ସଡକ ଦୁର୍ଘଟଣାରେ ଯୁବକ ମୃତ


ଆଜି ସକାଳ ସାଢେ ୮ଟା ସମୟରେ ଭୁବନେଶ୍ୱରସ୍ଥିତ ଓମଫେଡ ଛକ ନିକଟରେ ଏକ ମର୍ମର୍ନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଏକ ଯାତ୍ରୀବାହୀ ଘରୋଇ ବସ ଓମଫେଡ ଛକରୁ ଆଚାର୍ଯ୍ୟ ବିହାର ଅଭିମୁଖେ ଯାଇଥିବା ବେଳେ ଏକ ବାଇକକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କର ସଠିକ ପରିଚୟ ମିଳିପାରି ନଥିବା ବେଳେ ଉତ୍ତାକ୍ତ ଲୋକେ ଉକ୍ତ ବସକୁ ବାଡେଇ ଭାଙ୍ଗି ଦେଇଛନ୍ତି । ପୋଲିସ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିବା ସହ ମୃତକଙ୍କର ପରିଚୟ ଜାଣିବା ପାଇଁ ଅନୁସନ୍ଧାନ ଜାରି ରଖିଛି ।


Share It

Comments are closed.