ଆମ୍ବିଓ ସାଉଣ୍ଡବାର ଶୃଙ୍ଖଳାର ବିସ୍ତାର କରିଛି ସେନିସର୍‌; କମ୍ପାନୀ ପକ୍ଷରୁ ଭାରତୀୟ ବଜାରରେ ଆମ୍ବିଓ ସାଉଣ୍ଡବାର ପ୍ଲସ୍ ଓ ଆମ୍ବିଓ ସବ୍ ଉନ୍ମୋଚିତ

. ଏହା ହୋମ୍ ଅଡିଓ ପାଇଁ ସାଉଣ୍ଡର ସୀମାକୁ ଆଗକୁ ବଢାଉଛି ।


୨୩ ଅଗଷ୍ଟ ୨୦୨୩: ଆମ୍ବିଓ ସାଉଣ୍ଡବାର ଶୃଙ୍ଖଳାର ବିସ୍ତାର କରି ସେନିସର ଆଜି ଏହାର ନୂଆ ଆମ୍ବିଓ ସାଉଣ୍ଡବାର ପ୍ଲସ୍ ଓ ଆମ୍ବିଓ ସବ୍‌ର ଲଂଚ୍ ଘୋଷଣା କରିଛି ଯାହା ନିଜ ଘରକୁ ସର୍ବୋତମ ଶ୍ରେଣୀର ନିମଜ୍ଜିତ ସାଉଣ୍ଡ ଆଣିବାକୁ ଚାହୁଁଥିବା ଉପଭୋକ୍ତାଙ୍କୁ ଅତିରିକ୍ତ ବିକଳ୍ପ ପ୍ରଦାନ କରୁଛି । ବିଶ୍ୱର ପ୍ରଥମ ୭.୧.୪ ଷ୍ଟାଣ୍ଡାଲୋନ୍ ସାଉଣ୍ଡବାର ଆମ୍ବିଓ ସାଉଣ୍ଡବାର ପ୍ଲସ୍ , ବୃହତ୍ ଓ ପୁରସ୍କାର-ପ୍ରାପ୍ତ ଆମ୍ବିଓ ସାଉଣ୍ଡବାର ମ୍ୟାକ୍ସ (ପୂର୍ବରୁ ଆମ୍ବିଓ ସାଉଣ୍ଡବାର ଭାବେ ପରିଚିତ) ତୁଳନାରେ ଏବେ ଏକ ଅଧିକ କମ୍ପାକ୍ଟ ହାଉସିଂରେ ଉପଭୋକ୍ତାଙ୍କୁ କାର୍ଯ୍ୟର କେନ୍ଦ୍ରରେ ରଖିଥାଏ । ଯେପରି ଜଣେ ବ୍ୟକ୍ତି ସେନିସର ବ୍ରାଣ୍ଡଠାରୁ ଆଶା କରିଥାନ୍ତି, ଆମ୍ବିଓ ସବ୍ ଠିକ୍ ସେହିପରି ଏକ ଚମତ୍କାର ସିନେମାଟିକ୍ ଅନୁଭୂତିର ଗ୍ୟାରେଂଟି ଦେଇଥାଏ ଏବଂ ଆପଣଙ୍କର ପସନ୍ଦର ଗୀତ ଶୁଣିବା ପାଇଁ ମଧ୍ୟ ଖୁବ୍ ଉଲ୍ଲେଖନୀୟ ଅଟେ ।
ଏହି ନୂତନ ଉତ୍ପାଦ ସମ୍ପର୍କରେ ଭାରତରେ ସେନିସର କଞ୍ଜ୍ୟୁମର ବିଜ୍‌ନେସ୍‌ର ସାଧାରଣ ସମ୍ପାଦକ ବିଜୟ ଶର୍ମା କହିଛନ୍ତି, ‘ଆମ୍ବିଓ ସାଉଣ୍ଡବାର ପ୍ଲସ୍ ଓ ଆମ୍ବିଓ ସବ୍‌କୁ ପୁରସ୍କାର-ପ୍ରାପ୍ତ ଆମ୍ବିଓ ସାଉଣ୍ଡବାର ମ୍ୟାକ୍ସର ସଫଳତା ଉପରେ ନିର୍ମାଣ କରାଯାଇଛି, ଯାହାକୁ ସମୀକ୍ଷାକାରୀମାନେ ବିଶ୍ୱରେ ସର୍ବୋତମ ସାଉଣ୍ଡବାର ଭାବେ ର‌୍ୟାଙ୍କ ପ୍ରଦାନ କରିଛନ୍ତି । ଏହାର ଗଭୀର, ନିମଜ୍ଜିତ ସାଉଣ୍ଡ ଓ ଅଧିକ କମ୍ପାକ୍ଟ ହାଉସିଂକୁ ଧନ୍ୟବାଦ, ଆମର ନୂଆ ଆମ୍ବିଓ ସାଉଣ୍ଡବାର ପ୍ଲସ୍ ଅଡିଓଫିଲେ-କ୍ୱାଲିଟି ସାଉଣ୍ଡ ସହିତ ଏକ ହୋମ୍ ଥିଏଟର ଅନୁଭୂତି ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ବିକଳ୍ପ ପ୍ରଦାନ କରୁଛି ।’
ଆମିଓ ସାଉଣ୍ଡବାର ପ୍ଲସ୍‌
ଆମ୍ବିଓ ସାଉଣ୍ଡବାର ପ୍ଲସ୍ ସେନିସର୍ ପ୍ରଡକ୍ଟ ପୋର୍ଟଫୋଲିଓ ମଧ୍ୟରେ ଏକ ନୂଆ, ଅଧିକ କମ୍ପାକ୍ଟ ସାଉଣ୍ଡବାର ପ୍ରଦାନ କରୁଛି । ଏହା ଅଡିଓ ରିସର୍ଚ୍ଚ ଓ ଡେଭ୍‌ଲପ୍‌ମେଂଟ୍ କ୍ଷେତ୍ରରେ ବିଶ୍ୱର ଲିଡର୍‌, ଫ୍ରନୋଫର୍‌-ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଇଂଟିଗ୍ରେଟେଡ୍ ସର୍କିଟ୍‌ସ ଆଇଆଇଏସ୍ ସହ ସହଭାଗିତାରେ ବିକଶିତ ସମାନ ଅତ୍ୟାଧୁନିକ ୩ଡି ସାଉଣ୍ଡ ଦ୍ୱାରା ପରିଚାଳିତ । ଆମ୍ବିଓ ସେଲ୍ଫ-କାଲିବ୍ରେଶନ ଏକ କୋଠରୀର ସ୍ଥିତିକୁ ବିଶ୍ଳେଷଣ କରିଥାଏ ଏବଂ ପରେ ୭ଟି ଭର୍ଚୁଆଲ ସ୍ପିକର୍‌କୁ ଶ୍ରୋତାଙ୍କ ଚାରିପଟେ ଓ ୪ଟି ସ୍ପିକର୍‌କୁ ଓଭର୍‌ହେଡ୍‌ରେ ଅବସ୍ଥାପିତ କରିଥାଏ । ଏହା ଆମ୍ବିଓ ସାଉଣ୍ଡବାର ପ୍ଲସ୍‌କୁ କୋଠରୀର ଯେକୌଣସି କୋଣରୁ ସାଉଣ୍ଡକୁ ପ୍ରୋଜେକ୍ଟ କରିବାକୁ ଅନୁମତି ଦେଇଥାଏ । ଉପଭୋକ୍ତାମନେ ଅତିରିକ୍ତ କେବୁଲ କିମ୍ବା ସାଟେଲାଇଟ୍ ସ୍ପିକର୍ ବିନା ଘରେ ଏକ ମୁଭି ଥିଏଟର୍‌ର ପ୍ରଭାବ ଓ ପ୍ରଶସ୍ଥତା ଅନୁଭୂତି ପାଇପାରିଥାନ୍ତି ।
ଆମ୍ବିଓ ସାଉଣ୍ଡବାର ପ୍ଲସ୍ ଅଡିଓଫିଲେ-ଗ୍ରେଡ୍ ମ୍ୟୁଜିକ୍ ଶୁଣିବା ପାଇଁ ଉନ୍ନତ ଅଟେ ଏବଂ ଏହା ସ୍ୱୟଂଚାଳିତ ଭାବେ ପ୍ଲେ କରାଯାଉଥିବା କଂଟେଂଟ୍ ପ୍ରତି ନିଜର ସାଉଣ୍ଡକୁ ଅନୁକୂଳ କରିଥାଏ । ଏଥିରେ ଏକ ଇକ୍ୱିଲାଇଜର୍ ଓ ସ୍ମାର୍ଟ କଂଟ୍ରୋଲ ଆପ୍ ସହିତ କଷ୍ଟମାଇଜେବୁଲ ପ୍ରିସେଟ୍ ଉପଲବ୍ଧ ରହିଛି । ଏଥିରେ ଡଲ୍‌ବି ଅଟ୍‌ମୋସ, ଡିଟିଏସ୍‌:ଏକ୍ସ, ୩୬୦ ରିଅଲିଟି ଅଡିଓ ଓ ଏମ୍‌ପିଇଜି-ଏଚ୍ ଅଡିଓ ସହ ଉତ୍କୃଷ୍ଟମାନର ନିମଜ୍ଜିତ ୩ଡି ସାଉଣ୍ଡ ପ୍ରଦାନ କରାଯାଉଛି । ଉପଭୋକ୍ତାମାନେ ରୋମାଂଚର ୩ଡି ସାଉଣ୍ଡ ଅନୁଭୂତି ସୃଷ୍ଟି କରିବା ପାଇଁ ଷ୍ଟେରିଓ ଓ ୫.୧ କଂଟେଂଟ୍‌କୁ ମିଶ୍ରଣ କରିପାରିବେ ଯାହା କୋଠରୀରେ କଳାକାର ଉପସ୍ଥିତ ଥିବା ଭଳି ଅନୁଭୂତି ଦେଇଥାଏ ।
ସେନିସର ଆମ୍ବିଓ ସାଉଣ୍ଡବାର ପ୍ଲସ୍ ଆମ୍ବିଓାଓଏସ ପ୍ଲାଟ୍‌ଫର୍ମର ବ୍ୟବହାର କରୁଛି । ଏହା ଆପଲ୍ ଏୟାରପ୍ଲେ ୨, ସ୍ପଟିଫାଏ କନେକ୍ଟ, ଟାଇଡାଲ କନେକ୍ଟ ଭଳି ଏକାଧିକ ମ୍ୟୁଜିକ୍ ଷ୍ଟ୍ରିମିଂ ସର୍ଭିସ୍‌ଗୁଡିକୁ ସକ୍ଷମ କରୁଛି ଏବଂ ଏହା କ୍ରୋମ୍‌କାଷ୍ଟ ବିଲ୍ଟ-ଇନ୍ ସହିତ ଗୁଗଲ୍ ଆସିଷ୍ଟାଂଟ୍‌-ଏନାବୁଲ୍‌ଡ ଡିଭାଇସ୍ ସହ କାର୍ଯ୍ୟ କରିଥାଏ । ଏହା ଆଲେକ୍ସା ବିଲ୍ଟ-ଇନ୍ ଓ ଆପଲ୍ ସିରିଜ୍ ସହ ବାଧାହୀନ ଏକତ୍ରିକରଣ ପ୍ରଦାନ କରୁଛି ।
ଆମ୍ବିଓ ସବ୍‌
ଏହି ନୂଆ ସବ୍ ଆପଣଙ୍କୁ ରୋମାଂଚିତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏକ ସ୍ୱତନ୍ତ୍ର ନିମଜ୍ଜିତ ସାଉଣ୍ଡ ପ୍ରଦାନ କରୁଛି । ଏହାର ଅତ୍ୟଧିକ ଗଭୀର ବାସ୍ ଆମ୍ବିଓ ଭର୍ଚୁଆଲାଇଜେଶନ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ଯାହା ଅତୁଳନୀୟ ପ୍ରାକୃତିକ ଓ ନିମଜ୍ଜିତ ସାଉଣ୍ଡ ପ୍ରଦାନ କରିଥାଏ, ସେହିପରି ଏକ ୩୫୦ଡବ୍ଲ୍ୟୁ କ୍ଲାସ୍‌-ଡି ଆମ୍ପ୍ଲିଫାୟର୍ ସହ ପେୟାର୍ ହୋଇଥିବା ଏକ ୮ ଇଂଚ୍ ହାଇଏଣ୍ଡ ପ୍ରୋପ୍ରିଏଟାରୀ ଉଫର୍ ଚମତ୍କାର ଥଣ୍ଡରିଂ ବାସ୍‌ର ଗ୍ୟାରେଂଟି ଦେଇଥାଏ । ଏହାର ଅତୁଳନୀୟ ସାଉଣ୍ଡ କ୍ୱାଲିଟି ସହ ମେଳ ଖାଉଥିବା ଏକ ଡିଜାଇନ୍ ସହିତ ଏକ ବନ୍ଦ ଏନ୍‌କ୍ଲୋଜର୍ ୨୭ଏଚ୍‌ଜେଡ୍ ପର୍ଯ୍ୟନ୍ତ ଅଡିଓଫିଲେ-ଗ୍ରେଡ୍ ବାସ୍ ସୁନିଶ୍ଚିତ କରିଥାଏ । ଏହି ମଲ୍ଟି-ସବ୍ ଆରେ ଟେକ୍ନୋଲୋଜି ଉପଭୋକ୍ତାଙ୍କୁ ବାସ୍ ପ୍ରଦର୍ଶନକୁ ବୃଦ୍ଧି କରିବା ପାଇଁ ୪ଟି ପର୍ଯ୍ୟନ୍ତ ସବ୍‌ଉଫର୍‌କୁ କନେକ୍ଟ କରିବା ଏବଂ ସେଗୁଡିକୁ ଅପ୍ଟିମାଲ ସାଉଣ୍ଡ ପାଇଁ ସ୍ୱତନ୍ତ୍ର ଭାବେ କାଲିବ୍ରେଟ୍ କରିବା ପାଇଁ ଅନୁମତି ଦେଇଥାଏ । ଏକ ୱାୟାରଲେସ୍ କନେକ୍ସନ କୌଣସି କେବୁଲର ଆବଶ୍ୟକତା ବିନା ଏକ ସ୍ୱଚ୍ଛ ରୁମ୍ ପ୍ରଦାନ କରିଥାଏ ।
ଆମ୍ବିଓ ସବ୍‌ର ଆଡ୍‌ଭାନ୍ସଡ୍ ସେଲ୍‌ଫ-କାଲିବ୍ରେଶନ ଓ ଏହାର ବିଲ୍ଟ-ଇନ୍ ଫାର୍‌-ଫିଲ୍ଡ ମାଇକ୍ରୋଫୋନ୍ ଡିଭାଇସ୍‌କୁ ସଠିକ୍ ଭାବେ ଆପଣଙ୍କ ରୁମ୍‌ର ପରିବେଶକୁ ଜାଣିବା ଏବଂ ଏକ ସ୍ୱତନ୍ତ୍ର ସାଉଣ୍ଡ ଅନୁଭୂତି ପାଇଁ ପ୍ରତ୍ୟେକ ପରିବେଶରେ ଆଡ୍‌ଜଷ୍ଟ ହେବା ଲାଗି ଅନୁମତି ଦେଇଥାଏ, ସେହିପରି ଏହାର ଅନ୍ତର୍ନିହିତକାରୀ ସ୍ମାର୍ଟ କଂଟ୍ରୋଲ ଆପ୍ ଏକ ସୁଗମ ଉପଭୋକ୍ତା ଅନୁଭୂତି ସୁନିଶ୍ଚିତ କରିଥାଏ ଯାହା ଆପଣଙ୍କର ଆମ୍ବିଓ ସବ୍‌ରୁ ସର୍ବୋତମ ପ୍ରଦର୍ଶନ ଦେଇଥାଏ । କେବଳ ଏହାକୁ ପ୍ଲଗ୍ ଇନ୍ କରନ୍ତୁ ଓ ସେଟ୍ କରନ୍ତୁ ଏବଂ ଉପଭୋଗ କରନ୍ତୁ ।
ମୂଲ୍ୟ ଓ ଉପଲବ୍ଧତା
ସେନିସର ଆମ୍ବିଓ ସାଉଣ୍ଡବାର ପ୍ଲସ୍ ୧୩୯,୯୯୦ ଟଙ୍କା ଏବଂ ଆମ୍ବିଓ ସବ୍ ୬୯,୯୯୦ ଟଙ୍କା ମୂଲ୍ୟରେ ସେଲ୍ ପାଇଁ ଆଜିଠାରୁ ଭାରତରେ ବ୍ରାଣ୍ଡ ୱେବ୍‌ସପ୍ ଙ୍ଗଙ୍ଗଙ୍ଗ.ଗ୍ଦରଦ୍ଭଦ୍ଭଷରସଗ୍ଦରକ୍ସ-ଷରବକ୍ସସଦ୍ଭଶ.ମକ୍ଟଜ୍ଞ,, ଆମାଜନ୍ ଡଟ୍ ଇନ୍ ଓ ଅନ୍ୟ ଅଗ୍ରଣୀ ଇଲେକ୍‌ଟ୍ରୋନିକ୍ ଆଉଟ୍‌ଲେଟ୍‌ଗୁଡିକରେ ଉପଲବ୍ଧ ହେବ ।


Share It

Comments are closed.