ଓଡିଶା ଇନୋଭେଶନ କନ୍‌କ୍ଲେଭ ୨୦୨୩-୨୪ ‘ଆରୋହଣ’ ଆୟୋଜିତ


ଭୁବନେଶ୍ୱର, ୧୧ ଫେବୃଆରୀ ୨୦୨୪: ଓଡିଶାରେ ଉଦ୍ଭାବନ ଓ ଉଦ୍ୟୋଗିକତାର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ଭାରତ ସରକାରଙ୍କ ଏଆଇଏମ୍‌ଏ ନିତି ଆୟୋଗ ସହଯୋଗରେ ଅଟଳ ଇନ୍‌କ୍ୟୁବେଶନ ସେଂଟର-ନାଳନ୍ଦା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ (ଏଆଇସି-ନାଳନ୍ଦା) ପକ୍ଷରୁ ଗତ ଫେବୃଆରୀ ୧୦ ତାରିଖରେ ଓଡିଶା ଇନୋଭେଶନ କନ୍‌କ୍ଲେଭ୍ ୨୦୨୩-୨୪ର ସଫଳ ରୂପେ ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀର ନାମ ଥିଲା ଆରୋହଣ । ଉଦ୍‌ଘାଟନୀ ଉତ୍ସବରେ ଅଟଳ ଇନୋଭେଶନ ମିଶନ (ଏଆଇଏମ୍‌)ର ମିଶନ ଡାଇରେକ୍ଟର ଡଃ ଚିନ୍ତନ ବୈଷ୍ଣବ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଉଦ୍ୟୋଗୀ ଓ ଟିଙ୍କରର୍‌ଙ୍କୁ ସମର୍ଥନ କରିବା କ୍ଷେତ୍ରରେ ଏଆଇଏମ୍‌ର ମୂଳ ଭୂମିକାକୁ ହାଇଲାଇଟ୍ କରିଥିଲେ । ସେହିପରି ଏଆଇସିଟିଇର ଉପାଧ୍ୟକ୍ଷ ଓ ଏମ୍‌ଆଇସିର ମୁଖ୍ୟ ଉଦ୍ଭାବନ ଅଧିକାରୀ ଡଃ ଅଭୟ ଜେରେ ବାସ୍ତବ ଦୁନିଆର ଆହ୍ୱାନଗୁଡିକ ପାଇଁ ଟେକ୍ନୋଲୋଜି-ଆଧାରିତ ସମାଧାନର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି କାର୍ଯ୍ୟକ୍ରମ ସମୟରେ ଏମ୍‌ଆଇସିର ଆସିଷ୍ଟାଂଟ୍ ଇନୋଭେଶନ ଡାଇରେକ୍ଟର ଶ୍ରୀ ଦୀପନ ସାହୁ, ଅଟଳ ଇନୋଭେଶନ ମିଶନର ପ୍ରୋଗ୍ରାମ ଡାଇରେକ୍ଟର ଶ୍ରୀ ରୋହିତ ଗୁପ୍ତା ଏଆଇଏମ୍‌-ଆଇଆଇସି ମେଂଟରିଙ୍ଗ ଲିଙ୍କେଜ ପ୍ଲାଟ୍‌ଫର୍ମର ଶୁଭାରମ୍ଭ କରିଥିଲେ । ଏଆଇସି-ନାଳନ୍ଦାର ସିଇଓ ଶ୍ରୀଯୁକ୍ତ ଦୂର୍ଗାପ୍ରସାଦ ସଦ୍ୟତମ ବିକାଶ ଓ ଆଗାମୀ କାର୍ଯ୍ୟକ୍ରମଗୁଡିକର ତଥ୍ୟ ସେୟାର କରିଥିଲେ । ଏହି ସମ୍ମିଳନୀରେ ଷ୍ଟାର୍ଟଅପ୍‌ଗୁଡିକ ପାଇଁ ଏକ ମଂଚ ପ୍ରଦାନ କରିଥିବା ବେଳେ ଭୁବନେଶ୍ୱରରେ ଅଟଳ ଟିଙ୍କରିଂ ଲ୍ୟାବ୍‌ସର ଛାତ୍ରଛାତ୍ରୀ ଉଦ୍ଭାବକମାନେ ସ୍ୱଦେଶୀ ପ୍ରକଳ୍ପ ମଡେଲଗୁଡିକୁ ପ୍ରଦର୍ଶିତ କରିଥିଲେ । ଏଭଳି ପଦକ୍ଷେପ ମାଧ୍ୟମରେ ଏଆଇସି-ନାଳନ୍ଦା ଉଦ୍ଭାବନ ପାଇଁ ଏକ ଉତ୍‌ପ୍ରେରକ ହେବା ଜାରି ରଖିଛି ।

 


Share It

Comments are closed.