ଓଡିଶାର ୧୩ଟି ସହରରେ ଉପଲବ୍ଧ ହେଲା ଏୟାରଟେଲ୍ ୫ଜି ପ୍ଲସ୍

ଭବାନୀପାଟଣା, ଢେଙ୍କାନାଳ, ଝାରସୁଗୁଡା, ପାରାଦୀପ ଓ ବରଗଡରେ ଅଲ୍‌ଟ୍ରାଫାଷ୍ଟ୍ ଏୟାରଟେଲ୍ ୫ଜି ପ୍ଲସ୍ ସେବାର ଶୁଭାରମ୍ଭ


ଭୁବନେଶ୍ୱର: ଏୟାରଟେଲ ପକ୍ଷରୁ ଭବାନୀପାଟଣା, ଢେଙ୍କାନାଳ, ଝାରସୁଗୁଡା, ପାରାଦୀପ ଓ ବରଗଡରେ ଏହାର ଅତ୍ୟାଧୁନିକ ୫ଜି ସେବାର ଶୁଭାରମ୍ଭ କରାଯାଇଛି । ଏୟାରଟେଲ୍‌ର ୫ଜି ସେବାଗୁଡିକ ପୂର୍ବରୁ ଭୁବନେଶ୍ୱର, କଟକ, ରାଉରକେଲା, ପୁରୀ, ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱରରେ କାର୍ଯ୍ୟକାରୀ ହୋଇଛି । ଏୟାରଟେଲ୍ ୫ଜି ପ୍ଲସ୍ ସେବାଗୁଡିକ ଗ୍ରାହକଙ୍କ ପାଇଁ ପର୍ଯ୍ୟାୟକ୍ରମେ ଉପଲବ୍ଧ ହେବ କାରଣ କମ୍ପାନୀ ଏହାର ନେଟ୍‌ୱର୍କ ନିର୍ମାଣ କାର୍ଯ୍ୟ ଓ ରୋଲ୍‌ଆଉଟ୍ ସମ୍ପୂର୍ଣ୍ଣ କରିବା କାର୍ଯ୍ୟ ଜାରି ରଖିଛି । ୫ଜି ସକ୍ଷମ ଡିଭାଇସ୍ ଥିବା ଗ୍ରାହକମାନେ ରୋଲ୍‌ଆଉଟ୍ ଅଧିକ ବ୍ୟାପକ ହେବା ପର୍ଯ୍ୟନ୍ତ ବିନା କୌଣସି ଅତିରିକ୍ତ ମୂଲ୍ୟରେ ହାଇସ୍ପିଡ୍ ଏୟାରଟେଲ୍ ୫ଜି ପ୍ଲସ୍ ନେଟ୍‌ୱର୍କ ଉପଭୋଗ କରିପାରିବେ । କମ୍ପାନୀ ଧାର୍ଯ୍ୟ ସମୟରେ ଏହାର ନେଟ୍‌ୱର୍କ ବୃଦ୍ଧି କରିବ, ଯାହାଦ୍ୱାରା ଏହାର ସେବାଗୁଡିକୁ ଉପରୋକ୍ତ ସହରଗୁଡିକର ଅନ୍ୟ ସ୍ଥାନରେ ମଧ୍ୟ ଉପଲବ୍ଧ ହୋଇଯିବ ।

ଏହି ଶୁଭାରମ୍ଭ ଅବସରରେ ଭାରତୀ ଏୟାରଟେଲ୍‌ର ଓଡିଶା, ବିହାର ଓ ଝାଡଖଣ୍ଡ ଶାଖାର ସିଇଓ ଶ୍ରୀ ଅନୁପମ ଅରୋରା କହିଛନ୍ତି, ‘ମୁଁ ଭୁବନେଶ୍ୱର, କଟକ, ରାଉରକେଲା, ପୁରୀ, ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ୱର ବ୍ୟତୀତ ଭବାନୀପାଟଣା, ଢେଙ୍କାନାଳ, ଝାରସୁଗୁଡା, ପାରାଦୀପ ଓ ବରଗଡରେ ଏୟାରଟେଲ୍ ୫ଜି ପ୍ଲସ୍ ସେବାର ଶୁଭାରମ୍ଭର ଘୋଷଣା କରି ଉତ୍ସାହିତ । ଏହି ୧୩ଟି ସହରର ଏୟାରଟେଲ୍ ଗ୍ରାହକମାନେ ଏବେ ଅଲ୍‌ଟ୍ରାଫାଷ୍ଟ୍ ନେଟ୍‌ୱର୍କର ଅନୁଭୂତି ପାଇପାରିବେ ଏବଂ ବର୍ତମାନର ୪ଜି ସ୍ପିଡ୍ ତୁଳନାରେ ୨୦ରୁ ୩୦ ଗୁଣ ପର୍ଯ୍ୟନ୍ତ ଦ୍ରୁତ ସ୍ପିଡ୍ ଉପଭୋଗ କରିପାରିବେ । ଆମେ ସମସ୍ତ ସହରଗୁଡିକରେ ୫ଜି ପ୍ଲସ୍ ସେବା ଆରମ୍ଭ କରିବା ପାଇଁ ପ୍ରକ୍ରିୟାରେ ରହିଛୁ ଯାହା ଗ୍ରାହକଙ୍କୁ ହାଇ-ଡେଫିନିଶନ ଭିଡିଓ ଷ୍ଟ୍ରିମିଙ୍ଗ୍ , ଗେମିଙ୍ଗ୍‌, ମଲ୍ଟିପୁଲ ଚାଟିଙ୍ଗ୍‌, ଫଟୋ ଓ ଭିଡିଓର ଇନ୍‌ଷ୍ଟାଂଟ୍ ଅପ୍‌ଲୋଡିଙ୍ଗ୍ ପାଇଁ ସୁପର୍‌ଫାଷ୍ଟ୍ ପହଂଚ ଉପଭୋଗ କରିବା ଲାଗି ଗ୍ରାହକଙ୍କୁ ଅନୁମତି ଦେବ ।’

ଏୟାରଟେଲ୍ ୫ଜି ପ୍ଲସ୍ ଏୟାରଟେଲ୍ ପ୍ରଦାନ କରୁଥିବା ସେବାଗୁଡିକର ସମଗ୍ର ପୋର୍ଟଫୋଲିଓକୁ ସୁଦୃଢ କରିବ । ଏହି ଶୁଭାରମ୍ଭ ସହିତ ଭାରତ ଅର୍ଥନୈତିକ ଅଭିବୃଦ୍ଧିରେ ଏକ ପ୍ରୋତ୍ସାହନ ପାଇବ କାରଣ ଏୟାରଟେଲ୍ ୫ଜି ପ୍ଲସ୍ ଶିକ୍ଷା, ସ୍ୱାସ୍ଥ୍ୟସେବା, ନିର୍ମାଣ, କୃଷି, ଯାତାୟତ ଓ ପରିବହନ କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରିଛି । ଗତ ଏକ ବର୍ଷ ମଧ୍ୟରେ ଏୟାରଟେଲ୍ ଏକାଧିକ ଶକ୍ତିଶାଳୀ କ୍ଷେତ୍ରରେ ୫ଜିର ଶକ୍ତିକୁ ପ୍ରଦର୍ଶିତ କରିଛି ଯାହା ଗ୍ରାହକଙ୍କ ବଂଚିବା ଓ ବ୍ୟବସାୟ କରିବାର ଶୈଳୀକୁ ପରିବର୍ତନ କରିବ । ହାଇଦ୍ରାବାଦରେ ଭାରତର ପ୍ରଥମ ଲାଇଭ୍ ୫ଜି ନେଟ୍‌ୱର୍କଠାରୁ ଆରମ୍ଭ କରି ବେଙ୍ଗାଲୁରୁରେ ବୋଶ୍ କାରଖାନାରେ ଭାରତର ପ୍ରଥମ ଘରୋଇ ୫ଜି ନେଟ୍‌ୱର୍କ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଚାକନ୍ ଉତ୍ପାଦନ କାରଖାନାର ନିର୍ମାଣ ପାଇଁ କମ୍ପାନୀ ସହ ସହଭାଗିତା, ଭାରତର ପ୍ରଥମ ୫ଜି ସକ୍ଷମ ଅଟୋ ମାନୁଫ୍ୟାକ୍‌ଚରିଙ୍ଗ୍ ୟୁନିଟ୍ ପର୍ଯ୍ୟନ୍ତ ଏୟାରଟେଲ୍ ୫ଜି ଉଦ୍ଭାବନର ଆଗଧାଡିରେ ରହିଆସିଛି ।


Share It

Comments are closed.