ରୋଗୀଙ୍କୁ ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଗଜପତି : ଗଜପତି ଜିଲ୍ଲାର ଆବାସିଂ ଗ୍ରାମର ଜଣେ ୨୫ ବର୍ଷୀୟା ମହିଳା, ସଜନୀ ଭୂୟାଁ ଜ୍ୱରରେ ପୀଡିତ ଥିଲେ ଓ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ । ଏହି ସଂକ୍ରାନ୍ତରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ   ତେବେ ଖରାପ ରାସ୍ତା କାରଣରୁ ତାଙ୍କୁ ହସ୍ପିଟାଲ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା । ୧୦୮ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ରୋଗୀଙ୍କ ଘରଠାରୁ ୨ କିମି ଦୂରରେ ଅଟକି ଯାଇଥିଲା ।  ତେଣୁ ଆମ୍ବୁଲାନ୍ସ କର୍ମଚାରୀ ଯଥା ଇଏମଟି ବିଦ୍ୟାଧର ସାହୁ, ଚାଳକ ପ୍ରସାଦ କୁମାର ରାଘବ ଏବଂ ଆଟେଡାଂଟ ଜୟବ ଦଳବେହେରା ଏକ ଷ୍ଟ୍ରେଚର୍ ଯୋଗେ ରୋଗୀଙ୍କୁ ତାଙ୍କ ଘର ନୀକଟରୁ ବୋହିଆଣି ଆମ୍ବୁଲାନ୍ସ ନିକଟରେ ପହଂଚାଇଥିଲେ । ପରେ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ରାୟଗଡା ଡାକ୍ତରଖାନାରେ ଭର୍ତି କରାଯାଇଛି । ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି ମାନବିକତା ଯୋଗୁଁ ସଜନୀ ଭୂୟାଁ ସଠିକ୍ ସମୟରେ ହସ୍ପିଟାଲରେ ପହଂଚିପାରିଲେ ଓ ତାଙ୍କର ଜୀବନ ରକ୍ଷା ହୋଇପାରିଲା । ଏହି ମହତ୍ କାର୍ଯ୍ୟ ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଖୁବ ପ୍ରଶଂସା କରାଯାଇଛି ।


Share It

Comments are closed.