ଭାବପ୍ରବଣ ବାର୍ତ୍ତା ସହ WWE ରୁ ବିଦାୟ ନେଲେ ରୋମାନ


WWE ଫ୍ୟାନ୍ସଙ୍କ ପାଇଁ ଏକ ଦୁଃଖ ଖବର । ୟୁନିଭର୍ସାଲ ଚାମ୍ପିଆନ ରୋମାନ ରେଞ୍ଜ କ୍ୟାନସରରେ ପୀଡିତ ଥିବାର ଘୋଷଣା କରିଛନ୍ତି । ରେଞ୍ଜ କହିଛନ୍ତି ଯେ, ସେ ବିଗତ ୧୧ ବର୍ଷ ହେବ ଲିୟୁକିମିୟୋ ରୋଗ ସହ ଲଢେଇ କରି ଆସୁଛନ୍ତି । ତାଙ୍କର ଆଶା ଅଛି ଯେ, ସେ ଦିନେ ଭଲ ହୋଇ ପୁଣି ଥରେ ରିଙ୍ଗକୁ ଫେରିବେ ।
ଲିୟୁକିମିୟୋକୁ ସାଧାରଣତଃ ରକ୍ତ କର୍କଟ ବୋଲି ସମସ୍ତେ ଜାଣନ୍ତି । ରୋମାନ ୨୦୦୮ ମସିହାରୁ ଏହି ରୋଗ ସହ ଲଢେଇ କରି ଆସୁଛନ୍ତି । ସେଥିପାଇଁ ସେ ନିକଟରେ କିଛି WWE ମ୍ୟାଚ ମଧ୍ୟ ଖେଳି ନଥିଲେ । ତାଙ୍କ ପ୍ରଶଂସକମାନେ ଭାବୁଥିଲେ ଯେ, ସେ କୌଣସି ଆଘାତ ଜନିତ ସମସ୍ୟା ପାଇଁ WWE ମ୍ୟାଚରୁ ଦୂରେଇ ରହିଛନ୍ତି । ରୋମାନ ଏହି ରୋଗରେ ପୀଡିତ ଥିବା ହେତୁ ସେ ୟୁନିଭର୍ସାଲ ଚାମ୍ପିଆନ ଟାଇଟେଲକୁ ତ୍ୟାଗ କରିଛନ୍ତି ।
ସେ ପୁଣି ଥରେ କହିଛନ୍ତି ଯେ, “କେବେକେବେ ଜୀବନ ତୁମର କଠୋର ପରୀକ୍ଷା ନିଏ, ସେଥିପାଇଁ ମୋ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଏହା ଯେ, ମୁଁ ବର୍ତ୍ତମାନ ଘରକୁ ଫେରି ଯାଇ ମୋ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେବି । କିନ୍ତୁ ସଫା ସଫା କହିବାକୁ ଚାହେଁ ଯେ, ଏହା ମୋର ବିଦାୟୀ ଭାଷଣ ନୁହେଁ ଏବଂ ମୁଁ ପୁଣି ଥରେ ଫେରିବି ଓ ଏହା ପ୍ରମାଣ କରାଇବି ଯେ ମୁଁ ହାର ମାନି ନାହିଁ । ମୁଁ ଏହି ରୋଗକୁ ନିଶ୍ଚିୟ ହରାଇବି ଏବଂ ଖୁବ ଶୀଘ୍ର ଫେରିବି । ”
ପ୍ରକାଶ ଥାଉକି ସୋମବାର ରାତିରେ ରୋମାନ ଏହି ନିଜର ଏହି ରୋଗ ସଂପର୍କରେ ଘୋଷଣା କରିଛନ୍ତି । ସେ ନିଜର ୟୁନିଭର୍ସାଲ ଚାମ୍ପିଆନ ଟାଇଟେଲକୁ ନେଇ ରିଙ୍ଗକୁ ଆସିଲେ ଏବଂ ନିଜର ଏହି ରୋଗ ସଂପର୍କରେ ସମସ୍ତ ଦର୍ଶକ ଏବଂ ପ୍ରଶଂସକ ମାନଙ୍କୁ ସୂଚନା ଦେଇଥିଲେ ।
ରୋମାନ ରେଞ୍ଜଙ୍କ ପ୍ରକୃତ ନାମ ‘ଲେଏଟି ଜୋସେପ ଅନୋଇ’ ଅଟେ । ସେ ୧୯୮୫ ମସିହା ମେ ୨୫ରେ ଜନ୍ମ ଗ୍ରହଣ କରିଥିଲେ । ସେ ପେସାରେ ଜଣେ WWE ରେସଲର ଥିବା ବେଳେ ଜଣେ ପୂର୍ବତ୍ତନ ଗ୍ରିଡିରୋନ ଫୁଟବଲ ଖେଳାଳୀ ମଧ୍ୟ ଥିଲେ ।


Share It

Comments are closed.