ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ ପକ୍ଷରୁ ଭୁବନେଶ୍ୱରରେ ଏହାର ଷ୍ଟଡ଼ି ସେଣ୍ଟରର ଶୁଭାରମ୍ଭ


ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍, କୋଟା ମୂଖ୍ୟତଃ ଆଇଆଇଟି-ଜେଇଇ ଏବଂ ପ୍ରି ମେଡ଼ିକାଲ କ୍ଷେତ୍ରରେ ଅଗ୍ରଣୀ ରହିଥିବାବେଳେ ଉକ୍ତ ଅନୁଷ୍ଠାନ ନାମରେ ଅନେକ ସର୍ବୋତ୍ତମ ଫଳାଫଳ ଦେବାରେ ରେକର୍ଡ଼ ରହିଆସିଛି । ଦୀର୍ଘ ୩୦ ବର୍ଷର ପରମ୍ପରା ଏବଂ ୯.୨୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କର ବିଶ୍ୱାସ କ୍ଲାସରୁମ୍ କୋର୍ସ ଗୁଡ଼ିକ ବହୁତ ଦୂରକୁ ନେଇପାରିଛି, ଯେଉଁଥିପାଇଁ ଆଜି ଆଲେନ୍ ସମ୍ପୁର୍ଣ୍ଣ ଭାରତରେ ୬୯୦୦ ଟିମ୍ ସଦସ୍ୟ ଏବଂ ୨୧ଟି ଷ୍ଟଡ଼ି ସେଣ୍ଟର ସହିତ ଏକ ଉକ୍ତୃଷ୍ଟ ଲର୍ଣ୍ଣିଂ ପ୍ଲାଟଫର୍ମ ହୋଇପାରିଛି । ସମ୍ପୁର୍ଣ୍ଣ ଭାରତରେ ଏହାର ଉପସ୍ଥିତିକୁ ୨୨ତମ ଷ୍ଟଡ଼ି ସେଣ୍ଟରରେ ପହଞ୍ଚାଇବା ପାଇଁ ଆଲେନ୍ ପକ୍ଷରୁ ଏହାର ଷ୍ଟଡ଼ି ସେଣ୍ଟରକୁ ପୂର୍ବ ଭାରତରେ ଓଡ଼ିଶାରେ ଶୁଭାରମ୍ଭ କରାଯାଇଛି । ଉକ୍ତ ନୂତନ ସେଣ୍ଟରଟି ୪୧୪, ୪ମ ମହଲା, ଭୁବନେଶ୍ୱର -୧, ମିଓ ମୋରେ କେକ୍ ସପ୍ ପଛ, ପ୍ରେସ୍ ଛକ, ଗଜପତି ନଗର, ଭୁବନେଶ୍ୱର, ଓଡ଼ିଶା – ୭୫୧୦୧୭ରେ ଅବସ୍ଥାପିତ ।
ଆଲେନ୍ ଭୁବନେଶ୍ୱର କେନ୍ଦ୍ରର ଶୁଭାରମ୍ଭ ଅବସରରେ, ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହାର ବରିଷ୍ଠ ଉପ ସଭାପତି, ଶ୍ରୀଯୁକ୍ତ ସି.ଆର ଚୌଧରୀ କହିଛନ୍ତିଯେ, “ଭୁବନେଶ୍ୱରର ଛାତ୍ରଛାତ୍ରୀ ଏବଂ ଏହାର ଆଖପାଖ ଅଞ୍ଚଳ, ଯେଉଁମାନେକି ବିଭିନ୍ନ ପ୍ରକାର ପ୍ରବେଶିକା ପରୀକ୍ଷା ଯେପରିକି ଆଇଆଇଟି – ଜେଇଇ, ଏନଇଇଟି – ୟୁଜି, ଏମ୍ସ, ଏନଟିଏସଇ ଏବଂ ଅଲମ୍ପିଆଡ଼୍ରେ ସଫଳ ହେବାକୁ ଇଛୁକ ସେମାନେ ଏଥିରୁ ଲାଭ ଉଠାଇପାରିବେ । ଏଥି ସହିତ ୮ମ, ୯ମ, ୧୦ମ, ୧୧ଦଶ ଏବଂ ୧୨ଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏପ୍ରିଲ୍ ୨୦୧୯ଠାରୁ ଆରମ୍ଭ ହେବାକୁ ଥିବା ଏହାର କ୍ଲାସରୁମ୍ କୋର୍ସ ମାଧ୍ୟମରେ ଏକ ସୁଦୃଢ ମୂଳୁଦୁଆ ପାଇପାରିବେ ।” ଶ୍ରୀଯୁକ୍ତ ଚୌଧୂରୀ କହିଛନ୍ତି ଯେ, “ଆଲେନ୍ ଭୁବନେଶ୍ୱର କେନ୍ଦ୍ର ପକ୍ଷରୁ କୋଟା କୋଚିଂ ସିଷ୍ଟମକୁ ଗ୍ରହଣ କରାଯାଇଛି, ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ଏହାର ସୁଫଳ ପାଇବା ସହିତ ଇଞ୍ଚିନିୟରିଂ ଏବଂ ମେଡ଼ିକାଲ ପ୍ରବେଶିକା ପରୀକ୍ଷାରେ ଉତ୍ତମ ଫଳାଫଳ ପାଇପାରିବେ ।” ସେ ଆହୁରୀ ମଧ୍ୟ କହିଛନ୍ତିଯେ, “ଚଳିତ ବର୍ଷ ୧.୫୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆଲେନ୍ରେ କ୍ଲାସରୁମ୍ କୋର୍ସରେ ନାମ ଲେଖାଇଛନ୍ତି, ଯେଉଁଥିରେ କୋଟାରେ କେବଳ ୯୬,୦୦୦ ଅନ୍ତର୍ଭୂକ୍ତ । ଏହା ସମଗ୍ର ଭାରତରେ ଛାତ୍ରଛାତ୍ରୀ ମାନଙ୍କର ଆଲେନ୍ କୋର୍ସ ପ୍ରତିଥିବା ବିଶ୍ୱାସକୁ ପ୍ରତିପାଦନ କରୁଛି । ଏଥି ନିମନ୍ତେ ଏପ୍ରିଲ୍ ୨୦୧୯ରୁ କ୍ଲାସ୍ ଆରମ୍ଭ ହେବାକୁ ଯାଉଛି । ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ‘ଆଲେନ୍ ଶାର୍ପ’ ମେଧାବୃତ୍ତି ମିଳିବାର କାର୍ଯ୍ୟକ୍ରମ ରହିଛି । ମେଧାବୃତ୍ତି ପରୀକ୍ଷା ୧୬ ଡ଼ିସେମ୍ବରରେ ଅନୁଷ୍ଠିତ ହେବ ।
ଏହି ଉଦଘାଟନୀ ଅବସରରେ ମୁ୍ଖ୍ୟ ଅତୀଥିଭାବେ, ଶ୍ରୀଯୁକ୍ତ ସଞ୍ଜିବ ମରିଚ୍(ପୂର୍ବତନ ଡିଜିପି, ଓଡିଶା), ସମ୍ମାନନୀୟ ଅତିଥିଭାବେ ଶ୍ରୀ ଧନଞ୍ଜୟ ସ୍ୱାଇଁ(ଅତିରିକ୍ତ ସଚିବ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ), ଇଞ୍ଜିନିୟର ପ୍ରଭାକର ସ୍ୱାଇଁ (ପ୍ରେସିଡେଣ୍ଟ ଓଡିଶା ଇଞ୍ଜିନିୟର ଫୋରମ୍), ପ୍ରଫେସର ବି.କେ ନନ୍ଦ(ପୂର୍ବତନ ଉପ କୂଳପତି, ଭି.ଏସ.ଏସ.ୟୁ.ଟି), ପ୍ରଫେସର ସଞ୍ଜୟ କୁମାର ସତପତି(ଡିନ ସ୍କୁଲ ଅଫ କମର୍ସ ଏବଂ ମ୍ୟାନେଜମେଣ୍ଟ, ରେଭେନ୍ସା ୟୁନିଭରସିଟି), ଡଃ. ଏସ.କେ. ସାହୁ (ନିର୍ଦ୍ଦେଶକ, ଏମଏସଏମଇ ଡେଭେଲୋପମେଣ୍ଟ ଇନ୍ଷ୍ଟିଚ୍ୟୁଟ), ଶ୍ରୀମତି ବର୍ଷା ଚୌଧୁରୀ, ରବିନ୍ଦ୍ରନାଥ ମହାନ୍ତି(ସଚିବ ଏସ.ସି.ବି. ମେଡିକାଲ ପବ୍ଲିକ ସ୍କୁଲ), ଶ୍ରୀ ଦୀପକ କୁମାର ଝା (ବିଜିନେସ ଡେଭେଲୋପମେଣ୍ଟ, ପୂର୍ବାଞ୍ଚଳ ଆଲେନ), ଶ୍ରୀଯୁକ୍ତ ପଙ୍କଜ ଅଗ୍ରୱାଲ (ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟର ଉପସଭାପତି), ଶ୍ରୀଯୁକ୍ତ ତୁଷାର ପରେଖ୍ (ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟର ଉପସଭାପତି), ଶ୍ରୀଯୁକ୍ତ ପଙ୍କଜ ଅଗ୍ରୱାଲ୍ (ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟର ଉପସଭାପତି), ଶ୍ରୀଯୁକ୍ତ ଅଜୟ ଜଙ୍ଗିଡ଼୍ (ମୂଖ୍ୟ ଟିମ୍ ସଦସ୍ୟ, ପ୍ରିମେଡ଼ିକାଲ୍ ବିଭାଗ) ଏବଂ ଶ୍ରୀଯୁକ୍ତ ସନ୍ତୋଷ କୁମାର ଶର୍ମା (ମୂଖ୍ୟଟିମ୍ ସଦସ୍ୟ, ପ୍ରିମେଡ଼ିକାଲ୍ ବିଭାଗ) ପ୍ରମୁଖ ଉପସ୍ଥିତ ରହିଛନ୍ତି ।
ଆଲେନ୍ ଏହାର ଉକ୍ତୃଷ୍ଟତାକୁ ଏକ ଐତିହାସିକ ଏବଂ ସ୍ପତନ୍ତ୍ର ରେକର୍ଡ଼ ଯେପରିକି ପ୍ରିମେଡ଼ିକାଲ (ଏଆଇପିଏମଟି/ଏନଇଇଟି)ରେ ୭ଥର ଏବଂ ଆଇଆଇଟି-ଜେଇଇ (ଆଡ଼ଭାନ୍ସଡ଼)ରେ ଦୀର୍ଘ ଦିନର କ୍ଲାସରୁମ୍ କୋର୍ସ ଗୁଡ଼ିକରେ ଅଲ ଇଣ୍ଡିଆରେ ୧ମ ର‌୍ୟାଙ୍କରେ ରହିଆସିଛି । ଆଲେନ୍ କ୍ଲାସରୁମ୍ କୋର୍ସ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୨୦୧୪ରେ ଉଭୟ ଆଇଆଇଟି-ଜେଇଇ (ଆଡ଼ଭାନ୍ସଡ଼) ଏବଂ ଏନଇଇଟି (ୟୁଜି)ରେ ର‌୍ୟାଙ୍କ ୧ରେ ରହିଥିବାବେଳେ ୨୦୧୬ ମସିହାରେ ଉଭୟ ଆଇଆଇଟି-ଜେଇଇ (ଆଡ଼ଭାନ୍ସଡ଼) ଏବଂ ଏନଇଇଟି (ୟୁଜି)ରେ ର‌୍ୟାଙ୍କ ୧, ୨ ଏବଂ ୩ ଏବଂ ୨୦୧୭ରେ ଐତିହାସିକ ଲିମକା ବୁକ୍ ରେକର୍ଡ଼ ସହିତ ଏଆଇଆଇଏମଏସରେ ଅଲ ଇଣ୍ଡିଆ ର‌୍ୟାଙ୍କ୍ ୧ ରୁ ୧୦ ମଧ୍ୟରେ ରହିବାର ଗୌରବ ଅର୍ଜନ କରିଛି ।
୨୦୧୮ରେ ମଧ୍ୟ ଆଲେନର ଛାତ୍ରଛାତ୍ରୀମାନେ ସମସ୍ତ ସମ୍ମାନନୀୟ ପ୍ରବେଶିକା ପରୀକ୍ଷାରେ ଉନ୍ନତ ଫଳାଫଳ ଦେଇଆସିଛନ୍ତି, ଯେପରିକି ଏଆଇଆଇଏମଏସା ଟପ୍ ୧୦ ମଧ୍ୟରେ ୯ଟି ର‌୍ୟାଙ୍କ, ଟପ୍ ୧୦୦ ଅଲ ଇଣ୍ଡିଆ ର‌୍ୟାଙ୍କ୍ ଜେଇଇ (ଆଡ଼ଭାନ୍ସଡ଼)ରେ ୩୦ଟି ର‌୍ୟାଙ୍କ, ଏନଇଇଟିରେ ଟପ୍ ୧୦୦ ମଧ୍ୟରେ ୫୫ଟି ର‌୍ୟାଙ୍କ ରଖିପାରିଛି । ସମୂଦାୟ ୮୧୨୩୦ ଆଲେନ୍ ଛାତ୍ରଛାତ୍ରୀ ଏନଇଇଟିରେ କଟ୍ ଅଫ୍ରେ ଯୋଗ୍ୟତା ହାସଲ କରିଛନ୍ତି, ଯାହାକି ଭାରତରେ ସବୁଠାରୁ ଅଧିକ ।


Share It

Comments are closed.