତ୍ପାଦନରେ କମ୍ପାନି ପାଦ ଥାପିଛି ।


Share It

Comments are closed.