୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଆମେରିକାର ବଡ ଘୋଷଣା


ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଆଜି ୧୦ ବର୍ଷ ପୂରିଛି । ୨୬ ନଭେମ୍ବର ୨୦୦୮ରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣ ଭାରତର ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ‘ଲକ୍ସର-ଇ-ତୋଏବ’ର ୧୦ ଜଣ ଆତଙ୍କବାଦୀ ମୁମ୍ବାଇର ବିଭିନ୍ନ ଜାଗାରେ ଜଘନ୍ୟ କାଣ୍ଡ ଘଟାଇଥିଲେ , ଏହି ଆକ୍ରମଣରେ ୧୬୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଅନେକ ଆମେରିକା ବାସିନ୍ଦା ମଧ୍ୟ ଥିଲେ ।
ତେବେ ଏହି ଘଟଣାକୁ ୧୦ ବର୍ଷ ପୂରିବା ପରେ ଆମେରିକା ତରଫରୁ ଏକ ବଡ ଘୋଷଣା କରାଯାଇଛି । ଏହି ସଂକ୍ରାନ୍ତରେ ଆମେରିକାର ବିଦେଶ ମନ୍ତ୍ରୀ ‘ମାଇକ ପମ୍ପପେ’ କହିଛନ୍ତି ଯେ, ୨୬/୧୧ ଘଟଣାରେ ଜଡିତ ଥିବା ଆତଙ୍କବାଦୀ ମାନଙ୍କ ସୂଚନା ଯିଏ ଦେବ, ତାଙ୍କୁ ପୁରଷ୍କାର ରାଶି ପ୍ରଦାନ କରାଯିବ ।
ପମ୍ପେ ଆହୁରୀ ମଧ୍ୟ କହିଛନ୍ତି , ‘୨୬/୧୧ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ମାଷ୍ଟର ମାଇଣ୍ଡ ବୋଲାଉଥିବା ହାଫିଜ ସଏଦ ଏବଂ ଜାକିରଉରିରେହମାନ ଲଖୱିଙ୍କୁ ଯିଏ ଧରାଇଦେବ, ସେମାନଙ୍କୁ ୩୫ କୋଟି ଟଙ୍କାର ପୁରଷ୍କାର ରାଶି ପ୍ରଦାନ କରାଯିବ । ଉକ୍ତ ଆକ୍ରମଣର ସମସ୍ତ ଦୋଷୀଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଧରାଯାଇପାରି ନାହିଁ, ଯାହାକି ନିଜ ମୃତକ ପ୍ରତି ଅପମାନ ।’


Share It

Comments are closed.