ପ୍ରଥମ ଥର ପାଇଁ ବାପାଙ୍କ ଫିଲ୍ମରେ କାମ କରିବେ ଆଲିଆ


ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ପିତା ମହେଶ ଭଟ୍ଟଙ୍କ ସହ ଆଗାମୀ ଫିଲ୍ମରେ କାମ କରିବାକୁ ନେଇ ବେଶ ଉତ୍ସାହିତ ଥିବାର ଜଣାପଡୁଛି । “ସଡକ ୨”ରେ ଆଲିଆ ନିଜ ପିତାଙ୍କ ଫିଲ୍ମରେ କାମ କରିବେ । ଏକ ସାକ୍ଷାତକାର ମାଧ୍ୟମରେ ଆଲିଆ କହିଛନ୍ତି ଯେ, ମୁଁ ଯେତେବେଳେ ବହୁତ ଛୋଟ ଥିଲି ତେବେ ଏହି ଫିଲ୍ମ ଦେଖିଥିଲି । ଏହି ଫିଲ୍ମକୁ ଦେଖି ମୁଁ ବହୁତ ଡରି ଯାଇଥିଲି ଏବଂ ବାପାଙ୍କୁ ପ୍ରଶ୍ନ କରିଥିଲି ଯେ “ମୁଁ କାହିଁକି ମା’ଙ୍କୁ ଝରକାରୁ ବାହାରକୁ ଠେଲିଦେଇଥିଲି ।”
ଏହି ଦୃଶ୍ୟ ଫିଲ୍ମରେ ହୋଇଥିଲେ ମଧ୍ୟ କିନ୍ତୁ ବାସ୍ତବରେ ହୋଇନଥିଲେ । ସେ ଆହୁରୀ ମଧ୍ୟ କହିଥିଲି ଯେ, ସେ ଏହି ଫିଲ୍ମକୁ ଦେଖିବା ସମୟରେ ବହୁତ ଛୋଟ ଥିଲେ ଏବଂ ଫିଲ୍ମ କାହାଣୀ ଏବଂ ପ୍ରକୃତ ଜୀବନ ମଧ୍ୟରେ ତଫାତ କ’ଣ ମୁଁ ଜାଣିନଥିଲି । ଏବେ ଏହି ଫିଲ୍ମରେ କାମ କରିବା ପରେ ମୋର ସ୍ୱପ୍ନ ପୂରଣ ସହିତ ସାମାନ ।
ସବୁବେଳେ ସାମ୍ବାଦିକ ମାନେ ମୋତେ ପ୍ରଶ୍ନ କରନ୍ତି ଯେ, ଆପଣ କେବେ ଆପଣଙ୍କ ବାପାଙ୍କ ଫିଲ୍ମରେ କାମ କରିବେ । ବର୍ତ୍ତମାନ ସେହି ଲୋକଙ୍କୁ ସେମାନଙ୍କ ଉତ୍ତର ମିଳିଯାଇଥିବା ।
ବର୍ତ୍ତମାନ ଆଲିଆ ଭଟ୍ଟ ଏବଂ ରଣବୀର କପୁର “ବ୍ରହ୍ମାସ୍ତ୍ର” ଫିଲ୍ମର ସୁôଟିଙ୍ଗରେ ବ୍ୟସ୍ତ ଅଛନ୍ତି । ସେ କହିଛନ୍ତି ଏହି ଫିଲ୍ମଟି ହିନ୍ଦୀ ସିନେମାକୁ ଏକ ଅଲଗା ସ୍ତରକୁ ନେଇ ଯିବ, ଯେଉଁଥିପାଇଁ ମୁଁ ଏହି ଫିଲ୍ମରେ କାମ କରିବା ପାଇଁ ବେଶ ଉତ୍ସାହିତ ଅଛି ।


Share It

Comments are closed.