ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଟ୍ୟାଲେଟେଂକ୍ସ ୨୦୨୪ ଘୋଷଣା, ୧.୨୫ କୋଟି ଟଙ୍କାର ନଗଦ ପୁରସ୍କାର ଓ ୨୫୦ କୋଟି ସ୍କଲାରସିପ୍‌


ଭୁବନେଶ୍ୱର: ଭାରତର ଅଗ୍ରଣୀ ଶିକ୍ଷା କଂପାନି ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଟ୍ୟାଲେଟେଂକ୍ସ ୨୦୨୪ ପରୀକ୍ଷା ବିଷୟରେ ଘୋଷଣା କରାଯାଇଛି । ଟ୍ୟାଲେଟେଂକ୍ସ ଦଶମ ସଂସ୍କରଣ ଆୟୋଜନ କରାଯିବାକୁ ଥିବା ବେଳେ ଏଥିରେ ପଂଚମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତର ପିଲାମାନେ ଭାଗ ନେଇ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିପାରିବେ ଏବଂ କୋଚିଂ ଫି’ରେ ରିହାତି ପାଇ ନିଜ ସ୍ୱପ୍ନ ପୂରଣ କରିପାରିବେ । ଟ୍ୟାଲେଟେଂକ୍ସର ୱେବସାଇଟ୍ www.tallentex.com ଆରମ୍ଭ କରାଯାଇଥିବା ବେଳେ ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀମାନେ ଆବେଦନ କରୁଛନ୍ତି । ଆବେଦନ ପାଇଁ ପ୍ରଥମ ସମୟ ସୀମା ହେଉଛି ୨୦୨୩ ଜୁନ୍ ୩୦ ।
ପରୀକ୍ଷା ଅଫଲାଇନ୍‌ରେ ହେବ ଏବଂ ଜୋନ୍ ସ୍ତରୀୟ ପରୀକ୍ଷା ଅକ୍ଟୋବର ୨୯ ଓ ନଭେମ୍ବର ୫, ୨୦୨୩ରେ ଅନୁଷ୍ଠିତ ହେବ । ଜାତୀୟ ଓ ରାଜ୍ୟ ର‌୍ୟାଙ୍କିଙ୍ଗ୍ ଅନୁସାରେ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତର ସ୍କଲାରସିପ୍ ପ୍ରଦାନ କରାଯିବ । ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ପ୍ରତିଦ୍ୱନ୍ଦ୍ୱତତା ସଫଳତା ସୂଚୀ ଜାରି କରାଯିବ ଯାହା ଜରିଆରେ ସେମାନେ ଜେଇଇ, ନିଟ, ସିଏ ଓ ସିଏସ୍ ଭଳି ପରୀକ୍ଷାରେ ନିଜ ଜାତୀୟ ର‌୍ୟାଙ୍କିଙ୍ଗ୍‌ର ଏକ ଧାରଣା ପାଇପାରିବେ । ପ୍ରତିଭା ଆଧାରରେ ୧.୨୫ କୋଟି ଟଙ୍କା ପର୍ଯ୍ୟନ୍ତର ନଗଦ ରାଶି ଓ ସ୍କଲାରସିପ୍ ଜାରି କରାଯିବ ।
ଏକ କାର୍ଯ୍ୟକ୍ରମରେ ଆଲେନ୍ କ୍ୟାରିୟର ଇନଷ୍ଟିଚୁୂ୍ୟଟ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦେଶକ ଡକ୍ଟର ଗୋବିନ୍ଦ ମାହେଶ୍ୱରୀ, ଶ୍ରୀ ରାଜେଶ ମାହେଶ୍ୱରୀ, ଡକ୍ଟର ନବୀନ ମାହେଶ୍ୱରୀ ଓ ଡକ୍ଟର ବ୍ରଜେଶ ମାଶ୍ୱେରୀଙ୍କ ଦ୍ୱାରା ବୁକ୍‌ଲେଟ୍‌, ୱେବସାଇଟ୍ ଓ ପୋଷ୍ଟରକୁ ଉନ୍ମୋଚନ ସହ ଟ୍ୟାଲେଟେଂକ୍ସ ୨୦୨୪ର ଘୋଷଣା କରାଯାଇଛି ।
ଏହି ଅବସରରେ ଆଲେନ୍ କ୍ୟାରିୟର ଇନଷ୍ଟିଚୁୂ୍ୟଟ୍ ପ୍ରାଇଭେଟ୍ ଲିମିଟେଡ୍‌ର ଅଧ୍ୟକ୍ଷ ଡକ୍ଟର ବ୍ରଜେଶ ମାହେଶ୍ୱରୀ କହିଛନ୍ତି ଯେ, “ସାରା ଦେଶର ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ସେମାନଙ୍କ ପ୍ରସାର କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ହେଉଛି ଟ୍ୟାଲେଟେଂକ୍ସ । ଏହି ପ୍ରତିଯୋଗିତା ଜରିଆରେ ଛାତ୍ରଛାତ୍ରୀମାନେ ନିଜର ହଜାର ହଜାର ପ୍ରତିଦ୍ୱନ୍ଦୀଙ୍କ ସହ ପ୍ରତିଯୋଗିତା ଜରିଆରେ ନିଜ ପାଠପଢ଼ା ଦକ୍ଷତାକୁ ଜାଣିପାରିବେ ।’’
ଟ୍ୟାଲେଟେଂକ୍ସର ଜାତୀୟ ମୁଖ୍ୟ ପଙ୍କଜ ଅଗ୍ରୱାଲ୍ କହିଛନ୍ତି ଯେ, “ଆଲେନ୍‌ର କ୍ଲାସରୁମ୍ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ମଧ୍ୟ ପରୀକ୍ଷାରେ ଭାଗ ନେଇପାରିବେ । www.tallentex.com ୱେବସାଇଟ୍ ପରିଦର୍ଶନ କରି କିମ୍ବା ନିକଟସ୍ଥ ଆଲେନ୍ ସେଂଟରରେ ଅଫ୍‌ଲାଇନ୍ ଆବେଦନ ପୂରଣ କରି ଆଗ୍ରହୀ ଛାତ୍ରଛାତ୍ରୀମାନେ ପରୀକ୍ଷା ଲାଗି ପଞ୍ଜୀକରଣ କରିପାରିବେ । ପରୀକ୍ଷା ପ୍ରସ୍ତୁତିରେ ସହାୟକ ହେବା ଲାଗି ୱେବସାଇଟ୍‌ରେ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ଅଭ୍ୟାସ ପେପର ଉପଲବ୍ଧ କରାଯିବ । ଏନ୍‌ସିଇଆର୍‌ଟି ପାଠ୍ୟକ୍ରମ ଅନୁସାରେ ପରୀକ୍ଷା ହେବ ଏବଂ ଏଥିରେ ମଲ୍‌ଟିପଲ୍ ଚଏସ୍ ଓ ଇଟିଂଗ୍ରେଡେଟ୍ ପ୍ରକାରର ପ୍ରଶ୍ନ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଜୀବନବିଜ୍ଞାନ ଓ ଯୁକ୍ତିସଙ୍ଗ ମାନସିକ ଦକ୍ଷତାରୁ ଆସିବ ।’’


Share It

Comments are closed.