ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ପକ୍ଷରୁ ପରିବେଶ-ଅନୁକୂଳ ଡେବିଟ୍ କାର୍ଡର ଶୁଭାରମ୍ଭ


ଭୁବନେଶ୍ୱର: ଏକ ବ୍ୟାଙ୍କିଙ୍ଗ୍ ଲାଇସେନ୍ସ ସହ ବ୍ୟାପକ ସ୍ତରରେ ପରିଚାଳନା କରୁଥିବା ଭାରତର ଏକମାତ୍ର ଲାଭଜନକ ମଲ୍ଟି-ସେଗ୍‌ମେଂଟ୍ ଫିନ୍‌ଟେକ୍‌, ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଏକ ସେଭିଙ୍ଗ୍‌ସ ବ୍ୟାଙ୍କ ଆକାଉଂଟ୍ ଥିବା ଏହାର ନୂଆ ଓ ବିଦ୍ୟମାନ ଗ୍ରାହକଙ୍କ ପାଇଁ ପରିବେଶ-ଅନୁକୂଳ ଡେବିଟ୍ କାର୍ଡର ଶୁଭାରମ୍ଭ କରିଛି । ଏହି ଶୁଭାରମ୍ଭ ଆର୍ଥିକ କ୍ଷେତ୍ରରେ ସ୍ଥାୟିତ୍ୱ ପ୍ରତି ବ୍ୟାଙ୍କର ପ୍ରତିବଦ୍ଧତା ସହ ଜଡିତ ହୋଇ ଆସିଛି ଏବଂ ଏହା ପରିବେଶ-ଅନୁକୂଳ ଅଭ୍ୟାସଗୁଡିକୁ ପ୍ରୋତ୍ସାହିତ କରୁଛି । ଏହି ଡେବିଟ୍ କାର୍ଡ ଆର୍‌-ପିଭିସି ମ୍ୟାଟେରିଆଲ ସହିତ ଆସିବ, ଯାହାକି ହେଉଛି ଏକ ପ୍ରମାଣିତ ପରିବେଶ-ଅନୁକୂଳ ସାମଗ୍ରୀ । ଏହି ପରିବେଶ-ଅନୁକୂଳ ସାମଗ୍ରୀର ଗ୍ରହଣୀୟତା ସହିତ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ପରିବେଶ ସଂରକ୍ଷଣ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ । ଉତ୍ପାଦିତ ହୋଇଥିବା ୫୦,୦୦୦ କାର୍ଡର ପ୍ରତ୍ୟେକ ବ୍ୟାଚ୍ ବଜାରରେ ସାଧାରଣ ଭାବେ ବ୍ୟବହାର ହେଉଥିବା ପାରମ୍ପରିକ ପିଭିସି କାର୍ଡଗୁଡିକ ତୁଳନାରେ ୩୫୦ କିଲୋଗ୍ରାମର କାର୍ବନ ନିର୍ଗମନ ହ୍ରାସ କରିବ । ତେବେ ଆର୍‌-ପିଭିସି କାର୍ଡଗୁଡିକର ଉତ୍ପାଦନ ହାଇଡ୍ରୋକାର୍ବନ ବ୍ୟବହାରରେ ୪୩% ହ୍ରାସ କରିବ, ଯାହାକି ଉତ୍ପାଦନ ସମୟରେ ପେଟ୍ରୋଲିୟମ ଉପଯୋଗକୁ ମଧ୍ୟ ପ୍ରଭାବୀ ରୂପେ କମ୍ କରିବ । ବ୍ୟାଙ୍କର ଅଗ୍ରଗାମୀ-ଚିନ୍ତାଧାରା ଆଭିମୁଖ୍ୟ ଜଳ ସଂରକ୍ଷଣରେ ମଧ୍ୟ ଯୋଗଦାନ ଦେବ ଏବଂ ଆର୍‌-ପିଭିସି କାର୍ଡର ପ୍ରତ୍ୟେକ ବ୍ୟାଚ୍ ପିଛା ୬.୬ ମିଲିୟନ ଲିଡର୍ ଜଳ ସଂଚୟ କରିବ ।

ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ କ୍ଲାସିକ୍ ଭାରିଆଂଟ୍‌ରେ ଦୁଇଟି କାର୍ଡ- ପର୍ସନାଲାଇଜ୍‌ଡ କ୍ଲାସିକ୍ କାର୍ଡ ଓ ଇନ୍‌ଷ୍ଟା କ୍ଲାସିକ୍ କାର୍ଡ ସହିତ ଆସୁଛି । ଗ୍ରାହକମାନେ ଏୟାରଟେଲ୍ ଥ୍ୟାଙ୍କସ ଆପ୍‌ରୁ ପର୍ସନାଲାଇଜ୍‌ଡ କାର୍ଡ ଅର୍ଡର କରିପାରିବେ ଏବଂ ଇନ୍‌ଷ୍ଟା କାର୍ଡ ଚଳିତ ତ୍ରୈମାସ ଶେଷ ସୁଦ୍ଧା ନିର୍ଦ୍ଧିଷ୍ଟ ପଡୋଶୀ ବ୍ୟାଙ୍କିଙ୍ଗ୍ ପଏଂଟ୍‌ରେ ଉପଲବ୍ଧ ହେବ । ଏହି କାର୍ଡ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଇକମର୍ସ ଲାଭ ଏବଂ ଭାରତର ପ୍ରମୁଖ ସହରରେ ମାଗଣା ୱାନ୍ ଡାଇନ୍ ସୁବିଧା ସମେତ ଏକାଧିକ ରିୱାର୍ଡ ସହିତ ଆସୁଛି ।

ଏହି କାର୍ଡର ଶୁଭାରମ୍ଭ ଅବସରରେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ମୁଖ୍ୟ ପରିଚାଳନା ଅଧିକାରୀ ଗଣେଶ ଅନନ୍ଥନାରାୟଣ କହିଛନ୍ତି, ‘ଆମେ ଆମର ନୂଆ ପରିବେଶ ଅନୁକୂଳ ଡେବିଟ୍ କାର୍ଡର ଶୁଭାରମ୍ଭ କରି ଆନନ୍ଦିତ, ଯାହାକୁ ରିସାଇକେଲ୍‌ଡ ପିଭିସିର ବ୍ୟବହାର କରି ନିର୍ମାଣ କରାଯାଇଛି । ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଓ ଉତ୍ପାଦନରେ ବିଶ୍ୱାସ ରଖିଥାଏ । ଏହି କାର୍ଡଗୁଡିକ ସ୍ଥାୟିତ୍ୱ ପ୍ରତି ଆମର ସମର୍ଥନ ଏବଂ ସୁରକ୍ଷିତ ଓ ସୁବିଧାଜନକ ବ୍ୟାଙ୍କିଙ୍ଗ୍ ଅନୁଭୂତି ପ୍ରଦାନ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଥାଏ । ଆମର ଲକ୍ଷ୍ୟ ହେଉଛି ଆର୍ଥିକ ଶିଳ୍ପରେ ସକାରାତ୍ମକ ପରିବର୍ତନକୁ ପରିଚାଳନା କରି ଏବଂ ଆମର ଗ୍ରାହକଙ୍କୁ ଏକ ବାଧାମୁକ୍ତ ଓ ସୁରକ୍ଷିତ ପେମେଂଟ୍ ଅନୁଭୂତି ପ୍ରଦାନ କରି ଭାରତକୁ ପହଂଚଯୋଗ୍ୟ ଓ ସମାବେଶୀ ବ୍ୟାଙ୍କିଙ୍ଗ୍ ସୁବିଧା ପ୍ରଦାନ କରିବା ।’

 


Share It

Comments are closed.