ବିଏମଡବ୍ଲୁ ମୋଟୋରାଡ଼ ଇଣ୍ଡିଆର ପ୍ରଥମ ବର୍ଷରେ ୨,୧୮୭ଟି ବିକ୍ରି ରେକର୍ଡ଼


ବିଏମଡ଼ବ୍ଲୁ ଗ୍ରୁପ୍ ଇଣ୍ଡିଆ ପକ୍ଷରୁ ଏହାର ସମସ୍ତ ତିନୋଟି ବ୍ରାଣ୍ଡ ବିଏମଡ଼ବ୍ଲୁ, ମିନି ଏବଂ ବିଏମଡ଼ବ୍ଲୁ ମୋଟୋରାଡ଼ ଅହେତୁକ ପ୍ରଦର୍ଶନ କରିପାରିଛି । ବିଏମଡ଼ବ୍ଲୁ ମୋଟୋରାଡ଼ କାର୍ଯ୍ୟକ୍ଷମ ହେବାର ପ୍ରଥମ ବର୍ଷରେ ଏହାର ୨୧୮୭ଟି ୟୁନିଟ୍ ବିକ୍ରିକରି ଏକ ସଫଳତା ହାସଲ କରିପାରିଛି । ବହୁ ପ୍ରତିକ୍ଷିତ ବିଏମଡ଼ବ୍ଲୁ ଜି ୩୧୦ ଆର ଏବଂ ବିଏମଡ଼ବ୍ଲୁ ଜି ୩୧୦ ଜିଏସ୍ ଲେଡ଼୍ ହେଉଛି ବିଏମଡ଼ବ୍ଲୁ ମୋଟୋରାଡ଼ ଇଣ୍ଡିଆର ଅଧିକ ଅଭିବୃଦ୍ଧି ହେଉଥିବା ଗାଡ଼ି, ଯାହାରକି ଉକ୍ତ ବିକ୍ରୟରେ ୭୫% ଅବଦାନ ରହିଛି । ବିଏମଡ଼ବ୍ଲୁ ଏସ ୧୦୦୦ ଆରଆର, ବିଏମଡ଼ବ୍ଲୁ ଆର ୧୨୦୦ ଜିଏସଏ ମୋଟରସାଇକେଲ ପ୍ରେମୀ ମାନଙ୍କ ପାଇଁ ଅଧିକ ପସନ୍ଦଯୋଗ୍ୟ ହୋଇପାରିଥିଲା ।
ବିଏମଡ଼ବ୍ଲୁ ଗ୍ରୁପ୍ ଇଣ୍ଡିଆ ୨୦୧୮ ମସିହାରେ ୧୧,୧୦୫ଟି କାର୍ (ବିଏମଡ଼ବ୍ଲୁ – ମିନି) ବିକ୍ରୟ କରିଥିବାବେଳେ ୨୦୧୭ ବର୍ଷ ତୁଳନାରେ ୧୩% ଅଭିବୃଦ୍ଧି କରିପାରିଛି । ସେହିପରି ବିଏମଡ଼ବ୍ଲୁ ଇଣ୍ଡିଆ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ୧୦,୪୦୫ ୟୁନିଟ୍ ବିକ୍ରିକରି ୧୧% ଅଭିବୃଦ୍ଧି ହାସଲ କରିପାରିଛି । ମିନି ଇଣ୍ଡିଆ ୭୦୦ ୟୁନିଟ୍ ବିକ୍ରି ତଥା ୬୬% ଅଭିବୃଦ୍ଧି ସହିତ ଏହା ପୁଣିଥରେ ଛୋଟ ପ୍ରିମିୟମ୍ କାର୍ ବିଭାଗରେ ଏହାର ସ୍ଥିତିକୁ ସୁଦୃଢ କରିପାରିଛି ।


Share It

Comments are closed.