ଇଂଟରନେଟ୍ ମୋବାଇଲ ସ୍ପିଡ୍ କ୍ଷେତ୍ରରେ ବଡ ଯୋଗଦାନ ଦେଉଛି ଏୟାରଟେଲ୍ ୫ଜି ପ୍ଲସ୍ ସେବା


ଭୁବନେଶ୍ୱର : ନେଟ୍‌ୱର୍କ ଇଂଟେଲିଜେନ୍ସ ଓ କନେକ୍ଟିଭିଟି ତଥ୍ୟ କ୍ଷେତ୍ରରେ ଗ୍ଲୋବାଲ ଲିଡର ଓକ୍‌ଲା ପକ୍ଷରୁ ୫ଜି ସେବାଗୁଡିକର ଶୁଭାରମ୍ଭ ପରେ ଭାରତର ପ୍ରଦର୍ଶନ ଉପରେ ଏହାର ତଥ୍ୟ ପ୍ରକାଶ କରାଯାଇଛି । ସ୍ପିଡ୍‌ଟେଷ୍ଟ ଇଂଟେଲିଜେଂଟ୍ ଡାଟା ଦର୍ଶାଉଛି ଯେ, ୫ଜି ସକ୍ଷମ ଡିଭାଇସ୍‌ରେ ୫ଜି ନେଟ୍‌ୱର୍କର ବ୍ୟବହାର କରୁଥିବା ଗ୍ରାହକଙ୍କ ସଂଖ୍ୟାରେ ସେପ୍ଟେମ୍ବର ୨୦୨୨ରୁ ଜାନୁଆରୀ ୨୦୨୩ ମଧ୍ୟରେ ୫୫ ଗୁଣ ବୃଦ୍ଧି ହୋଇଛି । ସଦ୍ୟତମ ତ୍ରୈମାସିକ ଫଳାଫଳରେ ଏୟାରଟେଲ୍ ପ୍ରକାଶ କରିଛି ଯେ,ଏହାର ୧୧% ଉପଭୋକ୍ତାଙ୍କ ସ୍ମାର୍ଟଫୋନ୍ ୫ଜି ପ୍ରସ୍ତୁତ ଅଟେ । ଏୟାରଟେଲ୍ ମାର୍ଚ୍ଚ ୨୦୨୩ ସୁଦ୍ଧା ୩୦୦ ସହରରେ ଏବଂ ମାର୍ଚ୍ଚ ୨୦୨୪ ସୁଦ୍ଧା ସମସ୍ତ ସହରାଂଚଳରେ ୫ଜି ସେବା ଆରମ୍ଭ କରିବାକୁ ଯୋଜନା ରଖିଛି । ଜାନୁଆରୀ ୨୦୨୩ ସୁଦ୍ଧା ଦେଶର ୩୯ଟି ସହରରେ ଉଭୟ ଜିଓ ଏବଂ ଏୟାରଟେଲ୍‌ର ୫ଜି ସେବା ଉପଲବ୍ଧ ହେଉଛି । କଟକ, ଚେନ୍ନାଇ ଓ ନୋଏଡାରେ ୫ଜି ଉପଲବ୍ଧତା ୧୩%ରୁ ଅଧିକ ରହିଛି । ଓକ୍‌ଲାର ରିପୋର୍ଟ ଏହା ମଧ୍ୟ ପରିଲକ୍ଷିତ କରିଛି ଯେ, ଏକାଧିକ ସହରରେ ଏୟାରଟେଲ୍ ପାଇଁ ଏଲ୍‌ଟିଇ ସ୍ପିଡ୍‌ରେ ବୃଦ୍ଧି ଘଟିଛି କାରଣ ଏହା ୪ଜି ଟ୍ରାଫିକ୍‌କୁ ନିଜର ୫ଜି ନେଟ୍‌ୱର୍କରେ ଅଫ୍‌ଲୋଡ୍ କରୁଛି ଯାହାଫଳରେ ୪ଜି ନେଟ୍‌ୱର୍କ କଞ୍ଜେସନ ହ୍ରାସ ପାଉଛି ।
ଅପରେଟରଙ୍କ ଦ୍ୱାରା ୫ଜିରେ ନିବେଶ ଯୋଗୁ ଏବେ ୪ଜି ଏଲ୍‌ଟିଇ ସ୍ପିଡ୍‌ରେ ବୃଦ୍ଧି ଘଟିଛି । ଭାରତୀ ଏୟାରଟେଲ୍ ଲିଃର ଏମ୍‌ଡି ଓ ସିଇଓ ଗୋପାଳ ଭିଟ୍ଟଲଙ୍କ କହିବା ଅନୁଯାୟୀ,‘୨୫%ରୁ ୩୫% ଟ୍ରାଫିକ୍ ୪ଜିରୁ ୫ଜିରେ ଅପଲୋଡ୍ ହେଉଛି ।’ ଏୟାରଟେଲ୍ ଏକ ନନ୍‌-ଷ୍ଟାଣ୍ଡାଲୋନ୍ ମୋଡ୍ (୫ଜି ଏନ୍‌ଏସ୍‌ଏ) ରେ ୫ଜିକୁ ନିୟୋଜିତ କରୁଛି । ଏୟାରଟେଲ୍ ମତରେ, ଏନ୍‌ଏସ୍‌ଏର ବ୍ୟବହାର କରି କରାଯାଇଥିବା କମର୍ସିଆଲ ଟ୍ରାଏଲ୍ ଏସ୍‌ଏ ତୁଳନାରେ ୩୦% ଅଧିକ କଭରେଜ ପ୍ରଦାନ କରିଛି । ଅନ୍ୟପକ୍ଷରେ ଓକ୍‌ଲାର ରିପୋର୍ଟ ଜାନୁଆରୀରୁ ଡିସେମ୍ବର ୨୦୨୨ ମଧ୍ୟରେ ସ୍ପିଡ୍‌ଟେଷ୍ଟ ଉପଭୋକ୍ତାଙ୍କ ଚର୍ଣ୍ଣ ପାଟର୍ଣ୍ଣକୁ ମଧ୍ୟ ସାମିଲ କରିଛି ଯାହା ଦର୍ଶାଉଛି ଯେ, ଭିଆଇ ଇଣ୍ଡିଆ ୨୦୨୨ରେ ଉପଭୋକ୍ତା ହରାଇଥିଲା ଏବଂ ୫ଜିର ଲଂଚ୍ ପରେ ଏହା ବୃଦ୍ଧି ପାଇଥିଲା । ଭିଆଇ’ର ଅଧିକାଂଶ ଗ୍ରାହକ ଜିଓ ଏୟାରଟେଲ୍‌କୁ ସ୍ଥାନାନ୍ତର ହୋଇଛନ୍ତି ।
ଏହାର ତଥ୍ୟ ଅନୁଯାୟୀ, ଭାରତରେ ମଧ୍ୟବର୍ତୀ ଡାଉନ୍‌ଲୋଡ୍ ସ୍ପିଡ୍ ୧୧୫% ବୃଦ୍ଧି ପାଇଛି (ସେପ୍ଟେମ୍ବର ୨୦୨୨ରେ ୧୩.୮୭ ଏମ୍‌ବିପିଏସ୍‌ର ମେଡିଆନ୍ ଡାଉନ୍‌ଲୋଡ୍ ସ୍ପିଡ୍‌ରୁ ଜାନୁଆରୀ ୨୦୨୩ରେ ୨୯.୮୫ ଏମ୍‌ବିପିଏସ୍‌କୁ ବୃଦ୍ଧି ହୋଇଛି) । ଏହାର ଫଳସ୍ୱରୁପ ସ୍ପିଡ୍‌ଟେଷ୍ଟ ଗ୍ଲୋବାଲ ଇଣ୍ଡେକ୍ସରେ ଭାରତର ସ୍ଥିତି ୪୯ଟି ସ୍ଥାନ ଉପରକୁ ଉଠିଛି । ଏହା ସେପ୍ଟେମ୍ବର ୨୦୨୨ରେ ୧୧୮ତମ ସ୍ଥାନରୁ ଜାନୁଆରୀ ୨୦୨୩ରେ ୬୯ତମ ସ୍ଥାନରେ ପହଂଚିଛି । ଏହା ଭାରତକୁ କିଛି ଜି୨୦ ରାଷ୍ଟ୍ର ମେକ୍ସିକୋ, ରୁଷ୍ , ଆର୍ଜେଂଟିନା ଓ ଏହାର ପଡୋଶୀ ଦେଶ ଇଣ୍ଡୋନସିଆ, ବାଂଲାଦେଶ, ଶ୍ରୀଲଙ୍କା ଓ ପାକିସ୍ତାନଠାରୁ ଆଗରେ ରଖିଛି । ଏଥିସହିତ ଭାରତ ତୁର୍କୀ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଭଳି ଦେଶର ନିକଟତର ହୋଇଛି ।


Share It

Comments are closed.