କିଡ୍‌ନୀ ରୋଗୀଙ୍କୁ ରକ୍ତଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


କେନ୍ଦୁଝର: ଜଣେ ଗୁରୁତର ରୋଗୀଙ୍କୁ ରକ୍ତ ଦାନ କରି ନିଜର ମାନବିକତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ କର୍ମଚାରୀ । ଘଟଣାନୁଯାୟୀ କେନ୍ଦୁଝର ଜିଲ୍ଲା ବାରିଆ ଅଂଚଳର ବଳରାମ ଲାଗୁରୀ(୪୨ବର୍ଷ) ନାମକ ଜଣେ ବ୍ୟକ୍ତି କିଡ୍‌ନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ । କିନ୍ତୁ ବୁଧବାର ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଚମ୍ପୁଆ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ତୁରନ୍ତ ଓ’ପଜିଟିଭ ବ୍ଲଡଗ୍ରୁପର ରକ୍ତ ଦରକାର ବୋଲି ରୋଗୀଙ୍କ ସମ୍ପର୍କୀୟଙ୍କୁ ଜଣାଇଥିଲେ । ମାତ୍ର ଏହି ସମୟରେ ଡାକ୍ତରଖାନା ବ୍ଲଡବ୍ୟାଙ୍କରେ ଉକ୍ତ ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ସୌଭାଗ୍ୟବସତଃ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ୧୦୮ ଆମ୍ବୁଲାନ୍ସ ଚାଳକ ଅମରନାଥ ମହାନ୍ତଙ୍କ ବ୍ଲଡଗ୍ରୁପ ମଧ୍ୟ ଓ’ପଜିଟିଭ ଥିଲା । ତେଣୁ ସେ ତୁରନ୍ତ ଯାଇ ରୋଗୀଜଣଙ୍କୁ ରକ୍ତଦାନ କରିଥିଲେ । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମହାନତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଖୁବ ପ୍ରଶଂସା କରାଯାଇଛି ।


Share It

Comments are closed.