କେରଳର ନଦୀ ମଝିରେ ଓଲଟିଲା ଡଙ୍ଗା, ୨୨ ମୃତ


କେରଳର ମାଲାପୁରାମ ଜିଲ୍ଲାର ତନୁରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି (Kerala Boat Tragedy) । କିଛି ଯାତ୍ରୀଙ୍କୁ ନେଇ ବୁଲିବାକୁ ଯାଇଥିବା ଡଙ୍ଗା ଓଲଟି ପଡ଼ିବାରୁ ୨୨ଜଣଙ୍କର ମୃତ୍ୟୁ ହୋଇଛି (death toll rise to twenty two) । ମୃତ ପର୍ଯ୍ୟଟକ ବା ଯାତ୍ରୀମାନଙ୍କ ମଧ୍ୟରେ ୭ଜଣ ପିଲା ଅଛନ୍ତି। ତେବେ, ଡଙ୍ଗାରେ କେତେଜଣ ଥିଲେ ସନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ଏନଡିଆରଏଫ (ndrf)ଦ୍ବାରା ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହି ବୋଲି (Regional Fire Range Officer Shiju KK) ରିଜିଓନାଲ୍‌ ଫାୟାର୍‌ ରେଞ୍ଜ୍‌ ଅଫିସର୍‌ ଶିଜୁ କେକେ ସୂଚନା ଦେଇଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି । ସପଟେ, ନଦୀରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି(Kerala Boat Tragedy Update) ।

ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ କେରଳର ମାଲପୁରାମ୍‌ ଅନ୍ତର୍ଗତ ତନୁର୍‌ ଅଞ୍ଚଳର ତୁବାଲତିରମ୍ ବେଳାଭୂମି ନିକଟରେ ପ୍ରାୟ ୨୫ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟାଏ ଡଙ୍ଗା ଓଲଟିପଡ଼ି ବୁଡ଼ିଯିବାରୁ ଏହି ଅଘଟଣ ଘଟିଥିଲା । ଖବର ପାଇଁ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଥିଲା । ଗତକାଲି ୧୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଜି ପାଣି ଭିତରୁ ଆଉ ୭ଟି ମୃତଦେହ ଉଦ୍ଧାର କରାଯାଇଛି। ଏ-ପର୍ଯ୍ୟନ୍ତ, ମୋଟ ୨୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେପଟେ, ଏନେଇ ପ୍ରତିକ୍ରିୟା ରଖିଛନ୍ତି ରିଜିଓନାଲ୍‌ ଫାୟାର୍‌ ରେଞ୍ଜ୍‌ ଅଫିସର୍‌ ଶିଜୁ କେକେ । ସେ କହିଛନ୍ତି,ଏ-ପର୍ଯ୍ୟନ୍ତ ଆମେ ୨୨ଟି ମୃତଦେହ ଉଦ୍ଧାର କରିଛୁ । ଡଙ୍ଗାରେ ଠିକ୍‌ କେତେ ସଂଖ୍ୟକ ଲୋକ ଥିଲେ ଆମେ ଜାଣିନାହୁଁ । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସେ କହିଛନ୍ତି। ସେପଟେ ଆହତଙ୍କୁ ନଦୀରୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରାଯାଇଛି । (Kerala Health Minister Veena George)କେରଳର ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜରୁରୀକାଳୀନ ବୈଠକ ଡକାଇ ଆହତମାନଙ୍କର ଉତ୍ତମ ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରିବା ଓ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ତ୍ବରାନ୍ବିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି କେରଳ ସରକାର। ସେପଟେ, ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ । ମାଲାପୁରାମରେ ଡଙ୍ଗା ବୁଡ଼ିଯିବା ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ଟୁଇଟ୍ କରି କହିଛନ୍ତି, “କେରଳର ମାଲାପୁରାମରେ ଡଙ୍ଗା ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁକୁ ନେଇ ମୁଁ, ଅତ୍ୟନ୍ତ ଦୁଖିଃତ । ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କୁ ମୋର ହୃଦୟରୁ ସମବେଦନା ଜଣାଉଛି। ଆହତଙ୍କ ଆଶୁ ଆରୋଗ୍ୟ ପ୍ରାର୍ଥନା କରୁଛି।” ସେହିପରି ଏହି ଘଟଣାରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଏବଂ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି । ପ୍ରତ୍ୟକ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ପିଏମ୍। ଅନ୍ୟପଟେ, (Kerala CM Pinarayi Vijayan) କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ମଧ୍ୟ ଘଟଣାକୁ ନେଇ ଶୋକବ୍ୟକ୍ତ କରିଛନ୍ତି। ସେ ନିଜ ଟୁଇଟରେ ଏହା ମଧ୍ୟ ଲେଖିଛନ୍ତି। କ୍ୟାବିନେଟ ମନ୍ତ୍ରୀଙ୍କ ଦ୍ବାରା ଡଙ୍ଗା ବୁଡି ଘଟଣାର ତଦାରଖ କରାଯାଉଛି । ଉଦ୍ଧାର କାର୍ଯ୍ୟ ତଦାରଖ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।


Share It

Comments are closed.