ସିକ୍ୟୋର୍ ମିଟର୍ସ ସହ ଏୟାରଟେଲ୍‌ର ସହଭାଗିତା


ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାତା ଏୟାରଟେଲ୍‌, ନାରୋ ବ୍ୟାଣ୍ଡ (ଏନ୍‌ବି-ଆଇଓଟି) ସେବାଗୁଡିକୁ ନିୟୋଜିତ କରିବା ପାଇଁ ସିକ୍ୟୋର୍ ମିଟର୍ସ ସହିତ ଏହାର ସହଭାଗିତା ଘୋଷଣା କରିଛି । ଏହି ନାରୋ ବ୍ୟାଣ୍ଡ୍ ସେବା ଏକ ସ୍ମାର୍ଟ ମିଟର ସଲ୍ୟୁଶନ ମାଧ୍ୟମରେ ବିହାରରେ ୧.୩ ମିଲିୟନ ଘରକୁ ଶକ୍ତି ଯୋଗାଇଦେବ । ଏହା ଏକ ଫଲ୍‌-ବ୍ୟାକ୍ ବିକଳ୍ପ ସହିତ ଏକ ନାରୋ ବ୍ୟାଣ୍ଡ୍‌ରେ ଭାରତର ପ୍ରଥମ ଏନ୍‌ବି-ଆଇଓଟି ସଲ୍ୟୁଶନ ହେବ ଯାହା ୨ଜି ଓ ୪ଜିରେ କାର୍ଯ୍ୟ କରିବ ଏବଂ ରିଅଲ୍‌-ଟାଇମ୍ କନେକ୍ଟିଭିଟି ଓ ଗୁରୁତ୍ୱପୂର୍ଣ୍ଣ ଡାଟାର ବାଧାମୁକ୍ତ ଟ୍ରାନ୍ସଫର ସୁନିଶ୍ଚିତ କରିବ । ଏନ୍‌ବି-ଆଇଓଟି ହେଉଛି ୩ଜିପିପି ଦ୍ୱାରା ବିକଶିତ ଏକ କମ୍‌-ଶକ୍ତି, ପ୍ରଶସ୍ତ କ୍ଷେତ୍ର, ରେଡିଓ ନେଟ୍‌ୱର୍କ ଟେକ୍ନୋଲୋଜି ଯାହା ସ୍ମାର୍ଟ ମିଟରଗୁଡିକ ସମେତ ଏକ ବିସ୍ତୃତ ଶୃଙ୍ଖଳାର ଆଇଓଟି ଡିଭାଇସ୍ ଓ ସେବାଗୁଡିକୁ ସକ୍ଷମ କରିଥାଏ ।

ଏସମ୍ପର୍କରେ ଏୟାରଟେଲ୍ ବିଜ୍‌ନେସ୍‌ର ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ଅଜୟ ଚିତ୍‌କାରା କହିଛନ୍ତି, ‘ଆଇଓଟି, ଏୟାରଟେଲ୍ ପାଇଁ ଏକ ଅନ୍ୟତମ ଦ୍ରୁତ-ଅଭିବୃଦ୍ଧିଶୀଳ ବ୍ୟବସାୟ ଶ୍ରେଣୀ ଅଟେ । ଏନ୍‌ବି-ଆଇଓଟିରେ ଏହି ବ୍ୟବସାୟ ଦେଶରେ ସର୍ବବୃହତ୍ ସେଲ୍ୟୁଲାର ଆଇଓଟି ସଂସ୍ଥା ଭାବେ ଆମର ସ୍ଥିତିକୁ ସୁଦୃଢ କରିଛି ଏବଂ ସ୍ମାର୍ଟ ମିଟରଗୁଡିକରେ ନିବେଶ କରିବାକୁ ଚାହୁଁଥିବା ଡିସ୍‌କମ୍‌ଗୁଡିକ ପାଇଁ ଏକ ପସନ୍ଦର ସହଯୋଗୀ ଭାବେ ଆମକୁ ଅବସ୍ଥାପିତ କରିଛି । ଆମେ ଭାରତର ଶକ୍ତି ସ୍ଥାନାନ୍ତରଣ କ୍ଷେତ୍ରରେ ଏକ ସକ୍ରିୟ ଖେଳାଳି ହେବା ପାଇଁ ଅପେକ୍ଷା କରିଛୁ ।’ ସେହିପରି ସିକ୍ୟୋର୍ ମିଟର୍ସର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଅନନ୍ୟା ସିଂଘଲ କହିଛନ୍ତି, ‘ଆମେ ଉତର ବିହାରରେ ଆମର ସ୍ମାର୍ଟ ମିଟର ରୋଲ୍‌ଆଉଟ୍ କ୍ଷେତ୍ରରେ ଏନ୍‌ବି-ଆଇଓଟି ସେବାଗୁଡିକର କାର୍ଯ୍ୟକାରିତା ପାଇଁ ଏୟାରଟେଲ୍ ସହ ସହଭାଗିତା କରି ଅତ୍ୟଧିକ ଉତ୍ସାହିତ ଅଛୁ । ଏୟାରଟେଲ୍‌ର ସହଯୋଗ ସହିତ ଆମେ ବାଧାହୀନ ଭାବେ ଆମର ମିଟରଗୁଡିକୁ କନେକ୍ଟ ଓ ତଦାରଖ କରିବାକୁ ସକ୍ଷମ ହୋଇଥିଲୁ ଯାହା ଉତର ବିହାରରେ ଆମର ଗ୍ରାହକଙ୍କ ପାଇଁ ଏବଂ ସୁରକ୍ଷା ପାଇଁ ଉନ୍ନତ ଦକ୍ଷତା ଓ ସ୍ୱଳ୍ପ ଖର୍ଚ୍ଚ ସୁବିଧା ଦେଇଥିଲା ।’

ଏୟାରଟେଲ୍‌ର ଏନ୍‌ବି-ଆଇଓଟି ପ୍ରସ୍ତାବରେ ଏହାର ଅତ୍ୟାଧୁନିକ ଆଇଓଟି ପ୍ଲାଟ୍‌ଫର୍ମ ‘ଦ ଏୟାରଟେଲ୍ ଆଇଓଟି ହବ୍‌’ ସାମିଲ ରହିଛି ଯାହାକୁ ଆଡ୍‌ଭାନ୍ସ ମିଟରିଂ ଇନ୍‌ଫ୍ରାଷ୍ଟ୍ରକ୍‌ଚର ସର୍ଭିସ୍ ପ୍ରୋଭାଇଡର୍ସ (ଏଏମ୍‌ଆଇଏସ୍‌ପି)ର ଆବଶ୍ୟକତା ଅନୁଯାୟୀ କଷ୍ଟମାଇଜ୍ କରାଯାଇଛି । ଏହାର ଏଂଟରପ୍ରାଇଜ୍ ଗ୍ରେଡ୍ ଫିଜିବିଲିଟି ଟୁଲ୍‌, ଏଏମ୍‌ଆଇଏସ୍‌ପିଗୁଡିକୁ ନିଜର ମିଟରକୁ ଉତମ ଭାବେ ନିୟୋଜିତ କରିବାରେ ସାହାଯ୍ୟ କରିଥାଏ । ଅନ୍ୟାନ୍ୟ ଫଙ୍କ୍‌ଶନାଲିଟିଗୁଡିକରେ କଷ୍ଟମର ଲାଇଫ୍ ସାଇକେଲ୍ ମ୍ୟାନେଜ୍‌ମେଂଟ୍ ଏବଂ ଆଡ୍‌ଭାନ୍ସଡ୍ ଆନାଲିଟିକ୍ସ ଟୁଲ୍ ଯେପରିକି ଡାଇଗ୍ନୋଷ୍ଟିକ୍‌ସ, ଲାଇଭ୍ ସେଶନ୍ସ ଚେକ୍ ଓ ରିଅଲ୍‌-ଟାଇମ୍ ଡାଟା ୟୁସେଜ୍ ଆଦି ସାମିଲ ରହିଛି ।


Share It

Comments are closed.