ଆଜିଓ (AJIO) ବିଜ୍‌ନେସ୍ ପକ୍ଷରୁ ଡିଜିଟାଲ୍ ଭାବରେ ସମ୍ବନ୍ଦମ୍ ୨୦୨୦ ଶୁଭାରମ୍ଭ


ଭୁବନେଶ୍ୱର: ଦେଶରେ ଲାଗି ରହିଥିବା କୋଭିଡ୍‌-୧୯ ସ୍ଥିତିକୁ ବିଚାରକୁ ନେଇ ଆଜିଓ ବିଜନେସ୍ (ଇଔଓଙ ଈଟଝଓଋଝଝ) ପକ୍ଷରୁ ଏହାର ମେଗା ବାର୍ଷିକ ଟ୍ରେଡ୍ ସୋ’ ସମ୍ବନ୍ଦମକୁ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରାଯାଉଥିବା ଘୋଷଣା କରାଯାଇଛି । ସମ୍ବନ୍ଦମ-ଡିଜିଟାଲ୍ ଉତ୍ସବ ୨୦୨୦ ଭାବେ ଶୁଭାରମ୍ଭ ହୋଇଥିବା ଏହି ପ୍ରଥମ ଧରଣର ଟ୍ରେଡ୍ ସୋ’ ଭାରତୀୟ ରିଟେଲର୍ ବା ଦୋକାନୀ ମାନଙ୍କୁ ସେମାନଙ୍‌କ ଘରେ କିମ୍ବା କାର୍ଯ୍ୟସ୍ଥଳରେ ସୁରକ୍ଷିତ ରହି ଦଶହରା, ଦୁର୍ଗାପୂଜା, ନବରାତ୍ରୀ ଓ ଗରବ୍‌ା ଆଦି ପାଇଁ ଉତ୍ସବ ଋତୁର ଫ୍ୟାଶନ୍ ସାମଗ୍ରୀ ଯଥା ପୋଷାକ ଓ ଜୋତା ପ୍ରମୁଖ କ୍ରୟ କରିବାରେ ସହାୟକ ହେବ । ସମ୍ବନ୍ଦମ୨୦୨୦ ସେପ୍ଟେମ୍ବର ୧୭ରୁ ୧୯ ତାରିଖ ଯାଏଁ https://register.ajiosambandam.com ଲାଇଭ୍ ଉପଲବ୍ଧ ହେବ । ସମ୍ବନ୍ଦମ୍ ୨୦୨୦କୁ ଲୋକପିୟ ଚଳଚ୍ଚିତ୍ର କଳାକାର ଭିକି କୌଶଲ ଓ ଜାହ୍ନଭି କପୁର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
କୋଭିଡ୍‌-୧୯ ପାଇଁ ସମୟ, ପରିବହନ (ଲଜିଷ୍ଟିକ୍ସ) ଓ ଆର୍ଥିକ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିବାରୁ ସାରା ଭାରତର ରିଟେଲର୍‌ମାନେ ସେମାନଙ୍କ ସାମଗ୍ରୀ କିଣାକିଣି କରିବାରେ ଅସୁବିଧାର ସାମ୍ନା କରୁଛନ୍ତି । ସର୍ବବୃହତ ଭାରତୀୟ ଉତ୍ସବ ଋତୁ ଆସୁଥିବାରୁ ଦଶହରା, ଦୁର୍ଗାପୂଜା ଓ ନବରାତ୍ରୀ ପାଇଁ ଷ୍ଟକ୍ ରଖିବା ଗୁରୁତ୍ୱପୂର୍ଣ୍ଣ । ଆଜିଓ ବିଜନେସ୍ ସମ୍ବନ୍ଦମ ରିଟେଲରମାନଙ୍କୁ ସେମାନଙ୍କ ଘରେ ଓ ଷ୍ଟୋର୍‌ରେ ସୁରକ୍ଷିତ ରହି ସଦ୍ୟତମ ଓ ଅଧିକ ଚାହିଦାରେ ରହିଥିବା ଉତ୍ସବ ଷ୍ଟକ କିଣିବା ଲାଗି ଏକ ଡିଜିଟାଲ୍ ମଂଚ ପ୍ରଦାନ କରିବ । ଏକ ଡିଜିଟାଲ୍ ଟ୍ରେଡ୍ ସୋ’ ସେମାନଙ୍କ ପାଇଁ ଏକକ ସମାଧାନ ଭାବେ କାର୍ଯ୍ୟ କରିବ ଯାହା ସେମାନଙ୍କୁ ନିଜ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ବିପଦରେ ନପକାଇ ଷ୍ଟକ୍ ବା ସାମଗ୍ରୀ କିଣାକିଣି କରିବାରେ ସହାୟକ ହେବ । ସବୁଠୁ ଭଲ କଥା ହେଉଛି ରିଟେଲର୍‌ମାନେ ଡିଜିଟାଲ୍ କ୍ୟାଟ୍‌ଲଗ୍‌କୁ ବ୍ୟବହାର କରି କିଣାକିଣି କରିପାରିବେ ଯେଉଁଥିରେ ୧୩୦୦ରୁ ଅଧିକ ଅଗ୍ରଣୀ ବ୍ରାଣ୍ଡ୍‌ଗୁଡିକର ଏକ ଲକ୍ଷରର ଉର୍ଦ୍ଧ୍ୱ ଷ୍ଟାଇଲ୍‌ର ସମାହାର ରହିଛି । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଉତ୍ସବ ସମ୍ଭାର ଆୟୋଜନ କରାଯାଉଛି ଯେଉଁଥିରେ ଉତ୍ସବ ପାଇଁ ପୋଷାକ ପ୍ରସ୍ତୁତ କରୁଥିବା ୫୦ରୁ ଅଧିକ ଶ୍ରେଷ୍ଠ ବ୍ରାଣ୍ଡ୍‌ର ପୋଷାକ ସର୍ବଶ୍ରେଷ୍ଠ ମୂଲ୍ୟରେ ମିଳିବ । ପୁନଶ୍ଚ, ଏହି ଟ୍ରେଡ୍ ସୋ’ରେ ଭିଡିଓ ମାଧ୍ୟମରେ ଶିଳ୍ପ ବିଶେଷଜ୍ଞମାନେ ପ୍ରଦାନ କରିବାକୁ ଥିବା ବଜାର ଟ୍ରେଣ୍ଡ୍ ଏବଂ ଟିପସ୍‌ରୁ ରିଟେଲରମାନେ ବେଶ୍ ଉପକୃତ ହୋଇପାରିବେ ।
ପଞ୍ଜୀକରଣ କରିବା ପରେ ରିଟେଲ୍‌ମାନେ ବ୍ରାଉଜିଂ, ଭିଡିଓ ଦେଖିବା, ୱିସ୍ ଲିଷ୍ଟ୍ ଇତ୍ୟାଦି ସମେତ କ୍ୟାସ୍‌ବ୍ୟାକ୍ ଭଳି ସୁବିଧା ଜରିଆରେ ଶ୍ରେଷ୍ଠ ବ୍ରାଣ୍ଡ୍‌ଗୁଡ଼ିକ ଠାରୁ ଆକର୍ଷଣୀୟ ଅଫର ଓ ରିୱାର୍ଡ ପଏଂଟ୍ ପାଇପାରିବେ । ସ୍ୱତନ୍ତ୍ର ଭାବେ ରିଟେଲରଙ୍କ ପାଇଁ ପ୍ରସ୍ତୁତ ଏହି କାର୍ଯ୍ୟକ୍ରମରେ ଭାରତର ପୋଷାକ ଓ ଜୋତା ଶିଳ୍ପ କ୍ଷେତ୍ରର ୭୦,୦୦୦ରୁ ଅଧିକ ଶ୍ରେଷ୍ଠ ରିଟେଲର୍‌ମାନେ ଭାଗ ନେବେ ବୋଲି ଆଶା କରାଯାଉଛି ।
ଲିଜଷ୍ଟିକ୍ସ ସମସ୍ୟାର ସମାଧାନ କରିବା ଠାରୁ ଅନ୍‌ଲାଇନ୍ କିଣାକିଣି ଚ୍ୟାନେଲ୍ ପ୍ରଦାନ କରିବା ସହିତ ସମ୍ବନ୍ଦମ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଏକ ଡିଜିଟାଲ୍ ସମ୍ପର୍କ ସ୍ଥାପନ କରୁଛି । ସମ୍ବନ୍ଦମ ଡିଜିଟାଲ୍‌ରେ ଅଂଶଗ୍ରହଣ କରିବା ପାଇଁ ରିଟେଲର୍‌ମାନଙ୍କୁ କେବଳ ମାତ୍ର https://register.ajiosambandam.com ରେ ପଞ୍ଜୀକରଣ କରିବାକୁ ପଡ଼ିବ ଏବଂ ସାମଗ୍ରୀ ଚୟନ କରି ମହାମାରୀ ଦ୍ୱାରା ପ୍ରଭାବିତ ନହୋଇ ଅନଲାଇନ୍‌ରେ ନିଜର ଉତ୍ସବ ଷ୍ଟକ ପ୍ରସ୍ତୁତ କରିପାରିବେ ।


Share It

Comments are closed.