୨୦ ନିୟୁତରୁ ଅଧିକ କନେକ୍ଟେଡ୍ ଡିଭାଇସ୍‌କୁ ସଶକ୍ତ କରିଛି ଏୟାରଟେଲ୍ ବିଜ୍‌ନେସ


ଭୁବନେଶ୍ୱର: ଏୟାରଟେଲ୍‌ର ବି୨ବି ଡିଭିଜନ ଏୟାରଟେଲ୍ ବିଜ୍‌ନେସ୍‌, ନିଜର ଆଇଓଟି ସଲ୍ୟୁଶନ ମାଧ୍ୟମରେ ୨୦ ମିଲିୟନରୁ ଅଧିକ ଡିଭାଇସ୍‌କୁ କନେକ୍ଟ କରିବାରେ ଦେଶର ପ୍ରଥମ ଆଇସିଟି ସେବା ପ୍ରଦାତାରେ ପରିଣତ ହୋଇ ଆଉ ଏକ ଶିଳ୍ପ ସଫଳତା ହାସଲ କରିଛି । ଏୟାରଟେଲ୍ ଆଇଓଟି କନେକ୍ଟେଡ୍ ଡିଭାଇସଗୁଡିକରେ ସମସ୍ତ ଗ୍ରାହକ ତଥ୍ୟର ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ଅଟୋମୋବାଇଲ, ୟୁଟିଲିଟି, ଲଜିଷ୍ଟିକ୍‌, ଫାଇନାନ୍ସିଆଲ ସର୍ଭିସ୍‌, ମାନୁଫ୍ୟାକ୍‌ଚରିଂ ଭଳି ଶିଳ୍ପଗୁଡିକର ଉଦ୍ୟୋଗଗୁଡିକୁ ଏକ ସୁରକ୍ଷିତ ଓ ଉତ୍ସର୍ଗୀକୃତ ପ୍ରାଇଭେଟ୍ ନେଟ୍‌ୱର୍କ ସହ ସକ୍ଷମ କରିଛି । ନିକଟ ସମୟରେ ଏୟାରଟେଲ୍ ଆଇଓଟି ନିୟୋଜନ ପାଇଁ କିଛି ପ୍ରମୁଖ ବିଜୟ ହାସଲ କରିଛି । ଯେଉଁଥିରେ ବିହାରରେ ଏନ୍‌ବି-ଆଇଓଟିରେ ୧.୩ ମିଲିୟନ ସ୍ମାର୍ଟ ମିଟରର ନିୟୋଜନ ପାଇଁ ସିକ୍ୟୋର୍ ମିଟର୍ସ ସହ ସହଭାଗିତା, ଓଡିଶାରେ ୨ ଲକ୍ଷ ସ୍ମାର୍ଟ ମିଟର୍‌ର ନିୟୋଜନ ପାଇଁ ଓଡିଶା ସରକାର ଓ ଟାଟା ପାୱାର ମଧ୍ୟରେ ଏକ ଯୁଗ୍ମ ଉଦ୍ୟମ ଟିପି ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ (ଟିପିଡବ୍ଲ୍ୟୁଓଡିଏଲ୍‌) ସହ ସହଭାଗିତା ଏବଂ ୩ ଲକ୍ଷ ବାଇକ୍‌କୁ ସେଲ୍ୟୁଲାର ଆଇଓଟି ମାଧ୍ୟମରେ ଶକ୍ତି ଯୋଗାଇବା ପାଇଁ ମ୍ୟାଟର୍ ମୋଟର ୱର୍କସ୍ ସହ ସହଭାଗିତା ଆଦି ସାମିଲ ରହିଛି ।

ଏସମ୍ପର୍କରେ ଏୟାରଟେଲ୍ ବିଜ୍‌ନେସ (ଇଣ୍ଡିଆ)ର ସିଇଓ ଗଣେଶ ଲକ୍ଷ୍ମୀନାରାୟଣ କହିଛନ୍ତି, ‘ଆଇଓଟି ହେଉଛି ଭାରତର ଡିଜିଟାଲ ଅଭିବୃଦ୍ଧି ଯାତ୍ରାର ଏକ ପ୍ରମୁଖ ସ୍ତମ୍ଭ ଏବଂ ଏକ ବ୍ରାଣ୍ଡ ଭାବେ କନେକ୍ଟେଡ୍ ଡିଭାଇସ୍‌ଗୁଡିକ ପାଇଁ ଆମର ଭବିଷ୍ୟତ ପ୍ରସ୍ତୁତ ଟେକ୍ନୋଲୋଜି ସଲ୍ୟୁଶନଗୁଡିକ ସହ ଏହି ଯାତ୍ରାକୁ ସଶକ୍ତ କରି ଆମ ପ୍ଲାଟ୍‌ଫର୍ମରେ ୨୦ ମିଲିୟନ କନେକ୍ଟେଡ୍ ଡିଭାଇସ୍‌ଗୁଡିକର ଏହି ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ହାସଲ କରି ଆମେ ଆନନ୍ଦିତ । ଦକ୍ଷ ଓ ମୂଲ୍ୟ ସାପେକ୍ଷ ଅଟୋମେଟେଡ୍ ଆଇଓଟି ସଲ୍ୟୁଶନ ସହିତ ଆମେ ଉଦ୍ୟୋଗଗୁଡିକୁ ଆମର ସୁରକ୍ଷିତ ପ୍ଲାଟ୍‌ଫର୍ମରେ ଦେଶର ଦୂର୍ଗମ ଅଂଚଳଗୁଡିକୁ ସେମାନଙ୍କର ପହଂଚ ବିଚାର କରିବା ପାଇଁ ସଶକ୍ତ କରିବା କ୍ଷେତ୍ରରେ ଆଗଧାଡିରେ ରହିଛୁ କାରଣ ସେମାନେ ନିଜର ବ୍ୟବସାୟକୁ ବିସ୍ତାର କରୁଛନ୍ତି । ଆମେ ଆମର ଅଭିନବ ଆଇଓଟି ସଲ୍ୟୁଶନ ସହିତ ସେମାନଙ୍କର ଡିଜିଟାଲ ରୂପାନ୍ତରଣ ଯାତ୍ରାକୁ ସକ୍ଷମ କରିବା ପାଇଁ ଉଦ୍ୟୋଗଗୁଡିକ ସହିତ ସହଭାଗିତା ଜାରି ରଖିବୁ ।’ସେହିପରି ଟିପି ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଗଜାନନ କାଲେ କହିଛନ୍ତି, ‘ଆମେ ଏକ ଗ୍ରାହକକୈନ୍ଦ୍ରିକ, ଟେକ୍ନୋଲୋଜି ଅନୁକୂଳ ଓ ଭବିଷ୍ୟତ ପ୍ରସ୍ତୁତ ବିତରଣ କମ୍ପାନୀ ସୃଷ୍ଟି କରିବାକୁ ଚାହୁଁଛୁ ଯାହା ସ୍ଥାୟୀ ହୋଇଥିବ । ଆମେ ଏୟାରଟେଲ୍ ସହିତ ସହଭାଗିତାରେ ବିଲିଙ୍ଗ୍ ପାଇଁ ସ୍ମାର୍ଟ ମିଟର୍ ନିୟୋଜିତ କରିବା ଏବଂ ନିର୍ଭରଯୋଗ୍ୟ ଓ ଗ୍ରାହକ ଅନୁକୂଳ ସେବା ପ୍ରଦାନ କରିବା ପାଇଁ ସେମାନଙ୍କର ଆଇଓଟି ଟେକ୍ନୋଲୋଜିର ସର୍ବୋତମ ଉପଯୋଗ କରିବା ପାଇଁ ଅପେକ୍ଷା କରିଛୁ । ‘
ଆସେଟ୍ ଟ୍ରାକିଙ୍ଗ୍‌, ଭେଇକିଲ୍ ଟେଲିମ୍ୟାଟିକ୍ସ, ଇଣ୍ଡଷ୍ଟ୍ରିଆଲ ଆସେଟ୍ ମନିଟରିଂ, ସ୍ମାର୍ଟ ମିଟରିଂ ଭଳି ଅଭିନବ ସମାଧାନଗୁଡିକର ଏକ ବିସ୍ତୃତ ଶୃଙ୍ଖଳା ଦ୍ୱାରା ପରିଚାଳିତ ଏୟାରଟେଲ୍ ବିଜ୍‌ନେସ୍‌ର ଇଂଟିଗ୍ରେଟେଡ୍ ଆଇଓଟି ପ୍ଲାଟ୍‌ଫର୍ମ ୫ଜି, ୪ଜି, ଏନ୍‌ବି-ଆଇଓଟି, ୨ଜି ଓ ସାଟେଲାଇଟ୍ କ୍ଷେତ୍ରରେ ଉଦ୍ୟୋଗଗୁଡିକର ପ୍ରତ୍ୟେକ ସ୍ୱତନ୍ତ୍ର ଆଇଓଟି ଆବଶ୍ୟକତା ପାଇଁ କଷ୍ଟମାଇଜ୍‌ଡ ସଲ୍ୟୁଶନ ପ୍ରଦାନ କରୁଛି । ଏହି ଭବିଷ୍ୟତ-ପ୍ରସ୍ତୁତ, ବ୍ୟାପକ ଓ ସୁରକ୍ଷିତ ଏୟାରଟେଲ୍ ଆଇଓଟି ପ୍ଲାଟ୍‌ଫର୍ମ ଉଦ୍ୟୋଗଗୁଡିକୁ ଏକ ଉପଭୋକ୍ତା-ଅନୁକୂଳ କନେକ୍ଟିଭିଟି ମ୍ୟାନେଜ୍‌ମେଂଟ୍ ପୋର୍ଟାଲ- ଏୟାରଟେଲ୍ ଆଇଓଟି ହବ୍ ମାଧ୍ୟମରେ ସେମାନଙ୍କର ସମସ୍ତ କନେକ୍ଟେଡ୍ ଡିଭାଇସ୍‌ଗୁଡିକୁ ବାଧାମୁକ୍ତ ଭାବେ ପରିଚାଳନା କରିବା ପାଇଁ କ୍ଷମତା ପ୍ରଦାନ କରୁଛି । ଏହି ପୋର୍ଟାଲ ଡାଇଗ୍ନୋଷ୍ଟିକ୍‌ସ, ଲାଇଭ୍ ସେଶନ ଚେକ୍ ଓ ରିଅଲ୍‌-ଟାଇମ୍ ଡାଟା-ୟୁସେଜ୍ ମନିଟରିଂ ଭଳି ଆଡ୍‌ଭାନ୍ସଡ୍ ଆନାଲିଟିକ୍ସ ଟୁଲ୍ ପ୍ରଦାନ କରୁଛି ।


Share It

Comments are closed.