ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ପ୍ରଦାନ ପାଇଁ ଫ୍ଲିପକାର୍ଟ ଓ ପେଟିଏମ୍ ସହବନ୍ଧିତ


ଭୁବନେଶ୍ୱର: ଏହି ପାର୍ବଣ ରୁତୁରେ ଗ୍ରାହକଙ୍କୁ ଏକାଧିକ ଅଫର ଏବଂ ଲାଭ ଯୋଗାଇଦେବା ପାଇଁ ଭାରତର ନିଜସ୍ୱ ଇ-କମର୍ସ ମାର୍କେଟପ୍ଲେସ, ଫ୍ଲିପକାର୍ଟ ପକ୍ଷରୁ ଭାରତର ଅଗ୍ରଣୀ ଡିଜିଟାଲ ଫାଇନାନ୍ସିଆଲ ସର୍ଭିସ ପ୍ଲାଟଫର୍ମ, ପେଟିଏମ ସହିତ ଏହାର ସହବନ୍ଧିତାର ଘୋଷଣା କରାଯାଇଛି । ଏହି ସହବନ୍ଧିତା, ଫ୍ଲିପକାର୍ଟରେ ବିଗ ବିଲିୟନ ଡେଜ ସମୟରେ ଲକ୍ଷଲକ୍ଷ ପେଟିଏମ ବ୍ୟବହାରକାରୀଙ୍କୁ ସେମାନଙ୍କ ପେଟିଏମ ୱାଲେଟ ଏବଂ ପେଟିଏମ ୟୁପିଆଇ ମାଧ୍ୟମରେ ସହଜରେ ପେମେଂଟ କରିବାକୁ ସକ୍ଷମ କରିବ । ବିଗ ବିଲିୟନ ଡେଜର ସେଲ ସମୟରେ ଚେକ୍‌ଆଉଟ କରିବାକୁ ପେଟିଏମ ବ୍ୟବହାରକାରୀଙ୍କ ପାଇଁ ୱାଲେଟ ବାଲନ୍ସ ସବୁଠାରୁ ଦ୍ରୁତତମ ଉପାୟ ହେବ, ଯାହାଦ୍ୱାରା କି ସେମାନେ କୌଣସି ମଧ୍ୟ ଫ୍ଲାସ ସେଲ ଏବଂ ଲିମିଟେଡ ଷ୍ଟକରୁ ବଂଚିତ ହେବେ ନାହିଁ । ଏହାଛଡ଼ା ଫ୍ଲିପକାର୍ଟ ଗ୍ରାହକମାନେ ସେମାନଙ୍କ ପେଟିଏମ ୱାଲେଟରେ ତୁରନ୍ତ କ୍ୟାଶବ୍ୟାକ ଉପଭୋଗ କରିପାରିବେ ।

ଫ୍ଲିପକାର୍ଟ ଏହାର ଗ୍ରାହକମାନଙ୍କୁ ସେମାନଙ୍କ ସୁବିଧା ଅନୁଯାୟୀ ଡିଜିଟାଲ ପଦ୍ଧତି ଆଡ଼କୁ ପରିଚାଳିତ କରିବା ପାଇଁ ନିଜ ପ୍ଲାଟଫର୍ମରେ କ୍ରେଡିଟ ଓ ପେମେଂଟ ସୁବିଧାଗୁଡ଼ିକ ଉପରେ କ୍ରମାଗତ ଭାବେ କାର୍ଯ୍ୟ କରିଆସୁଛି । ଗ୍ରାହକମାନଙ୍କୁ  ଏହି ଇ-କମର୍ସରେ ଟ୍ରାଞ୍ଜାକ୍ସନ କରିବା ସମୟରେ ଚେକଆଉଟରେ ବିଭିନ୍ନ ପେମେଂଟ ମୋଡ଼ ପ୍ରଦାନ କରାଯାଉଛି । ପେଟିଏମ ୱାଲେଟ ଏବଂ ପେଟିଏମ ୟୁପିଆଇ ସାମିଲ ହେବା ଦ୍ୱାରା ଫ୍ଲିପକାର୍ଟ କ୍ରେତାମାନେ ଏହି ଇ-କମର୍ସ ପ୍ଲାଟଫର୍ମ ଆପ୍‌ରେ ସେମାନଙ୍କ କିଣାକିଣି କରିବା ସମୟରେ ଏକ ୱାନ କ୍ଲିକ ଚେକଆଉଟ ଅଭିଜ୍ଞତା ପାଇପାରିବେ ।

ଏହି ସହବନ୍ଧତା ଉପରେ ମତ ରଖି ଫ୍ଲିପକାର୍ଟ, ଫିନଟେକ ଏବଂ ପେମେଂଟ ଗ୍ରୁପ ମୁଖ୍ୟ ଶ୍ରୀ ରଞ୍ଜିତ ବୋୟାନପଲ୍ଲୀ କହିଛନ୍ତି ଯେ, “ପେଟିଏମ ସହିତ ଆମର ସହବନ୍ଧିତା ଡିଜିଟାଲ ପେମେଂଟ ସମାଧାନଗୁଡ଼ିକୁ ଗ୍ରାହକ କୈନ୍ଦ୍ରିକ କରିବା ତଥା ସମସ୍ତଙ୍କ ପାଇଁ ଡିଜିଟାଲ ପେମେଂଟକୁ ସର୍ବସାଧାରଣରେ ପରିଣତ କରିବାରେ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି ।” ସେହିଭଳି ପେଟିଏମର ଅଧ୍ୟକ୍ଷ ଶ୍ରୀ ମଧୁର ଦେଓରା କହିଛନ୍ତି ଯେ, “ଫ୍ଲିପକାର୍ଟ ଭାରତରେ ଇ-କମର୍ସକୁ ଆଗକୁ ନେଇଛି ଏବଂ ପେଟିଏମ ୱାଲେଟ ଓ ପେଟିଏମ ବ୍ୟାଙ୍କ ଆକାଉଂଟ, ୟୁପିଆଇ ମାଧ୍ୟମରେ ଏକାଠି ଆମେ କ୍ୟାଶ ଅନ ଡେଲିଭରୀକୁ ଡିଜିଟାଲ ପେମେଂଟ ସହିତ ସ୍ଥାନାନ୍ତରିତ କରିବାକୁ ଲକ୍ଷ ରଖିଛୁ । ଆମର ଲକ୍ଷ ହେଉଛି ଅଭିନବ ସମାଧାନ ସହିତ ଭାରତର ଲକ୍ଷଲକ୍ଷ ଗ୍ରାହକଙ୍କୁ ସଶକ୍ତ କରିବା, ଯାହାକି ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।”


Share It

Comments are closed.