ଶୋଇବା ବେଳେ ଆପଣ ଏଭଳି କିଛି ସ୍ୱପ୍ନ ଦେଖୁଛନ୍ତି କି ? ତେବେ ହୋଇଯାଆନ୍ତୁ ସତର୍କ ଏହା ଆପଣଙ୍କ ପାଇଁ ହୋଇପାରେ ଅଶୁଭ


ସ୍ୱପ୍ନର ଦୁନିଆ କିଛି ଅଲଗା । ଯଦିଓ ସ୍ୱପ୍ନ ସହ ବାସ୍ତବିକତାର କିଛି ସମ୍ପର୍କ ନାହିଁ କିନ୍ତୁ ସ୍ୱପ୍ନ କିଛି ବାସ୍ତବିକ ଘଟଣାର ପୂର୍ବାଭାସ ଦେଇଥାଏ । ଜୀବନରେ ଘଟିବାକୁ ଥିବା କିଛି ଘଟଣା ସମ୍ପର୍କରେ ପୂର୍ବରୁ ସ୍ୱପ୍ନ ମାଧ୍ୟମରେ ଜଣାପଡିଯାଏ । କିଛି ସ୍ୱପ୍ନ ଶୁଭ ଏବଂ କିଛି ସମ୍ପର୍କ ଆପଣଙ୍କୁ ପୂର୍ବରୁ ସତର୍କ କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସ୍ୱପ୍ନ ଆପଣଙ୍କ ପାଇଁ ଶୁଭ ଏବଂ କେଉଁ ସ୍ୱପ୍ନ ଅଶୁଭ….

ଏହି ସ୍ୱପ୍ନ ହୋଇଥାଏ ବହୁତ ଖରାପ
ସ୍ୱପ୍ନଶାସ୍ତ୍ର ଅନୁସାରେ ଯଦି କେବେ ଆପଣଙ୍କୁ ସ୍ୱପ୍ନରେ ଧନହାନି, ଆକାଶରୁ ଖସିବା, କେଶ କଟିଯିବା ଆଦେ ଦେଖାଯାଏ ତେବେ ଜାଣିଦିଅନ୍ତୁ ଯେ ଆପଣଙ୍କ ଜୀବନରେ ଆଗାମୀ ସମୟରେ କିଛି ଅଶୁଭ ଘଟଣା ଘଟିପାରେ । ଏହା ବ୍ୟତୀତ ଦାନ୍ତ ଭାଙ୍ଗିବା, ନଦୀ ପାଣି ଉପରେ ବନ୍ଧ ବା ବନ୍ୟା କିମ୍ବା ସୂର୍ଯ୍ୟାସ୍ତର ସ୍ୱପ୍ନ ଦେଖିବା ମଧ୍ୟ ଅଶୁଭ ହୋଇପାରେ ।

ସ୍ୱପ୍ନରେ ଆକାଶର ତାରା ଛୁଇଁବା
ଯଦି ଆପଣ ସ୍ୱପ୍ନରେ ତାରା ଛୁଉଁଥିବା ଦେଖୁଛନ୍ତି ତେବେ ନିଶ୍ଚିତ ହୋଇଯାଆନ୍ତୁ ଯେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ । ଏହାର ଅର୍ଥ ଆପଣମ ଧ୍ୟ ତାରା ଭଳି ଚମକିବେ । ଏହା ଆପଣଙ୍କ ମାନ ସମ୍ମାନ ବଢାଇବାରେ ସାହାଯ୍ୟ କରିବ ।

କ୍ୟାରିୟରେ ସମସ୍ୟାର ସଙ୍କେତ
ସ୍ୱପ୍ନରେ ଘୋଡାରୁ ବଡିବା, ବନ୍ଦ ନଳା, କୂଅ, ଡଙ୍ଗାରେ ବସିବା ବା ବିଲେଇ ଦେଖିବା ଅଶୁଭ ହୋଇପାରେ । କୁହାଯାଏ ଏମିତି ଜିନିଷ ସ୍ୱପ୍ନରେ ଆସିବା କ୍ୟାରିୟରରେ ଆସିବାକୁ ଥିବା ସମସ୍ୟାର ସଙ୍କେତ । ଯଦି ଆପଣଙ୍କୁ ମଧ୍ୟ ଶୁଖିଲା ଜଙ୍ଗଲରେ ନିଜକୁ ହସ୍ତାକ୍ଷର କରିବା ବା ପେଚା ଦେଖିବାକୁ ମିଳୁଛି ତେବେ ଏହାର ଅର୍ଥ କ୍ୟାରିୟର ବା ବ୍ୟବସାୟରେ ବଡ ହାନି ହେବାକୁ ଯାଉଛି ।

ଯଦି ଆସୁଛି ଏମିତି ସ୍ୱପ୍ନ..
ସ୍ୱପ୍ନରେ କୋଇଲି, ଛୁରି ମାରିବା, କଇଁଚି ଚଳାଇବା ବା କାହାକୁ ଥାପଡ ମାରିବା ଦେଖିବାକୁ ମିଳୁଛି ତେବେ ଏହା ଭଲ ସଙ୍କେତ ନୁହେଁ । କୁହାଯାଉଛି ଏମିତି ସ୍ୱପ୍ନ ଦାମ୍ପତ୍ୟ ଜୀବନରେ ବହୁତ ଖରାପ ଥିବା ସଙ୍କେତ ଦିଏ ।

ଏମିତି ଉପାୟ
ଖରାପ ସ୍ୱପ୍ନ ଦେଖିଲେ ସକାଳେ ଉଠି ପ୍ରଥମେ ଭଗବାନ ଶିବଙ୍କୁ ପୂଜାକରନ୍ତି । ସଙ୍କର ଭଗବାନଙ୍କ ରୁଦ୍ରାଭିଶେକ କରାନ୍ତୁ । ପୂଜା କରିବା ସମୟରେ ଭଗବାନ ଶିବଙ୍କୁ ଆପଣଙ୍କ ରକ୍ଷା ପାଇଁ ପ୍ରାର୍ଥନା କରନ୍ତୁ ।


Share It

Comments are closed.