ଭାରତର ପରାଜୟ ସହିନପାରି ଜୀବନ ହାରିଲେ ଦେବରଞ୍ଜନ


ବିଶ୍ୱକପ ଫାଇନାଲରେ ଭାରତର ପରାଜୟକୁ ସହ୍ୟ କରିନପାରି ଜୀବନ ହାରିଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତ କୁଳସାହି ଗ୍ରାମରେ । ଗ୍ରାମର ନୀଳମଣି ଦାସଙ୍କ ସାନ ପୁଅ ଦେବରଞ୍ଜନ ଦାସଙ୍କ ମୃତ ଶରୀର ପଡୋଶୀ ଛାତରେ ଥିବା ଏକ ରଡ଼ରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା ।

ଯୁବକର ମୃତଦେହ ଉଦ୍ଧାର କରାଯିବା ପରେ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ଶବ ହସ୍ତାନ୍ତର କରିବାକୁ ପଠାଯାଇଛି । ତେବେ ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ଥିବା ପରିବାର ଲୋକେ କହିଛନ୍ତି । ସେ କ୍ରିକେଟ ପ୍ରେମୀ ଥିବାବେଳେ କାଲି ଭାରତର ପରାଜୟ ସହି ନପାରି ଏପରି କରିଥିବା ପରିବାର ଲୋକେ କହିଛନ୍ତି ।

ଗତକାଲି ହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଥିବା ଆଇସିସି ବିଶ୍ବକପ ଫାଇନାଲରେ ଭାରତକୁ ୬ ଓ୍ବିକେଟରେ ପରାସ୍ତ କରି ବିଶ୍ୱ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ । ବ୍ୟାଟିଂ, ବୋଲିଂ ଓ ଫିଲଡିଂ ସବୁ ବିଭାଗରେ ଭାରତଠାରୁ ଉନ୍ନତ ଖେଳି ୬ଷ୍ଠ ଥର ପାଇଁ ବିଶ୍ୱକପ ହାତେଇଛି ଅଷ୍ଟ୍ରେଲିଆ । ଭାରତ ଦ୍ୱାରା ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ଲକ୍ଷ୍ୟ ରଖାଯାଇଥିଲା । ଆରମ୍ଭରୁ ଭାରତୀୟ ବୋଲରମାନେ ୩ଟି ଓ୍ୱିକେଟ ନେଇ ଆଶା ସଂଚାର କରିଥିଲେ । କିନ୍ତୁ ଟ୍ରାଭିସ୍ ହେଡ୍ ଓ ମାର୍ନସ ଲାବୁସଚେନ ଲଢୁଆ ବ୍ୟାଟିଂ କରି ବିଜୟ ଭାରତ ହାତରୁ ଛଡେଇ ନେଇଥିଲେ ।


Share It

Comments are closed.