୯ବର୍ଷୀୟା ଝିଅଙ୍କୁ ରକ୍ତ ଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


କେନ୍ଦୁଝର: ଜଣେ ୯ବର୍ଷିୟା ଝିଅଙ୍କୁ ରକ୍ତ ଦାନ କରି ମହାନତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ । ଘଟଣାନୁଯାୟୀ ମୀନା ତିରିଆ ନାମକ ଜଣେ ୯ବର୍ଷୀୟା ଝିଅ ରକ୍ତହୀନତାରେ ପୀଡ଼ିତ ହୋଇ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ମାତ୍ର ସେଠାରେ ତାଙ୍କ ଖରାପ ସ୍ୱାସ୍ଥ୍ୟବସ୍ଥାକୁ ଦେଖି ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ତୁରନ୍ତ ଓ’ପଜିଟିଭ ବ୍ଲଡ ଗ୍ରୁପ ରକ୍ତ ଯୋଗାଡ଼ କରିବା ପାଇଁ ପରାମର୍ଶ ଦେଇଥିଲେ । ଭାଗ୍ୟର ବିଡ଼ମ୍ବନା ଯେ ଏହି ସମୟରେ ଉକ୍ତ ଡାକ୍ତରଖାନାରେ ଏହି ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ଏହି ସମୟରେ ସେହି ଡାକ୍ତରଖାନାରେ କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ ଇଏମଟି ଲୋକେଶ୍ୱର ବେହେରା ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ସୌଭାଗ୍ୟସତଃ ତାଙ୍କର ବ୍ଲଡଗ୍ରୁପ ମଧ୍ୟ ଓ’ପଜିଟିଭ ଥିଲା । ତେଣୁ ସେ ତୁରନ୍ତ ଯାଇ ସେହି ରୋଗୀଙ୍କୁ ରକ୍ତଦାନ କରିଥିଲେ । ତାଙ୍କର ଏଭଳି ମାନବିକତା ପାଇଁ ସେହି ୯ବର୍ଷିୟା ଝିଅଙ୍କୁ ଆଜି ଏକ ନୂଆ ଜୀବନ ମିଳିପାରିଛି ।


Share It

Comments are closed.