ଏକା ସାଥିରେ ୨୫ଟି ବିଦ୍ୟାଳୟରେ ପଢ଼ାଉଥିବା ଶିକ୍ଷୟତ୍ରୀ ଗିରଫ, ଏପର୍ଯ୍ୟନ୍ତ ଉଠାଇଛନ୍ତି ୧ କୋଟି ସାଲାରୀ


ଉତରପ୍ରଦେଶରେ ୨୫ଟି ସ୍କୁଲରେ ବେଆଇନ ଭାବରେ ଚାକିରୀ କରିଥିବା ମାମଲାରେ ଲୋକଲୋଚନକୁ ଆସିଥିବା ଶିକ୍ଷୟତ୍ରୀ ଅନାମିକା ଶୁକ୍ଳାଙ୍କୁ କାଂସଗଂଜ ପୋଲିସ ଶନିବାର ଦିନ ଗିରଫ କରିଛି । ଅନାମିକା ଶୁକ୍ଳା ଏଠାର କସ୍ତୁରବା ବିଦ୍ୟାଳୟ ଫରୀଦପୁରରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।
ବୈଷୟିକ ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀମାନଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାରେ ଅନାମିକା ଶୁକ୍ଳା ନାମକ ଶିକ୍ଷୟତ୍ରୀଙ୍କର ସଂନ୍ଧାନ କରାଗଲା ତ କସ୍ତୁରବା ବିଦ୍ୟାଳୟରେ ଏହି ଶିକ୍ଷୟତ୍ରୀ ମିଳିଥିଲେ । ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ଦିନ ବିଏସଏ (ବୈଷୟିକ ଶିକ୍ଷା ଅଧିକାରୀ) ଶିକ୍ଷୟତ୍ରୀଙ୍କର ଦରମା ଗ୍ରହଣ ଉପରେ ରୋକ ଲଗାଇ ଏକ ନୋଟିସ ଜାରି କରିଥିଲେ । ଏହି ନୋଟିସ ହ୍ୱାଟ୍ସଆପରେ ପଠାଯାଇଥିଲା । ଶୁକ୍ରବାରଦିନ ସଂନ୍ଧ୍ୟାରେ ଶିକ୍ଷୟତ୍ରୀଜଣଙ୍କ ଏହି ନୋଟିସ ଦେଖିବା ପରେ ଶନିବାର ଦିନ ସକାଳ ସେ ନିଜର ଇସ୍ତଫା ଦେବା ପାଇଁ ବିଏଏସ ଅଫିସ ବାହାରେ ପହଂଚିଥିଲେ । ନିଜ ସହିତ ଆସିଥିବା ଜଣେ ଯୁବକଙ୍କ ମାଧ୍ୟମରେ ସେ ବିଏସଏ ନୀକଟକୁ ନିଜର ଇସ୍ତଫା ପଠାଇଥିଲେ ।
ଯେତେବେଳେ ଯୁବକଙ୍କୁ ଶିକ୍ଷୟତ୍ରୀଙ୍କ ବିଷୟରେ ପଚରାଯାଇଥିଲା ଯୁବକଜଣଙ୍କ ଅନାମିକା ଶୁକ୍ଲା ବାହାରେ ସଡ଼କ ଉପରେ ଠିଆ ହୋଇଥିବା କହିଥିଲେ । ଏହାପରେ ବିଏସଏ ଅଂଜଲୀ ଅଗ୍ରୱାଲ ସୋର ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ଏବଂ କାର୍ଯ୍ୟାଳୟର ଷ୍ଟାଫଙ୍କ ସହାୟତାରେ ତାଙ୍କୁ ଘେରାବନ୍ଦି କରିନେଲେ । ପୋଲିସ ତୁରନ୍ତ ଆସି ଶିକ୍ଷୟତ୍ରୀଙ୍କୁ ଗିରଫ କରିନେଲା । ଏହାପରେ ପୋଲିସ ତାଙ୍କୁ କୋତୱାଲିକୁ ଆଣିଥିଲା । ପୋଲିସ ଏବେ ତାଙ୍କୁ ଅଧିକ ପଚରାଉଚରା ଜାର ରଖିଛି ।


Share It

Comments are closed.